ଲକ୍ଷ୍ନୌ: AIMIM ମୁଖ୍ୟ ଅସାଦୁଦ୍ଦିନ ଓୱେସୀଙ୍କୁ ଗୁଳି ମାଡ ଘଟଣାରେ ଜୋର ଧରିଛି ରାଜନୀତି । ବିଭିନ୍ନ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ଏହି ଆକ୍ରମଣ ଘଟଣା ରାଜନୈତିକ ଏବଂ ପୂର୍ବ ନିର୍ଦ୍ଧାରିତ(pre-planned) ଲାଗୁଛି । ଯିଏ ବି ଏହା ପଛରେ ରହିଛି ତା'ର କିଛି ରାଜନୈତିକ ଉଦ୍ଦେଶ୍ୟ ଅଛି । ସେ ଚାହୁଁନଥିଲା କି ୱବେସୀଙ୍କ ମୃତ୍ୟୁ ହେଉ, ସେ କେବଳ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟକକୁ କିଛି ବାର୍ତ୍ତା ଦେବାକୁ ଚାହୁଁଥିଲା । AIMIM ମୁଖ୍ୟଙ୍କ ଉପରକୁ ଗୁଳିମାଡ ଘଟଣାରେ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ ।
ଓୱେସୀଙ୍କୁ ଆକ୍ରମଣ ପୂର୍ବ ନିର୍ଦ୍ଧାରିତ ଥିଲା: ଶିବସେନା ସାଂସଦ - ଓୱେସୀଙ୍କୁ ଆକ୍ରମଣ ପୂର୍ବ ନିର୍ଦ୍ଧାରିତ
AIMIM ମୁଖ୍ୟ ଅସାଦୁଦ୍ଦିନ ଓୱେସୀଙ୍କୁ ଗୁଳି ମାଡ ଘଟଣାରେ ତୀବ୍ର ପ୍ରତିକ୍ରିୟା ରଖିଲେ ଶିବସେନା ସାଂସଦ ସଞ୍ଜୟ ରାଉତ । କହିଲେ ଏହି ଆକ୍ରମଣ ପୂର୍ବ ନିର୍ଦ୍ଧାରିତ(pre-planned) ଅଟେ । ଅଧିକ ପଢନ୍ତୁ
ଏହି ଘଟଣାରେ ଶିବସେନା ସାଂସଦ ପରୋକ୍ଷରେ ବିଜେପିକୁ ଟାର୍ଗେଟ କରିଛନ୍ତି । ଯଦି ସେ ଅସାଧୁ ବାଟରେ ଚାଲିବେ ନାହିଁ ତେବେ ତାଙ୍କ ସରକାର ଭାଙ୍ଗି ଯିବ ବୋଲି ଭାଜପା ଉଦ୍ଦେଶ୍ୟରେ କହିଛନ୍ତି ରାଉତ । ପ୍ରକାଶଥାଉ କି, ଗୁରୁବାର ଓୱେସୀ ଉତ୍ତର ପ୍ରଦେଶ ମିରଟ ଅନ୍ତର୍ଗତ କିଥାଉରରେ ନିର୍ବାଚନ ପ୍ରଚାର ସାରି ଫେରୁଥିବେଳେ ଚାଜାରସି ଟୋଲ ପ୍ଲାଜା ନିକଟରେ ତାଙ୍କ ଗାଡି ଉପରୁ ଗୁଳିମାଡ ହୋଇଥିଲା । ଗୁଳିମାଡରେ ସେ କିମ୍ବା ତାଙ୍କ ସହଯୋଗୀଙ୍କ କୌଣସି କ୍ଷତି ହୋଇନଥିଲେ ମଧ୍ୟ ଗାଡି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ଏହାକୁ ନେଇ ଏବେ ବିବାଦ ତେଜିଛି । ଏହି ଘଟଣାରେ ଦୁଇ ଜଣ ଗିରଫ ହୋଇଛନ୍ତି ।