ଓଡିଶା

odisha

G 20 Summit: ବିଦେଶୀ ଅତିଥିଙ୍କ ମନ ଜିଣିଲା ପୈଠାନି ଶାଢୀ ଓ କୋହ୍ଲାପୁରୀ ଚପଲ

By ETV Bharat Odisha Team

Published : Sep 10, 2023, 8:15 AM IST

ଜି- ୨୦ "କ୍ରାଫ୍ଟ ବଜାର"ରେ ବେଶ ପ୍ରଶଂସା ସାଉଁଟିଛି ମହାରାଷ୍ଟ୍ରର ଔରଙ୍ଗାବାଦ ପୈଠାନି ଶାଢୀ ଓ କୋହ୍ଲାପୁରୀ ଚପଲ । କେବଳ ଦେଶରେ ନୁହେଁ ବରଂ ଅନ୍ତର୍ଜାତୀୟ ସ୍ତରରେ ବି ଏହି ସାମଗ୍ରୀର ବେଶ ଚାହିଦା ରହିଛି ।

aurangabad-paithani-saree-and-kolhapuri-chappal-will-impress-the-foreign-guests-of-g20-in-delhi
Aurangabad Paithani Saree And Kolhapuri Chappal Will Impress The Foreign Guests Of G20 In Delhi

ନୂଆଦିଲ୍ଲୀ: ଦେଶର ସଂସ୍କୃତି, କଳାକୃତି, ଐତିହ୍ୟକୁ ପ୍ରଦର୍ଶିତ କରିବା ପାଇଁ ବିଦେଶୀ ଅତିଥିମାନଙ୍କ ପାଇଁ ପ୍ରଗତି ମୈଦାନ ସ୍ଥିତ ଭାରତ ମଣ୍ଡପମରେ କରାଯାଇଛି ଜି- ୨୦ "କ୍ରାଫ୍ଟ ବଜାର" । ଏଥିରେ ଭାରତର ସମସ୍ତ ରାଜ୍ୟଓ କେନ୍ଦ୍ର ଶାସିତ ଅଞ୍ଚଳର ହସ୍ତଶିଳ୍ପ ଉତ୍ପାଦନ ଗୁଡିକୁ ପ୍ରଦର୍ଶନ ଓ ବିକ୍ରି କରାଯାଉଛି । ଦେଶର ପ୍ରସିଦ୍ଧ କଳାକାର ତଥା ଶିଳ୍ପୀମାନଙ୍କ ଦ୍ୱାରା ନିର୍ମିତ ବିଭିନ୍ନ ଜିନିଷ ଏହି ବଜାରରେ ଉପଲବ୍ଧ । ଯେଉଁଥିରେ ଭାରତୀୟ ପୋଷାକ, ସାଜ୍ଜସଜ୍ଜା ସାମଗ୍ରୀ, ଗହଣା, ମୂର୍ତ୍ତି, ମାଟି ଦ୍ୱାରା ନିର୍ମିତ ପଦାର୍ଥ , ଚିତ୍ରକଳା ଓ ଅନ୍ୟାନ୍ୟ କଳାତ୍ମକ ବସ୍ତୁ ଗୁଡିକ ସାମିଲ ଅଛି । ଏହି ବଜାରରେ ମିଳୁଥିବା ପ୍ରତ୍ୟେକ ଜିନିଷରେ ଭାରତର କଳା ସଂସ୍କୃତିର ଛାପ ଦେଖିବାକୁ ମିଳିଛି ।

ଏହାମଧ୍ୟରେ ବେଶ ପ୍ରଶଂସା ସାଉଁଟିଛି ମହାରାଷ୍ଟ୍ରର ଔରଙ୍ଗାବାଦ ପୈଠାନି ଶାଢୀ ଓ କୋହ୍ଲାପୁରୀ ଚପଲ । କେବଳ ଦେଶରେ ନୁହେଁ ବରଂ ଅନ୍ତର୍ଜାତୀୟ ସ୍ତରରେ ବି ଏହି ସାମଗ୍ରୀର ବେଶ ଚାହିଦା ରହିଛି ।

ପୈଠାନି ଶାଢୀର ସ୍ୱତନ୍ତ୍ରତା: ମହାରାଷ୍ଟ୍ରର କଳାସଂସ୍କୃତିକୁ ବହନ କରୁଥିବା ଏହି ବିଶ୍ୱପ୍ରସିଦ୍ଧ ପୈଠାନୀ ଶାଢୀ ପ୍ରାଚୀନ କାଳରୁ ପ୍ରଚଳିତ ହୋଇଆସୁଛି । ଏହି ଶାଢୀଟି ଔରଙ୍ଗାବାଦ ଜିଲ୍ଲାର ପୈଠାନ ତାଲୁକା ଅଞ୍ଚଳର ହସ୍ତତନ୍ତ ଦ୍ୱାରା ପ୍ରସ୍ତୁତ ହୋଇଥାଏ । ଏହି ପୈଠାନୀ ଶାଢୀ ସୁତାକୁ ସୁତା ଯୋଡା ଯାଇ ତିଆରି କରାଯାଏ । ଏହା ରେଶମ କପଡା ନାଁରେ ବି ବେଶ ଲୋକପ୍ରିୟ । ଗୋଟିଏ ସୂତାରେ ଏହା ତିଆରି ହୋଇଥିବା ବେଳେ ଏମ୍ପ୍ରଡୋରୀ କାମ ଏହାକୁ ଅଧିକ ଆକର୍ଷଣୀୟ ବନାଇଥାଏ । ତେବେ ଏହି ଶାଢୀ ଆକର୍ଷଣୀୟ ରଙ୍ଗ, ରେଶମ ଓ ସ୍ୱର୍ଣ୍ଣ ଜରିରେ ପ୍ରସ୍ତୁତ ହୋଇଥାଏ । ଏହି ଶାଢୀର ବର୍ଡର ଓ କାନିରେ ପାରମ୍ପରିକ ଚିତ୍ରକଳା ଅର୍ଥାତ ମୟୁର, ଶୁଆ, ପଦ୍ମ ଫୁଲ ଆଦି ତିଆରି କରାଯାଇଥାଏ । ଯାହା ଏହି ଶାଢୀକୁ ଅଧିକ ଆକର୍ଷଣୀୟ ବନାଇଥାଏ । ଏହି ଶାଢୀ ଦେଖିବାକୁ ଯେତିକି ସୁନ୍ଦର ଏହାର ଦର ମଧ୍ୟ ବେଶ ଅଧିକ ରହିଥାଏ । ସାଧାରଣତଃ ରାଜକୀୟ ପରିବାର ଗୁଡିକର ମହିଳା ଏହି ଶାଢୀ ଅଧିକ ପିନ୍ଧିଥାନ୍ତି । ଏହି ଶାଢୀ କେବଳ ମହାରାଷ୍ଟ୍ର ନୁହେଁ ବରଂ ଅନ୍ତର୍ଜାତୀୟ ସ୍ତରରେ ବେଶ ପ୍ରସିଦ୍ଧ ଅଟେ ।

ଏହାମଧ୍ୟ ପଢନ୍ତୁ..G 20 Summit: ପିଲାଙ୍କ ଗହଣରେ ସମୟ ଅତିବାହିତ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ

କୋହ୍ଲାପୁରୀ ଚପଲ ସ୍ୱତନ୍ତ୍ରତା:ଜି-20 କ୍ରାପ୍ଟ ବଜାରରେ ଆଉ ଏକ ମୁଖ୍ୟ ଆକର୍ଷଣ ସାଜିଥିବା ସ୍ୱଦେଶୀ ଜିନିଷ ହେଉଛି କୋହ୍ଲାପୁରୀ ଚପଲ । ଚମଡାରେ ପ୍ରସ୍ତୁତ ଏହି ଚପଲ ଦେଖିବାକୁ ଯେତିକି ଆକର୍ଷଣୀୟ ପିନ୍ଧିବାକୁ ବି ବେଶ ଆରାମଦାୟକ । ଯେଉଁଥିପାଇଁ ଏହା ବିଶ୍ୱସ୍ତରରେ ବେଶ ଆଦୃତ ଲାଭ କରିଛି । ଜି 20 ଯୋଗ ଦେଇଥିବା ବିଶ୍ୱସ୍ତରର ଜନପ୍ରତିନିଧିମାନଙ୍କୁ ଏହି ଚପଲ ପସନ୍ଦ ଆସୁଥିବା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ କୋହ୍ଲାପୁରୀ ଚପଲ ପିନ୍ଧୁଥିବା ଦେଖିବାକୁ ମିଳେ ।

ଏହାମଧ୍ୟ ପଢନ୍ତୁ..G-20ର ସ୍ଥାୟୀ ସଦସ୍ୟ ହେଲା ଆଫ୍ରିକୀୟ ୟୁନିୟନ, ଘୋଷଣା କଲେ ମୋଦି

ସୂଚନାଯୋଗ୍ୟ, ପ୍ରଥମ ଥର ପାଇଁ ଜି 20 ଶିଖର ସମ୍ୱିଳନୀର ଆୟୋଜକ ସାଜିଛି ଭାରତ । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଶ୍ୱର 30ରୁ ଅଧିକ ଦେଶର ପ୍ରତିନିଧି ସାମିଲ ହୋଇଛନ୍ତି । ବିଦେଶୀ ଅତିଥିମାନଙ୍କ ଜୋରଦାର ସ୍ୱାଗତ କରିଛି ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details