ଓଡିଶା

odisha

ETV Bharat / bharat

କିନ୍ନରକୁ ଗଣ ଦୁଷ୍କର୍ମ, ନ୍ୟାୟ ନମିଳିଲେ ସମୂହ ଆତ୍ମହତ୍ୟା କରିବାକୁ ଧମକ ! - ଆନ୍ଧ୍ର ପ୍ରଦେଶରେ କିନ୍ନରକୁ ଗଣଦୁଷ୍କର୍ମ

କିନ୍ନରକୁ ଗଣଦୁଷ୍କର୍ମ ପରେ ଜଙ୍ଗଲରେ ଫୋପାଡ଼ି ଚାଲିଗଲେ ଦୁର୍ବୃତ୍ତ । ଆନ୍ଧ୍ର ପ୍ରଦେଶ YSR ଜିଲ୍ଲାରେ ଏଭଳି ସ୍ପର୍ଶକାତର ଘଟଣା ଘଟିଛି ।

Transgender Gang Raped: କିନ୍ନରକୁ ଗଣ ଦୁଷ୍କର୍ମ, ନ୍ୟାୟ ନମିଳିଲେ ସମୂହ ଆତ୍ମହତ୍ୟା କରିବାକୁ କିନ୍ନରଙ୍କ ଧମକ
Transgender Gang Raped: କିନ୍ନରକୁ ଗଣ ଦୁଷ୍କର୍ମ, ନ୍ୟାୟ ନମିଳିଲେ ସମୂହ ଆତ୍ମହତ୍ୟା କରିବାକୁ କିନ୍ନରଙ୍କ ଧମକ

By

Published : Jul 21, 2022, 10:24 PM IST

ଅମରାବତୀ: ଅନେକ ନିତୀ ନିୟମ ପ୍ରଣୟନ ହେବା ସତ୍ତ୍ବେ କିନ୍ନରଙ୍କୁ ସମାଜରେ ସମାନ ଅଧିକାର ମିଳି ପାରିନାହିଁ । କିନ୍ନରଙ୍କୁ ନିର୍ଯ୍ୟାତନା ଦେବା ନେଇ ଏକ ଅଭାବନୀୟ ଘଟଣା ଆନ୍ଧ୍ର ପ୍ରଦେଶରେ ଦେଖିବାକୁ ମିଳିଛି । ଏଠାରେ ଜଣେ କିନ୍ନରଙ୍କୁ ୧୫ ଜଣ ଦୁଷ୍କର୍ମ କରିବା ପରେ ମୃତ୍ୟୁମୁଖରେ ଛାଡି ଚାଲିଗଲେ । ଘଟଣାକୁ ନେଇ ଅଭିଯୋଗ ପରେ ବି ପୋଲିସ କୌଣସି ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ଆନ୍ଧ୍ର ପ୍ରଦେଶର YSR ଜିଲ୍ଲାରେ ଏଭଳି ସ୍ପର୍ଶକାତର ଘଟଣା ଘଟିଛି । ପୁଲିଭେନ୍ଦୁ ଅଞ୍ଜେନେୟସ୍ବାମୀ ମୂର୍ତ୍ତି ନିକଟସ୍ଥ ଅଞ୍ଚଳରୁ କିନ୍ନରଙ୍କୁ ଅପହରଣ କରି ନେଇଥିଲେ 15 ଜଣ ଦୁର୍ବୃତ୍ତ । ଏହାପରେ ଏକ ଜଙ୍ଗଲରେ କିନ୍ନରଙ୍କୁ ଗଣଦୁଷ୍କର୍ମ କରିବା ପରେ ଫୋପାଡ଼ି ଦେଇ ଚାଲିଗଲେ ଦୁର୍ବୃତ୍ତ ।

ଏନେଇ ଅଭିଯୋଗ ହେବାପରେ ମଧ୍ୟ ପୋଲିସ କୌଣସି ଗୁରୁତ୍ବ ଦେଇନଥିଲା ବୋଲି ଅଭିଯୋଗ କରିଛନ୍ତି କିନ୍ନର ସମାଜ । ଏହାପରେ ଦିଶା ଆପ୍‌ ଜରିଆରେ ମହିଳା ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଦିଶା ଅଧିକାରୀଙ୍କ ନିର୍ଦ୍ଦେଶ ପରେ ପୁଲିଭେନ୍ଦୁ ପୋଲିସ କିନ୍ନରଙ୍କ ଅଭିଯୋଗକୁ ଗ୍ରହଣ କରି ତଦନ୍ତ ଚଳାଇଛି । ସେପଟେ ନ୍ୟାୟ ନମିଳିଲେ ସମୂହ ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି କିନ୍ନର ସମାଜ ।

ABOUT THE AUTHOR

...view details