ଓଡିଶା

odisha

ETV Bharat / bharat

Attack on Rakesh Tikait: କନ୍ନଡ ନକହିବାରୁ ଟିକାୟତଙ୍କୁ କାଳିମାଡ - କନ୍ନଡ ନକହିବାରୁ ଟିକାୟତଙ୍କୁ କାଳିମାଡ

ଚାଷୀନେତା ରାକେଶ ଟିକାୟତଙ୍କୁ କାଳିମାଡ଼ ଘଟଣା । କନ୍ନଡ ନ କହିବା କାଳିମାଡ଼ର କାରଣ ଥିଲା କହିଲେ ଅଭିଯୁକ୍ତ । ଅଧିକ ପଢନ୍ତୁ

Attack on Rakesh Tikait: କନ୍ନଡ ନକହିବା କାରଣ ଥିଲା କହିଲେ ଅଭିଯୁକ୍ତ
Attack on Rakesh Tikait: କନ୍ନଡ ନକହିବା କାରଣ ଥିଲା କହିଲେ ଅଭିଯୁକ୍ତ

By

Published : Jun 2, 2022, 11:26 AM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ ପ୍ରେସମିଟ ବେଳେ ଭାରତୀୟ କିଷାନ ୟୁନିଅନ ନେତା ରାକେଶ ଟିକାୟତଙ୍କୁ କାଳିମାଡ଼ ଘଟଣା । ୟୁଟର୍ଣ୍ଣ ମାରିଲେ ଘଟଣାର ଅଭିଯୁକ୍ତ । ଚାଷୀନେତା ରାକେଶ କନ୍ନଡ ଭାଷା ନକହିବାରୁ ତାଙ୍କ ଉପରେ କାଳି ଫିଙ୍ଗିଥିଲୁ ବୋଲି ପୋଲିସକୁ କହିଛନ୍ତି ୩ ଅଭିଯୁକ୍ତ । ଅଭିଯୁକ୍ତଙ୍କ ଏହି ମନ୍ତବ୍ୟ ଉପରେ ପୋଲିସ ତଦନ୍ତ କରୁଥିବା କହିଛି ।

ଗତ ସୋମବାର ଟିକାୟତ ବେଙ୍ଗାଲୁରୁର ଗାନ୍ଧୀ ଭବନଠାରେ ଏକ ପ୍ରେସମିଟ କରିଥିଲେ । ଏହି ପ୍ରେସମିଟ ବେଳେ କିଛି ଦୁର୍ବୃତ୍ତ ତାଙ୍କ ଉପରକୁ କାଳିମାଡ଼ କରିଥିଲେ । ଏହି ଘଟଣାରେ ପୋଲିସ ଭାରତ ରକଶନା ଭେଦିକେର ସଭାପତି ଭାରତ ସେଟ୍ଟୀ ଓ ଅନ୍ୟ ୨ ଅଭିଯୁକ୍ତ ଶିବକୁମାର ଓ ପ୍ରଦୀପଙ୍କୁ ଗିରଫ କରିଛି । ଏହି ଆକ୍ରମଣ ସମୟରେ ଅଭିଯୁକ୍ତମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ନେଇ ଆକ୍ରମଣ କରିଥିଲେ ।

ମାତ୍ର ପୋଲିସ ଆଗରେ ଅଭିଯୁକ୍ତମାନେ ଦେଇଥିବା ମନ୍ତବ୍ୟ ଘଟଣା ସହିତ ମେଳ ଖାଉ ନାହିଁ । ଏଥିଲାଗି ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା କହିଛି । ପୋଲିସ ଅଭିଯୁକ୍ତମାନଙ୍କୁ ୬ ଦିନିଆ ରିମାଣ୍ଡରେ ନେଇଛି । ଏହି ଅଭିଯୁକ୍ତଙ୍କ ଅନ୍ୟ ଅପରାଧ ଇତିହାସ ତଦନ୍ତ ବେଳେ ଖୋଲିଥିବା ପୋଲିସ କହିଛି । ଶିବକୁମାର ଘଟଣାସ୍ଥଳରେ ଟିକାୟତଙ୍କ ଉପରେ ଆକ୍ରମଣ କରିବା ପରେ ଅନ୍ୟ ଚାଷୀ ନେତାଙ୍କ ଉପରେ ମଧ୍ୟ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ ।

ଅନୁସନ୍ଧାନରୁ ଜଣାପଡିଛି ଯେ, ଶିବକୁମାର ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲେ ଏବଂ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ୨୦୧୫ରେ ଭଲ ଆଚରଣ ପାଇଁ ସେ ମୁକ୍ତ ହୋଇଥିଲେ । ଜେଲରୁ ମୁକ୍ତ ହେବା ପରେ ସେ ନିଜ ଭଉଣୀଙ୍କ ସହ ଏକ ସଂଗଠନରେ ସକ୍ରିୟ ଥିଲେ ଏବଂ ଅନେକ ବିରୋଧୀ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ । ଅନ୍ୟ ଅପରାଧରେ ତାଙ୍କର ସମ୍ପୃକ୍ତି ଥିବା ପୋଲିସ ତଦନ୍ତ କରୁଛି ।

ଅନ୍ୟ ଜଣେ ଅଭିଯୁକ୍ତ ପ୍ରଦୀପ ଜଣେ କ୍ୟାବ ଡ୍ରାଇଭର । ସେ ରାକେଶ ଟିକାୟତ ଏବଂ ଅନ୍ୟମାନଙ୍କ ଉପରେ କଳା ରଙ୍ଗ ଫିଙ୍ଗିଥିଲେ । ଏହି କାଳିମାଡ଼ ଘଟଣା ପରେ ଘଟଣାସ୍ଥଳରୁ ସମସ୍ତେ ନିଖୋଜ ହୋଇଯାଇଥିବା ପୋଲିସ କହିଛି । କର୍ଣ୍ଣାଟକ ଚାଷୀ ଆସୋସିଏସନ ଦ୍ବାରା ଆୟୋଜିତ ହୋଇଥିବା ପ୍ରେସମିଟରେ ଟିକାୟତ ଯୋଗ ଦେଇଥିଲେ ।

ABOUT THE AUTHOR

...view details