ଡେରାଡୁନ: ଦେଶରେ କୋରୋନାର ଗମ୍ଭୀର ସ୍ଥିତିକୁ ଲକ୍ଷ୍ୟ ରଖି ଏଭଳି ସର୍ତ୍ତ ରଖିଛନ୍ତି ଉତ୍ତରାଖଣ୍ଡ ହରିଦ୍ବାର ଅଞ୍ଚଳର ବରକନ୍ୟା । ତେବେ ତାଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ଥିବା ଅତିଥିଙ୍କୁ କୋଭିଡ ନେଗେଟିଭ ରିପୋର୍ଟ ଆଣି ଉତ୍ସବରେ ସାମିଲ ହେବା ପାଇଁ ସେମାନେ କହିଥିବା ଜଣାପଡିଛି ।
ଦେଶରେ ବର୍ତ୍ତମାନ ଦୈନିକ ସଂକ୍ରମଣ 2 ଲକ୍ଷ ଉପରେ ରହିଥିବା ବେଳେ ପ୍ରତିଦିନ 1 ହଜାରରୁ ଅଧିକ ଲୋକଙ୍କର କୋରୋନା ଜନିତ ମୃତ୍ୟୁ ହେଉଛି । ତେବେ ଏଭଳି ସମୟରେ ସଂକ୍ରମଣଠୁ ନିଜକୁ ରକ୍ଷା କରିବା ପାଇଁ କୋଭିଡ ନିୟମ ମାନିବା ନିହାତି ଆବଶ୍ୟକ ହୋଇପଡିଛି । ନିୟମକୁ ସଠିକ ଭାବେ ପାଳନ କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା ଉଚିତ । ବିବାହ ଉତ୍ସବରରେ ଅଧିକ ସଂଖ୍ୟକ ଲୋକଙ୍କ ସମାଗମ ହେଉଥିବାରୁ ସଂକ୍ରମଣ ଭଳି ପରିସ୍ଥିତିକୁ ଏଡାଇବା ପାଇଁ କିଛି ଦିନ ମଧ୍ୟରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଥିବା ଉତ୍ତରାଖଣ୍ଡର ବରକନ୍ୟା ବିଜୟ ଓ ବୈଶାଳୀ ନିଜ ଅତିଥିଙ୍କ ସମ୍ମୁଖରେ RT-PCR ନେଗେଟିଭ ରିପୋର୍ଟର ସର୍ତ୍ତ ରଖିଛନ୍ତି । ଉତ୍ସବରେ ଯୋଗ ଦେବାକୁ ହେଲେ ନେଗେଟିଭ ରିପୋର୍ଟ ସାଙ୍ଗରେ ଆଣିବା ନିହାତି ଆବଶ୍ୟକ ବୋଲି ସେମାନେ କହିଛନ୍ତି ।