ଓଡିଶା

odisha

ETV Bharat / bharat

Atiq Ahmed, brother Ashraf shot dead: ଅତିକ ଓ ଅସରଫକୁ ଗୁଳି କରି ହତ୍ୟା - ଉମେଶ ପାଲ ହତ୍ୟା ଘଟଣା

ବହୁ ଚର୍ଚ୍ଚିତ ଉମେଶ ପାଲ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ଓ ତାର ଭାଇ ଅସରଫକୁ ପୋଲିସ କଷ୍ଟଡିରେ ଗୁଳି କରି ହତ୍ୟା । ତିନି ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ପୋଲିସ କଷ୍ଟଡିରେ ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ଓ ଅସରଫକୁ ଗୁଳି କରି ହତ୍ୟା
ପୋଲିସ କଷ୍ଟଡିରେ ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ଓ ଅସରଫକୁ ଗୁଳି କରି ହତ୍ୟା

By

Published : Apr 15, 2023, 11:07 PM IST

Updated : Apr 16, 2023, 9:14 AM IST

Ashraf shot dead while being taken for medical

ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ଓ ତାର ଭାଇ ଅସରଫକୁ ପୋଲିସ କଷ୍ଟଡିରେ ଗୁଳି କରି ହତ୍ୟା । ଶନିବାର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ପ୍ରୟାଗରାଜ ଯାଉଥିବା ବେଳେ ଉଭୟଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା । ଗୁଳିମାଡ କରିଥିବା 3 ଜଣଙ୍କୁ ପୋଲିସ ଗିରଫ କରିଛି । ଅତିକ ଓ ତାର ଭାଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିବା ସମୟରେ ଗୁଳିମାଡ ହୋଇଥିଲା । ଯାହାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିବା ବେଳେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଶନିବାର ରାତିରେ ପ୍ରୟାଗରାଜର କାଲଭିନ ହସ୍ପିଟାଲ ନିକଟରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଅତିକ ଓ ଅସରଫକୁ ପୋଲିସ ମେଡିକାଲ ଟେଷ୍ଟ ପାଇଁ ଆଣିଥିବା ସମୟରେ ସେଠାରେ କିଛି ଗଣମାଧ୍ୟମ କର୍ମୀ ସେମାନଙ୍କୁ ଘେରି ଯାଇ ପ୍ରଶ୍ନ ପଚାରିଥିଲେ । ଗ୍ୟାଙ୍ଗଷ୍ଟାର ଅତିକ ପ୍ରତିକ୍ରିୟା ଦେଉଥିବା ବେଳେ ଅଭିଯୁକ୍ତ ମାନେ ଅତି ନିକଟରୁ ଗୁଳି ମାଡ କରିଥିଲେ । ପ୍ରଥମେ ଅତିକ ଓ ପରେ ତାର ଭାଇକୁ ଗୁଳି କରିଥିଲେ ଅଭିଯୁକ୍ତ । ଏହାପରେ ପୋଲିସ ସଙ୍ଗେ ତିନି ଅଭିଯୁକ୍ତକୁ କାବୁ କରିବା ସହ ଗିରଫ କରିଥିଲା । ତିନି ଅଭିଯୁକ୍ତ ହେଉଛନ୍ତି ଲାଭେସ ତିଓ୍ବାରୀ, ସନି ଓ ଅରୁଣ ମୋର୍ଯ୍ୟା ।

ଅତିକର ଶେଷ କଥା: ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଅତିକ ଓ ଅସରଫ ଗାଡିରୁ ଓହ୍ଲାଇ ଚାଲି ଚାଲି ଆସୁଥିଲେ । ଏହି ସମୟରେ ଗଣମାଧ୍ୟମ ପ୍ରତିନିଧି ଅତିକକୁ ପ୍ରଶ୍ନ କରିଥିଲେ ଯେ ପୁଅ ଅସଦର ଶେଷକୃତ୍ୟରେ ସାମିଲ ହୋଇ ପାରିଲେ ନାହିଁ କଣ କହିବେ । ଏହାର ଉତ୍ତରରେ ସେ କହିଥିଲେ ଯେ ସେମାନେ ଆମକୁ ନେଲେ ନାହିଁ ସେଥି ପାଇଁ ଆମେ ଗଲୁ ନାହିଁ । ଏହି ସମୟରେ ଅଭିଯୁକ୍ତ ମାନେ ଅତିକ ଉପରକୁ ଗୁଳି ମାଡ କରିଥିଲେ ।

ଏପ୍ରିଲ 13 ତାରିଖ ଦିନ ମାଫିଆ ଅତିକ ଅହମ୍ମଦର ପୁଅ ଅସଦ ଅହମ୍ମଦକୁ ଏନକାଉଣ୍ଟର କରାଯାଇଥିଲା । ଝାନ୍ସିଂରେ ପୋଲିସ ଅସଦ ଅହମ୍ମଦ ଓ ଗୁଲାନ ନାମକ ଜଣେ ବ୍ୟକ୍ତିକୁ ଏନକାଉଣ୍ଟର କରିଥିଲା । ଏହି ଦୁଇ ଜଣ ଉମେଶ ପାଲ ହତ୍ୟାକାଣ୍ଡରେ ସାମିଲ ଥିଲେ । ଦୁଇଜଣଙ୍କ ଉପରେ 5 ଲକ୍ଷ ଲେଖାଏଁ ପୁରସ୍କାର ଘୋଷଣା କରାଯାଇଥିଲା । ଏହାପରେ ପ୍ରୟାଗରାଜ ସ୍ଥିତ କସାରୀ ମସାରୀ କବରସ୍ଥାନରେ ଅସଦକୁ ସମାଧି ଦିଆଯାଇଥିଲା । ହେଲେ ନିଜ ପୁଅର ଅନ୍ତିମ ଦର୍ଶନ କରିପାରିନଥିଲା ଅତିକ ଅହମ୍ମଦ ।

2005 ଜାନୁଆରେ 25 ତାରିଖରେ ବସପା ବିଧାୟକ ରାଜୁ ପାଲଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ଉମେଶ ପାଲ ଏକମାତ୍ର ସାକ୍ଷୀ ଥିବା ବେଳେ ମାଫିଆ ଅତିକ ତାଙ୍କୁ ମାମଲାରୁ ଓହରି ଯିବାକୁ କରିଥିଲା । କିନ୍ତୁ ଉମେଶ ପାଲ ତା କଥା ଶୁଣି ନଥିଲେ । ଏହାପରେ 2006 ଫେବୃଆରୀ 28 ତାରିଖରେ ଉମେଶ ପାଲଙ୍କୁ ଅପହରଣ କରାଯାଇ ପ୍ରମାଣ ପରିବର୍ତ୍ତନ କରିବାକୁ ମାଫିଆ ଚାପ ପକାଇଥିଲା । ଗ୍ୟାଙ୍ଗଷ୍ଟାର ଅତିକ କଥା ନ ମାନିବାକୁ ତାଙ୍କୁ ଶାରୀରିକ ନିର୍ଯାତନା ଦିଆଯିବା ସହ ଜୀବନରୁ ମାରି ଦେବାକୁ ଧମକ ଦିଆଯାଇଥିଲା । ଶେଷରେ ଫେବୃଆରୀ 24 ତାରିଖ ଦିନ ଉମେଶ ପାଲଙ୍କୁ ପ୍ରୟାଗରାଜରେ ଗୁଳି କରି ହତ୍ୟା କରାଯାଇଥିଲା ।

Last Updated : Apr 16, 2023, 9:14 AM IST

ABOUT THE AUTHOR

...view details