ନୂଆଦିଲ୍ଲୀ:ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ବିରୋଧରେ ଟ୍ବିଟ କରି ପୁଣି ଅଡୁ଼ଆରେ ପଡ଼ିଛନ୍ତି ବିବାଦୀୟ ହାସ୍ୟ କଳାକାର କୁନାଲ କାମ୍ରା। ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କ ଜାମିନକୁ ନେଇ ବିବାଦୀୟ ଟିପ୍ପଣୀ କରିଛନ୍ତି କୁନାଲ କାମ୍ରା। ଏହାପରେ କୁନାଲ କାମ୍ରାଙ୍କ ଅଡୁ଼ଆ ବଢିବାରେ ଲାଗିଛି। ଆଜି(ଶୁକ୍ରବାର) ଆଟୋର୍ନୀ ଜେନେରାଲ କେ.କେ ବେଣୁଗୋପାଳ କୁନାଲଙ୍କ ବିରୋଧରେ ନ୍ୟାୟିକ ଅବମାମନା ମାମଲା ରୁଜୁ କରିବାକୁ ଅନୁମତି ଦେଇଛନ୍ତି। ଏନେଇ କୁନାଲ କାମ୍ରାଙ୍କ ବିରୋଧରେ ଆଟର୍ନୀ ଜେନେରାଲ କେ.କେ ବେଣୁଗୋପାଳ ନୋଟିସ ଜାରି କରିଛନ୍ତି।
ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀ ଯୋଗୁଁ ମହାରାଷ୍ଟ୍ରରେ ଜଣେ ଆର୍କଟେକଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଅର୍ଣ୍ଣବ ଗୋସ୍ବାମୀଙ୍କୁ ତାଙ୍କ ବାସ ଭବନରୁ ଉଠାଇ ନେଇଥିଲା ପୋଲିସ। ଏହାପରେ ମହାରାଷ୍ଟ୍ର ହାଇକୋର୍ଟରେ ବରିଷ୍ଠ ସାମ୍ବାଦିକଙ୍କ ଜାମିନ ଖାରଜ ହୋଇଯାଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ ଅର୍ଣ୍ଣବ। ସୁପ୍ରିମକୋର୍ଟ ତାଙ୍କୁ ଜାମିନ ଦେବା ସହ ମହାରାଷ୍ଟ୍ର ହାଇକୋର୍ଟକୁ ତାଗିଦ କରିଥିଲେ।