ଓଡିଶା

odisha

ETV Bharat / bharat

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଆକ୍ରମଣ, ଯୁବକ ଗିରଫ - ବିହାର ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଆକ୍ରମଣ । ଏକ କାର୍ଯ୍ୟକ୍ରମବେଳେ ପଛରୁ ଆକ୍ରମଣ କଲା ଯୁବକ । ଯୁବକକୁ ଗିରଫ କରି ପଚରାଉଚୁରା କରୁଛି ପୋଲିସ । ଅଧିକ ପଢନ୍ତୁ

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଆକ୍ରମଣ, ଯୁବକ ଗିରଫ
ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ ଆକ୍ରମଣ

By

Published : Mar 27, 2022, 8:20 PM IST

ପାଟନା:ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଆକ୍ରମଣ । ଆଜି ବକ୍ତତିଆରପୁରରେ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଅବସରରେ ଏହି ଆକ୍ରମଣର ଶିକାର ହୋଇଛନ୍ତି ନୀତିଶ। ନୀତିଶ ପ୍ରତିମୂର୍ତ୍ତି ଉନ୍ମୋଚନ କରୁଥିବାବେଳେ ପଛରୁ ଜଣେ ଯୁବକ ନୀତିଶଙ୍କୁ ଆକ୍ରମଣ କରିଥିଲା । ସେଠାରେ ଉପସ୍ଥିତ ଥିବା ନୀତିଶଙ୍କ ସୁରକ୍ଷାକର୍ମୀ ଓ ପୋଲିସ ସମ୍ପୃକ୍ତ ଯୁବକକୁ କାବୁ କରିଥିଲେ ।

ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ ଆକ୍ରମଣ

ନୀତିଶଙ୍କ ଶରୀରରେ ଆଘାତ ଲାଗିଛି କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବାବେଳେ ସମ୍ପୃକ୍ତ ଯୁବକକୁ ଗିରଫ ପରେ ପଚରାଉଚରା ଜାରି ରହିଛି । ପ୍ରାଥମିକ ତଦନ୍ତ ଅନୁସାରେ ଏହି ଯୁବକଜଣଙ୍କ ମାନସିକ ବିକାରଗ୍ରସ୍ତ ବୋଲି ଅନୌପଚାରିକ ଭାବେ ସୂଚନା ମିଳିଛି ।

ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବକ୍ତତିଆରପୁର ଗସ୍ତ କରିଥିଲେ । ନୀତିଶ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ଅବସରରେ ଏପରି ଅଭାବନୀୟ ଘଟଣା ଘଟିଥିଲା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏପରି ସୁରକ୍ଷା ତ୍ରୁଟିକୁ ନେଇ ପ୍ରଶ୍ନ ମଧ୍ୟ ସୃଷ୍ଟି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details