ଓଡିଶା

odisha

By

Published : May 6, 2022, 4:05 PM IST

ETV Bharat / bharat

JITO Connect 2022: ଆତ୍ମନିର୍ଭର ଭାରତ ଆମ ପଥ ଆମ ସଂକଳ୍ପ କହିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Narendra Modi ) ଭିଡିଓ କନଫରେନ୍ସିଂ ଯୋଗେ ଜୈନ ଆନ୍ତର୍ଜାତୀୟ ବାଣିଜ୍ୟ ସଂଗଠନର ‘ଜେଆଇଟିଓ କନେକ୍ଟ ୨୦୨୨’ (Jain International Trade Organisation ) ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଅଧିକ ପଢନ୍ତୁ

JITO Connect 2022
JITO Connect 2022

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଭିଡିଓ କନଫରେନ୍ସିଂ ଜରିଆରେ ଜୈନ ଅନ୍ତର୍ଜାତୀୟ ବାଣିଜ୍ୟ ସଂଗଠନର ‘ଜେଆଇଟିଓ କନେକ୍ଟ ୨୦୨୨’ (Jain International Trade Organisation JITO Connect 2022) ଉଦ୍‌ଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ସମ୍ବୋଧନରେ ମୋଦି କହିଛନ୍ତି ଆଜି ଭାରତ ବିକାଶର ସଂକଳ୍ପକୁ ଦୁନିଆ ତାର ଲକ୍ଷ୍ୟ ପ୍ରାପ୍ତିର ମାଧ୍ୟମ କରି ନେଇଛି । ବିଶ୍ବସ୍ତରୀୟ ଶାନ୍ତି ହେଉ କି ସମୃଦ୍ଧି ବା ବିଶ୍ବ ସ୍ତରୀୟ ଚ୍ୟାଲେଞ୍ଜକୁ ନେଇ ଥିବା ସମାଧାନ ଦୁନିଆ ଭାରତକୁ ବିଶ୍ବାସ ଓ ଭରସା କରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସେ ଆହୁରି କହିଛନ୍ତି, ଆଜି ଦେଶ ଦକ୍ଷତା, ବାଣିଜ୍ୟ ଏବଂ ଟେକ୍ନୋଲୋଜିକୁ ଅଧିକ ପ୍ରୋତ୍ସାହିତ କରୁଛି । ପ୍ରତିଦିନ ଅନେକ ଷ୍ଟାର୍ଟପ ପଞ୍ଜୀକରଣ କରୁଛି। ଯେବେଠୁ Govt e-Marketplace ବା GeM ପୋର୍ଟାଲ ଆସିଛି ସବୁ କିଣାବିକା ହୋଇଛି । ଏବେ ଗାଁ ଲୋକ, ଛୋଟ ଛୋଟ ଦୋକାନୀ ଏବଂ ସ୍ବୟଂ ସହାୟତ ସମୂହ ସିଧା ସରକାରଙ୍କୁ ନିଜ ଉତ୍ପାଦନ ବିକ୍ରି କରି ପାରୁଛନ୍ତି । ଆଜି GeM ପୋର୍ଟାଲରେ ୪୦ ଲକ୍ଷରୁ ଅଧିକ ବ୍ୟବସାୟୀ ଯୋଡି ହୋଇଛନ୍ତି ।

ଭବିଷ୍ୟତ ପାଇଁ ଆମ ରାସ୍ତା ଓ ଲକ୍ଷ୍ୟ ଦୁଇଟି ଯାକ ସ୍ପଷ୍ଟ । ଆତ୍ମନିର୍ଭର ଭାରତ ଆମ ପଥ ଓ ସଂକଳ୍ପ । ବିଗତ କିଛି ବର୍ଷ ହେବ ଆମେ ଏହା ପାଇଁ ନିରନ୍ତର ପରିଶ୍ରମ କରିଛୁ । ସ୍ବାସ୍ଥ୍ୟକ୍ଷେତ୍ର ପାଇଁ ଦେଶର ସବୁ ଜିଲ୍ଲାରେ ମେଡିକାଲ କଲେଜ ଭଳି ବ୍ୟବସ୍ଥା ପାଇଁ ସରକାର ବଡ ବଡ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଟେକ୍ନୋଲୋଜିକୁ କିପରି ଲୋକଙ୍କ ପାଖରେ ପହଞ୍ଚାଇଯିବ ଡ୍ରୋନ ଟେକ୍ନୋଲୋଜି ଭଳି ଅନ୍ୟ ଆଧୁନିକ ପ୍ରଯୁକ୍ତିବିଦ୍ୟାର ସୁଲଭ କିପରି ମିଳିବ ଏହା ଉପରେ ବିଚାର ହେବା ଦରକାର ବୋଲି କହିଛନ୍ତି ପିଏମ । ସମସ୍ତେ ପୃଥୀବି ପାଇଁ କାମ କରୁଛନ୍ତି । ଯେଉଁଥିରେ ପରିବେଶର ସମୃଦ୍ଧି ଅଛି ସେହି ନିବେଶକୁ ପ୍ରୋତ୍ସାହିତ କରିବାକୁ ଆହ୍ବାନ ଦେଇଛନ୍ତି ମୋଦି । ଆସନ୍ତା ବର୍ଷ ୧୫ ଅଗଷ୍ଟ ଯାଏଁ ଜିଲ୍ଲାରେ ଅତି କମରେ ୭୫ ଅମୃତ ସରୋବର ତିଆରି କରିବା ନେଇ ବିଚାର କରିବାକୁ ଜୈନ ଆନ୍ତର୍ଜାତୀୟ ବାଣିଜ୍ୟ ସଂଗଠନ ଉଦଘାଟନୀ ସମାରୋହରେ କହିଛନ୍ତି ପ୍ରଧାନମନ୍ତ୍ରୀ ।

ଜୈନ ଆନ୍ତର୍ଜାତୀୟ ବାଣିଜ୍ୟ ସଂଗଠନ (ଜେଆଇଟିଓ) ହେଉଛି ବିଶ୍ବ ବ୍ୟାପୀ ଜୈନମାନଙ୍କୁ ସଂଯୋଗ କରୁଥିବା ଏକ ବିଶ୍ବସ୍ତରୀୟ ସଂଗଠନ । ପାରସ୍ପରିକ ଯୋଗାଯୋଗ ଏବଂ ବ୍ୟକ୍ତିଗତ ଆଲୋଚନା ମାଧ୍ୟମରେ ବ୍ୟବସାୟ ଏବଂ ଶିଳ୍ପକୁ ସାହାଯ୍ୟ କରିବାକୁ ଜେଆଇଟିଓ ସଂଯୋଗ ହେଉଛି ଏକ ପ୍ରୟାସ । ‘ଜେଆଇଟିଓ କନେକ୍ଟ ୨୦୨୨’ ତିନି ଦିନିଆ କାର୍ଯ୍ୟକ୍ରମ ପୁଣେର ଗଙ୍ଗାଧାମ ଆନେକ୍ସରେ ମେ ୬ ରୁ ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଛି । ଏଥିରେ ବ୍ୟବସାୟ ଓ ଅର୍ଥନୀତି ସହ ଜଡିତ ବିଭିନ୍ନ ପ୍ରସଙ୍ଗରେ ଏକାଧିକ ଅଧିବେଶନ ଅନ୍ତର୍ଭୁକ୍ତ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details