ଓଡିଶା

odisha

By

Published : Apr 16, 2023, 4:16 PM IST

ETV Bharat / bharat

Atiq-Ashraf killing: ‘ମୋ ପୁଅ ହନୁମାନ ଭକ୍ତ, କୁସଙ୍ଗରେ ପଡି ଏମିତି କରିଛି ’

ଘଟଣାକୁ ଗ୍ରହଣ କରିପାରୁନାହାନ୍ତି ହତ୍ୟାରେ ସାମିଲ ଜଣେ ଅଭିଯୁକ୍ତର ମା’ । କହିଲେ ପୁଅ ହନୁମାନ ଭକ୍ତ ଥିଲା, କୁସଙ୍ଗରେ ପଡି ଏମିତି କରିଛି । ଅଧିକ ପଢନ୍ତୁ

ମୋ ପୁଅ ହନୁମାନ ଭକ୍ତ ଥିଲା, କୁସଙ୍ଗରେ ପଡି ଏମିତି କରିଛି
ମୋ ପୁଅ ହନୁମାନ ଭକ୍ତ ଥିଲା, କୁସଙ୍ଗରେ ପଡି ଏମିତି କରିଛି

ଲକ୍ଷ୍ନୌ:ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ଏବଂ ତାର ଭାଇ ଅସ୍ରଫକୁ ଗୁଳି କରି ହତ୍ୟା କରିଥିବା 3 ଅଭିଯୁକ୍ତ ଘଟଣାସ୍ଥଳରେ ହିଁ ଆତ୍ମସମର୍ପଣ କରିଥିଲେ । ବେଶ କମ ବୟସର ଏହି 3 ଅପରାଧୀଙ୍କ ପୃଷ୍ଠଭୂମି ନେଇ ଏବେ ତମାମ ଆକଳନ ଜାରି ରହିଛି । ଏମାନେ ପେଶାଗତ ଅପରାଧୀ ନା କାହାର ଇସାରାରେ ଅର୍ଥ ଉପାର୍ଜନ କରିବା ପାଇଁ ସୁପାରି କିଲିଂ କଲେ ତାକୁ ନେଇ ବିଭିନ୍ନ ସନ୍ଦେହ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ହତ୍ୟାରେ ସମ୍ପୃକ୍ତ ଲଭଲେଶ ନାମକ ଜଣେ ହତ୍ୟାକାରୀର ମା’ଙ୍କର ବୟାନ ସାମ୍ନାକୁ ଆସିଛି ।

ଘଟଣାକୁ ରୂପ ଦେଇଥିବା ତିନି ଅଭିଯୁକ୍ତଙ୍କ ମଧ୍ୟରେ ଥିବା ଲଭଲେଶର ଘର ଉତ୍ତର ପ୍ରଦେଶ ବୃନ୍ଦା ଜିଲ୍ଲାରେ । ଏକଥା ଜଣାପଡିବା ପରେ ଗଣମାଧ୍ୟମ ପ୍ରତିନିଧି ଲଭଲେଶର ଘରେ ପହଞ୍ଚିଥିଲେ । ଇଟିଭି ଭାରତ ସମ୍ବାଦଦାତା ଅଭିଯୁକ୍ତର ମା’ ଆଶ ତିଓ୍ବାରୀଙ୍କ ସହ ଆଲୋଚନା କରିଥିଲେ । ଏପରି ଘଟଣାକୁ ସହଜରେ ବିଶ୍ବାସ କରି ପାରୁନାହାନ୍ତି ଅଭିଯୁକ୍ତର ମା’ । କହିଛନ୍ତି ତାଙ୍କ ପୁଅର ପୂର୍ବରୁ କୌଣସି ଅପରାଧିକ ପୃଷ୍ଠଭୂମି ନଥିଲା । ସେ ସଙ୍କଟମୋଚନଙ୍କ ପୂଜା କରୁଥିଲା । ପଡୋଶୀଙ୍କୁ ସାହାଯ୍ୟ କରୁଥିଲା । ଏସବୁ କେମିତି ହେଲା ତାହା ସେମାନେ ବିଶ୍ବାସ ମଧ୍ୟ କରିପାରୁନାହାନ୍ତି ।

ଆହୁରି ମଧ୍ୟ ଅଭିଯୁକ୍ତର ମା’ ସୂଚନା ଦେଇଛନ୍ତି, ଲଭଲେଶ ପ୍ରେମ ବ୍ୟାପାର ମାମଲାରେ ଥରେ ଜେଲ ଯାଇସାରିଛି । ଜଣେ ଯୁବତୀଙ୍କୁ ମାଡ ମାରିବା ଘଟଣାରେ ସେ ପ୍ରାୟ ଦେଢ ବର୍ଷ ଜେଲରେ ରହି ଫେରିଥିଲା । ହେଲେ କୌଣସି ଅପରାଧିକ ମାମଲା ନଥିଲା । ଜେଲରୁ ଫେରିବା ପରେ ତାର ବ୍ୟବହାର ସ୍ବାଭାବିକ ଥିଲା । ସମସ୍ତଙ୍କ ସହ ଭଲରେ କଥା ମଧ୍ୟ ହେଉଥିଲା । ମାତ୍ର କୁସଙ୍ଗରେ ପଡି ସେ ଏହି ଅପରାଧିକ ରାସ୍ତାକୁ ଯାଇଛି । ସେ ଲଭଲେଶ ସହ ପ୍ରାୟ ଏକ ସପ୍ତାହ ତଳେ କଥା ହୋଇଥିଲେ । ପରେ ଆଉ ଯୋଗାଯୋଗ ସମ୍ଭବ ନହୋଇପାରିବା ସହ ନମ୍ବର ସ୍ବିଚଅଫ ଆସୁଥିଲା । ଏପରି କାଣ୍ଡ ସମ୍ପର୍କରେ ସେମାନେ ଗଣମାଧ୍ୟକୁ ଖବର ପାଇଲେ, ଯାହା ତାଙ୍କୁ ଆଶ୍ଚର୍ଯ୍ଯ କରିଦେଇଥିଲା ।

ଅନ୍ୟପଟେ ଗତକାଲି (ଶନିବାର) ରାତିରେ ଗୁଳିକାଣ୍ଡ ପରେ ଉତ୍ତର ପ୍ରଦେଶରେ ମଧ୍ୟ ରାଜନୈତିକ ବୟାନବାଜୀ ଜାରି ରହିଛି । ବିରୋଧୀ ଏହାକୁ ଅଗଣତାନ୍ତ୍ରିକ ଓ ସମ୍ବିଧାନର ହତ୍ୟା ବୋଲି ଅଭିଯୋଗ କରିବା ବେଳେ, ଶାସକ ବିଜେପିର ସାଂସଦ ଓ ବିଧାୟକମାନେ ଏହାକୁ ଯଥାର୍ଥ ଦର୍ଶାଇବାକୁ ନାନାଦି ବୟାନ ଦେବାରେ ଲାଗିଛନ୍ତି । ଏହି କ୍ରମରେ ଯୋଗୀ କ୍ୟାବିନେଟରେ ମନ୍ତ୍ରୀ ଥିବା ସୁରେଶ ଖାନ୍ନା ଏକ ବିବାଦୀୟ ବୟାନ ଦେଇଛନ୍ତି । ମନ୍ତ୍ରୀ ଖାନ୍ନା ପୋଲିସ କଷ୍ଟଡିରେ ହୋଇଥିବା ଏହି ଗୁଳିକାଣ୍ଡକୁ ପ୍ରକୃତିର ନିର୍ଦ୍ଦେଶ(ଆସମାନୀ ଫୈସଲା) ବୋଲି କହି ଚର୍ଚ୍ଚାକୁ ଆସିଛନ୍ତି । ଏହି ନିର୍ଦ୍ଦେଶ ପ୍ରକୃତିରେ ଥିଲା ବୋଲି କହିଛନ୍ତି ମନ୍ତ୍ରୀ । ଯାହାକୁ ବିରୋଧୀ ମଧ୍ୟ ସମାଲୋଚନା କରିଛନ୍ତି ।

ତେବେ ଗତକାଲି ରାତିରେ ଗୁଳିମାଡ ସ୍ଥଳରେ ହିଁ ପ୍ରାଣ ହରାଇଥିବା ଦୁଇ ମାଫିଆ ଭାଇଙ୍କ ମୃତଦେହ ସ୍ଥାନୀୟ ପ୍ରୟାଗରାଜ ହସ୍ପିଟାଲରେ ରଖାଯାଇଥିଲା । ଆଜି ଅପରାହ୍ନରେ ବ୍ୟବଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ଏକ୍ସ-ରେ କରାଯିବା ପରେ ଉଭୟଙ୍କ ଦେହେରେ କେତୋଟି ଗୁଳି ବାଜିଛି ତାହା ସ୍ପଷ୍ଟ ହେବ । ବ୍ୟବଚ୍ଛେଦ ସରିବା ପରେ ଉଭୟ ମୃତଦେହ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇପାରେ । ତେବେ ଉମେଶ ପାଲ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ଥିବା ଅତିକର ପତ୍ନୀ ଏବେ ମଧ୍ୟ ଫେରାର ଅଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details