ହାଇଦ୍ରାବାଦ: ରାସ୍ତା ମଝିରେ ଓକିଲ ଦମ୍ପତିଙ୍କୁ ହତ୍ୟା । ଏଭଳି ଲୋମହର୍ଷଣକାରୀ କାଣ୍ଡ ଘଟିଛି ତେଲେଙ୍ଗାନାର ପେଡ୍ଡାପଲ୍ଲୀ ଅଞ୍ଚଳରେ । ମୃତକ ହେଲେ ତେଲେଙ୍ଗାନା ହାଇକୋର୍ଟରେ କାର୍ଯ୍ୟରତ ଓକିଲ ଦମ୍ପତି ବମାନା ରାଓ ଏବଂ ନାଗମଣି ରାଓ । ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ଖୋଜାଖୋଜି କରୁଛି ।
ରାସ୍ତା ମଝିରେ ଓକିଲ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ, ଉଭୟ ମୃତ - ହାଇକୋର୍ଟ ଓକିଲ ଦମ୍ପତି ମର୍ଡର
ତେଲେଙ୍ଗାନା ହାଇକୋର୍ଟରେ କାର୍ଯ୍ୟରତ ଏକ ଓକିଲ ଦମ୍ପତିଙ୍କୁ ରାସ୍ତା ମଝିରେ ଛୁରୀରେ ଆକ୍ରମଣ । ଚିକିତ୍ସାଧୀନ ଅବସ୍ଥାରେ ଉଭୟ ମୃତ । ଅଧିକ ପଢନ୍ତୁ...
![ରାସ୍ତା ମଝିରେ ଓକିଲ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ, ଉଭୟ ମୃତ ରାସ୍ତା ମଝିରେ ଓକିଲ ଦମ୍ପତିଙ୍କୁ ଆକ୍ରମଣ, ଉଭୟ ମୃତ](https://etvbharatimages.akamaized.net/etvbharat/prod-images/768-512-10664279-thumbnail-3x2-hyd.jpg)
ରାସ୍ତା ମଝିରେ ଓକିଲ ଦମ୍ପତିଙ୍କୁ ଆକ୍ରମଣ, ଉଭୟ ମୃତ
ସୂଚନାଯୋଗ୍ୟ, ଉକ୍ତ ଓକିଲ ଦମ୍ପତି ଏକ କାର ଯୋଗେ ଆସୁଥିବା ସମୟରେ କଲାଭଚାରା ହାଇଓ୍ବେ ନିକଟରେ କିଛି ଅଜ୍ଞାତ ବ୍ୟକ୍ତି ତାଙ୍କ ଗାଡିକୁ ଅଟକାଇଥିଲେ ଏବଂ ଛୁରୀରେ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଗୁରୁତର ଅବସ୍ଥାରେ ପୋଲିସ ସେମାନଙ୍କୁ ଉଦ୍ଧାର କରି ପେଡ୍ଡାପଲ୍ଲୀ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଉଭୟ ସ୍ବାମୀ-ସ୍ତ୍ରୀ ଆଖି ବୁଜିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ