ବେଜିଂ: ଅଷ୍ଟ୍ରେଲିଆ ସାମ୍ବାଦିକା ଚେଙ୍ଗ ଲେଇଙ୍କ ଦୁଃଖଭରା କାହାଣୀ । ବାହାର ଦୁନିଆ ଦେଖିବାକୁ ମିଳୁନି ସୁଯୋଗ । ଏକ ବର୍ଷେ ଭିତରେ ମିଳୁଛି ମାତ୍ର 10 ଘଣ୍ଟାର ସୂର୍ଯ୍ୟ କିରଣ । ଚୀନର ଜାତୀୟ ସୁରକ୍ଷା ଭଙ୍ଗ ଏବଂ ଗୁପ୍ତଚରୀ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଚେଙ୍ଗ । ତେବେ ଦୋଷୀ ସାବ୍ୟସ୍ତ ହେବା ପରଠାରୁ ସେ ବାହାର ଦୁନିଆଠାରୁ ଦୂରରେ ରହିବା ସହ ଚାରିକାନ୍ଥ ଭିତରେ କଟୁଛି ଦିନ ଏବଂ ତାଙ୍କ ପୁଅ ଓ ଝିଅଙ୍କ କଥା ମନେ ପଡ଼ୁଥିବା ବିଷୟରେ ସ୍ଥାନୀୟ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।
ସୂଚନା ଅନୁସାରେ, ଅଷ୍ଟ୍ରେଲିଆର ସାମ୍ବାଦିକା ଚେଙ୍ଗ ଲେଇ ଚୀନର ଷ୍ଟେଟ୍ ବ୍ରଡ଼କାଷ୍ଟ ପାଇଁ କାମ କରୁଥିଲେ । ତେବେ ଚୀନର ଜାତୀୟ ସୁରକ୍ଷା ଭଙ୍ଗ ଏବଂ ଦେଶର ଗୁପ୍ତ ତଥ୍ୟ ଲିକ୍ କରୁଥିବା ଅଭିଯୋଗରେ ତାଙ୍କୁ ତିନି ବର୍ଷ ପାଇଁ ଚୀନରେ ଦଣ୍ଡିତ କରାଯାଇଥିଲା । ଏହାପରଠାରୁ ଚେଙ୍ଗ ଚୀନର ଜେଲ୍ରେ ରହୁଛନ୍ତି । ଏହାସହ ତାଙ୍କୁ ବାହାର ଦୁନିଆ ଏବଂ ତାଙ୍କ ପରିବାରଠାରୁ ସମ୍ପୂର୍ଣ୍ଣ ଦୂରରେ ରଖାଯାଇଛି । ଏହାସହ ବର୍ଷରେ ତାଙ୍କୁ ମାତ୍ର 10 ଘଣ୍ଟା ବାହାରକୁ ଛଡା଼ ଯାଉଛି ।
ତେବେ ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀ ପେନ୍ନି ୱଂଗ୍ କହିଛନ୍ତି ଯେ, ଚେଙ୍ଗ ଓ ତାଙ୍କ ପରିବାରକୁ ସବୁବେଳେ ଦେଶର ସମର୍ଥନ ରହିବ । ତାଙ୍କ ସ୍ବାର୍ଥ ଓ କଲ୍ୟାଣ ପାଇଁ ଲଢ଼ିବା ଜାରି ରହିବ । ଏହାସହ ଚୀରେ ବନ୍ଦି ଥିବା ଚେଙ୍ଗଙ୍କୁ ଶୀଘ୍ର ଅଷ୍ଟ୍ରେଲିଆକୁ ଫେରାଇ ଅଣାଯିବା ପାଇଁ ଚେଷ୍ଟା କରାଯାଉଛି । ଅଷ୍ଟ୍ରେଲିଆ ଚେଙ୍ଗ ଫେରିବା ବାଟ ଅପେକ୍ଷାରେ ଅଛି ।