ଓଡିଶା

odisha

ETV Bharat / bharat

PT Ushaଙ୍କ ସମତେ 4 ବିଶିଷ୍ଟ ବ୍ୟକ୍ତି ରାଜ୍ୟସଭାକୁ ମନୋନୀତ, ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଲେ ମୋଦି - ଆଥଲେଟିକ ପିଟି ଉଷା ଯିବେ ରାଜ୍ୟସଭା

ଦେଶର ଅନ୍ୟତମ ଶ୍ରେଷ୍ଠ ଆଥଲେଟ ପିଟି ଉଷାଙ୍କ ସମେତ 4 ଜଣଙ୍କୁ ରାଜ୍ୟସଭାର ସଦସ୍ୟ ପାଇଁ ମନୋନୀତ କରାଯାଇଛି । ଏପଟେ ରାଜ୍ୟସଭା ସଦସ୍ୟ ପାଇଁ ମନୋନୀତ ହେବା ପରେ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ

PT Usha
PT Usha

By

Published : Jul 6, 2022, 9:19 PM IST

Updated : Jul 6, 2022, 9:35 PM IST

ନୂଆଦିଲ୍ଲୀ: ଦେଶର ଅନ୍ୟତମ ଶ୍ରେଷ୍ଠ ଆଥଲେଟ ପିଟି ଉଷା (Athlete PT Usha )ଙ୍କୁ ରାଜ୍ୟସଭାର ମନୋନୀତ ସଦସ୍ୟ ଭାବେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପିଟି ଉଷାଙ୍କ ସମେତ ଫିଲ୍ମ କମ୍ପୋଜର ଓ ସଂଗୀତକାର ଇଲିୟା ରାଜା, ବିରେନ୍ଦ୍ର ହେଗଡେ ଓ ବି ବିଜୟେନ୍ଦ୍ର ପ୍ରସାଦଙ୍କୁ ମଧ୍ୟ ରାଜ୍ୟସଭା ପଠାଇବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏପଟେ ପିଟି ଉଷା, ଇଲୈୟାରାଜାଙ୍କ ସମେତ ରାଜ୍ୟସଭାକୁ ମନୋନୀତ ହୋଇଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପିଟି ଉଷାଙ୍କୁ ପ୍ରଶଂସା କରି ମୋଦି କହିଛନ୍ତି ପିଟି ଉଷା କ୍ରୀଡା ଜଗତରେ ଅନେକ ଉପଲବ୍ଧି ହାସଲ କରିଛନ୍ତି । ଏହାସହ ଗତ କିଛି ବର୍ଷ ହେଲା ପିଟି ଉଷା ନୂଆ କ୍ରୀଡା ପ୍ରତିଭାଙ୍କୁ ମାର୍ଗଦର୍ଶନ ଦେଇ ଆସୁଛନ୍ତି । ତାଙ୍କୁ ରାଜ୍ୟସଭା ସଦସ୍ୟ ପାଇଁ ମନୋନୀତ କରାଯାଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି ମୋଦି ।

ସେହିପରି ସଂଗୀତଜ୍ଞ ଇଲିୟା ରାଜାଙ୍କ ସମ୍ପର୍କରେ ସୂଚନା ଦେଇ ମୋଦି କହିଛନ୍ତି ଲିୟା ରାଜା ଅନେକ କାଳଜୟୀ ସଂଗୀତ ରଚନା କରି ଲୋକଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି । ସଂଗୀତ କ୍ଷେତ୍ରରେ ଅନେକ କିଛି ହାସଲ କରିଛନ୍ତି । ତାଙ୍କର ଦକ୍ଷତାକୁ ସମ୍ମାନ ଜଣାଇ ରାଜ୍ୟସଭା ସଦସ୍ୟ ପାଇଁ ମନୋନୀତ ହୋଇଥିବାରୁ ଅଭିନନ୍ଦନ ।

ସେହିଭଳି ସମାଜସେବୀ ବୀରେନ୍ଦ୍ର ହେଗଡଙ୍କ ସମ୍ପର୍କରେ ସୂଚନା ଦେଇ ମୋଦି କହିଛନ୍ତି ସାମୁହିକ ସେବାରେ ବ୍ରତୀ ହେଉଛନ୍ତି ବୀରେନ୍ଦ୍ର ହେଗଡ । ଶିକ୍ଷା, ସ୍ବାସ୍ଥ୍ୟ, ଧାର୍ମିକ କ୍ଷେତ୍ରରେ ଅନେକ କାମ କରିଛନ୍ତି ହେଗଡ । ତାଙ୍କର ଅଭିଜ୍ଞତା ସଂସଦ ପାଇଁ ନିଶ୍ଚିତ ଲାଭଦାୟକ ହେବ ବୋଲି କହିଛନ୍ତି ମୋଦି ।

ଏହାବାଦ ଭି ବିଜୟେନ୍ଦ୍ର ପ୍ରସାଦଙ୍କ ସମ୍ପର୍କରେ ସୂଚନା ଦେଇ ମୋଦି କହିଛନ୍ତି ବିଜୟେନ୍ଦ୍ର ଜଣେ ପ୍ରଖ୍ୟାତ ସ୍କ୍ରିନ ରାଇଟର ଓ ଫିଲ୍ମ ନିର୍ଦ୍ଦେଶକ। ତାଙ୍କର ଅନେକ ଲେଖା ବିଶ୍ବସ୍ତରରେ ଆଦୃତ ହୋଇଛି । ଅନେକ ସଫଳ ଫିଲ୍ମ ପାଇଁ କାମ କରିଥିବା ଭି ବିଜୟେନ୍ଦ୍ରଙ୍କ ଅଭିଜ୍ଞତା ମଧ୍ୟ ଉଚ୍ଚସଦନ ପାଇଁ ପ୍ରେରଣା ଦେବ ବୋଲି ମୋଦି କହିଛନ୍ତି ।

Last Updated : Jul 6, 2022, 9:35 PM IST

ABOUT THE AUTHOR

...view details