ଓଡିଶା

odisha

ETV Bharat / bharat

ପଶ୍ଚିମବଙ୍ଗ ଗୁଳିକାଣ୍ଡ ନେଇ ସ୍ପଷ୍ଟୀକରଣ ରଖିଲା CISF - west bengal election update

କେନ୍ଦ୍ରୀୟ ସୁରକ୍ଷାବଳ ଗୁଳିରେ 4 ଜଣ ସ୍ଥାନୀୟ ବ୍ୟକ୍ତିଙ୍କ ମୃତ୍ୟୁ ହେବା ଘଟଣାରେ ସ୍ପଷ୍ଟୀକରଣ ରଖିଛି କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF) । ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗ ଗୁଳିକାଣ୍ଡ ଘଟଣାରେ ସିଆଇଏସଫ ସ୍ପଷ୍ଟିକରଣ , ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ସହ ଅସ୍ତ୍ରସସ୍ତ୍ର ଛଡାଇବାକୁ ହୋଇଥିଲା ଉଦ୍ୟମ
ପଶ୍ଚିମବଙ୍ଗ ଗୁଳିକାଣ୍ଡ ଘଟଣାରେ ସିଆଇଏସଫ ସ୍ପଷ୍ଟିକରଣ , ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ସହ ଅସ୍ତ୍ରସସ୍ତ୍ର ଛଡାଇବାକୁ ହୋଇଥିଲା ଉଦ୍ୟମପଶ୍ଚିମବଙ୍ଗ ଗୁଳିକାଣ୍ଡ ଘଟଣାରେ ସିଆଇଏସଫ ସ୍ପଷ୍ଟିକରଣ , ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ସହ ଅସ୍ତ୍ରସସ୍ତ୍ର ଛଡାଇବାକୁ ହୋଇଥିଲା ଉଦ୍ୟମ

By

Published : Apr 10, 2021, 10:51 PM IST

କୋଲକାତା: ପଶ୍ଚିମବଙ୍ଗରେ ଆଜି (ଶନିବାର) 4ର୍ଥ ପର୍ଯ୍ୟାୟ ମତଦାନ ବେଳେ ହୋଇଥିବା ହିଂସା ଓ କେନ୍ଦ୍ରୀୟ ସୁରକ୍ଷାବଳ ଗୁଳିରେ 4 ଜଣ ସ୍ଥାନୀୟ ବ୍ୟକ୍ତିଙ୍କ ମୃତ୍ୟୁ ହେବା ଘଟଣାରେ ସ୍ପଷ୍ଟୀକରଣ ରଖିଛି କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF) । କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାକୁ ନେଇ ବିସ୍ତୃତ ସୂଚନା ଦେଇଛି ସିଆଇଏସଫ ।

ସୁରକ୍ଷା ବଳ କହିଛି ଶୀତଳକୁଚି ବିଧାନସଭା କ୍ଷେତ୍ରର 126 ନମ୍ବର ବୁଥରେ ମତଦାନ ବେଳେ ଉତ୍ତେଜନା ପ୍ରକାଶ ପାଇବା ସହ ଭିଡହିଂସା ପରି ଆଶଙ୍କା ଦେଖାଯାଇଥିଲା । ସେଠାରେ ସୁରକ୍ଷା ଦାୟିତ୍ବରେ ଥିବା ଅର୍ଦ୍ଧସାମରିକ ବଳର ଯବାନମାନେ ସ୍ଥିତି ଉପରେ ନିୟନ୍ତ୍ରଣ ଆଣିବାକୁ ଚେଷ୍ଟା କରିଥିଲା । କିନ୍ତୁ କିଛି ଉତ୍ତ୍ୟକ୍ତ ବ୍ୟକ୍ତି ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିବା ସହ ସେମାନଙ୍କ ଅସ୍ତ୍ରଶସ୍ତ୍ର ଲୁଟିବାକୁ ଉଦ୍ୟମ କରିଥିଲେ । ସୂରକ୍ଷାକର୍ମୀ ନିଜ ସୁରକ୍ଷା ଓ ସେଠାରେ ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବା ପୋଲିଂ ଅଧିକାରୀଙ୍କ ସୁରକ୍ଷା ପାଇଁ ଗୁଳି ଚଳାଇବାକୁ ବାଧ୍ୟ ହୋଇଥିଲେ । ସୁରକ୍ଷା ବାହିନୀ ପକ୍ଷରୁ 6 ରୁ 8 ରାଉଣ୍ଡ ଗୁଳି ଚଳାଯାଇଥିବା ସ୍ପଷ୍ଟ କରିଛି ସିଆଇଏସଫ । ଏନେଇ ସିଆଇଏସଫ ପ୍ରବକ୍ତାଙ୍କ ସୂଚନା ଦେଇଛନ୍ତି ।

@ ANI

ABOUT THE AUTHOR

...view details