ଓଡିଶା

odisha

By

Published : Nov 12, 2020, 3:54 PM IST

ETV Bharat / bharat

ପଶ୍ଚିମବଙ୍ଗ ବିଜେପି ସଭାପତିଙ୍କ କନଭୟ ଉପରେ ଆକ୍ରମଣ, କଳାପତାକା ପ୍ରଦର୍ଶନ

ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲୀପ ଘୋଷଙ୍କ କନଭୟ ଉପରେ ଆକ୍ରମଣ । ଏହାସହ ଏସଆଟିସି ଓ ଜନମୋର୍ଚ୍ଚାର ସମର୍ଥକମାନେ ତାଙ୍କୁ କଳାପତାକା ଦେଖାଇବା ସହ ‘ଗୋ ବ୍ୟାକ୍ ଗୋ ବ୍ୟାକ’ ନାରା ଲଗାଇଥିଲେ । ଅଧିକ ପଢନ୍ତୁ ....

ପଶ୍ଚିମବଙ୍ଗ ବିଜେପି ସଭାପତିଙ୍କ ରାଲି ଉପରକୁ ଆକ୍ରମଣ
ପଶ୍ଚିମବଙ୍ଗ ବିଜେପି ସଭାପତିଙ୍କ ରାଲି ଉପରକୁ ଆକ୍ରମଣ5//west-bengal/12-November-2020/wb-alp-01-12112020-bjp-dilip-ghosh2-visual-7203916_12112020140614_1211f_1605170174_78_1211newsroom_1605170889_829.mp4

କୋଲକାତା:ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷଙ୍କ କନଭୟ ଉପରେ ଆକ୍ରମଣ । ଆଜି ଆଲିପୁରଦାର କାଲଚିନିରେ ତାଙ୍କ କନଭୟ ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏଥିରେ କେହି ଆହତ ହୋଇନଥିବା ବେଳେ କାଲଚିନି ବିଧାୟକ ୱିଲସନ ଚମ୍ପାମାରିଙ୍କ ଗାଡି କ୍ଷତିଗ୍ରସ୍ତ ହୋଇଛି। ଏହି ଆକ୍ରମଣ ଗୋରଖା ଜନମୁକ୍ତି ମୋର୍ଚ୍ଚା ଏବଂ ଏଆଇଟିସି ସମର୍ଥକଙ୍କ ମାନଙ୍କ ଦ୍ବାରା କରାଯାଇଥିବା ଅଭିଯୋଗ ଆଣିଛି ବିଜେପି ।

ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷ ଏକ କାର୍ଯ୍ୟକ୍ରମ ଯୋଗ ଦେବା ପାଇଁ ଯାଉଥିବା ବେଳେ ତାଙ୍କ କନଭୟ ଉପରେ ଏହି ଆକ୍ରମଣ ହୋଇଛି । ଆକ୍ରମଣ ସହ ଏସଆଟିସି ଓ ଜନମୋର୍ଚ୍ଚାର ସମର୍ଥକ ମାନେ ତାଙ୍କୁ କଳା ପତାକା ଦେଖାଇବା ସହ ‘ଗୋ ବ୍ୟାକ୍ ଗୋ ବ୍ୟାକ’ ନାରା ମଧ୍ୟ ଲଗାଇଥିଲେ । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାରବା ପରେ ପୋଲିସ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details