ସିଡିନି:ନିର୍ବାଚନରେ ପରାଜୟ ବରଣ କରିଛନ୍ତି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନରିସନ । ଜଳବାୟୁ ପରିବର୍ତ୍ତନ ଉପରେ ଭୋଟରମାନେ ତାଙ୍କ ଦଳର ନିଷ୍କ୍ରିୟତାକୁ ଦୃଢ ଭାବେ ବିରୋଧ କରିବାର କିଛି ଘଣ୍ଟା ପରେ ସେ ନିଜ ପରାଜୟ ସ୍ବୀକାର କରିିଥିବା ସ୍ପଷ୍ଟ କରିଛନ୍ତି ।
ଗତ ଦଶନ୍ଧି ଧରି ଅଷ୍ଟ୍ରେଲିଆରେ ଶାସନ କରୁଥିବା ମରିସନଙ୍କ ଲିବରାଲ୍ ପାର୍ଟି କ୍ଷମତାଚ୍ୟୁତ ହୋଇଛି । ତେବେ ଏନେଇ ମୋରିସନ ନିଜେ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ଆଗମୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବାକୁ ଥିବା ଆନ୍ଥୋନୀ ଅଲବାନିସଙ୍କ ସହ ସେ କଥା ହେବା ସହ ତାଙ୍କୁ ନିର୍ବାଚନୀ ବିଜୟ ପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଥିବା ସମର୍ଥକମାନଙ୍କୁ ସୂଚନା ଦେଇଛନ୍ତି ।