ନୂଆଦିଲ୍ଲୀ: ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଅଟଳ ପେନସନ ଯୋଜନା ଅନୁସାରେ ସମୁଦାୟ ନାମାଙ୍କନ ୪.୦୧ କୋଟିକୁ ଅତିକ୍ରମ କରିଛି । ଯେଉଁଥିରେ ୯୯ ଲକ୍ଷରୁ ଅଧିକ ଅଟଳ ପେନସନ ଯୋଜନା ଖାତା ୨୦୨୧- ୨୨ ବିତୀୟ ବର୍ଷରେ ଖୋଲା ଯାଇଥିଲା । ସମସ୍ତ ଶ୍ରେଣୀର ବ୍ୟାଙ୍କ ଗୁଡିକର ସକ୍ରିୟ ଭାଗୀଦାରୀ କାରଣରୁ ଏହି ଯୋଜନାକୁ ବହୁତ ସଫଳତା ମିଳିଛି । ପ୍ରାୟ ୭୧ ପ୍ରତିଶତ ନାମାଙ୍କନ ସରକାରୀ କ୍ଷେତ୍ରର ବ୍ୟାଙ୍କ ଦ୍ବାରା ୧୯ ପ୍ରତିଶତ ନାମାଙ୍କନ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ଦ୍ବାରା ୬% ନାମାଙ୍କନ ଘରୋଇ ବ୍ୟାଙ୍କଗୁଡିକ ଦ୍ବାରା, ୩ ପ୍ରତିଶତ ନାମାଙ୍କନ ଦେୟ ଏବଂ କ୍ଷୁଦ୍ର ବିତୀୟ ସହାୟତା ପ୍ରଦାନକାରୀ ବ୍ୟାଙ୍କ (ପେମଣ୍ଟ ଆଣ୍ଡ ସ୍ମଲ ଫାଇନାନ୍ସ ବ୍ୟାଙ୍କ) ଦ୍ବାରା କରାଯାଇଛି ।
ଭାରତୀୟ ଷ୍ଟେଟ ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ, ବ୍ୟାଙ୍କ ଅଫ ବରୋଦା ଏବଂ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ସରକାରୀ କ୍ଷେତ୍ରର ବ୍ୟାଙ୍କ ଶ୍ରେଣୀରେ ବାର୍ଷିକ ଲକ୍ଷ୍ୟ ହାସଲ କରିଛନ୍ତି । ବିଦର୍ଭ କୋଙ୍କଣ ବ୍ୟାଙ୍କ, ତ୍ରିପୁରା ଗ୍ରାମୀଣ ବ୍ୟାଙ୍କ, ଝାଡଖଣ୍ଡ ରାଜ୍ୟ ଗ୍ରାମୀଣ ବ୍ୟାଙ୍କ, ପଶ୍ଚିମ ବଙ୍ଗ ଗ୍ରାମୀଣ ବ୍ୟାଙ୍କ, ବରୋଦା ୟୁପି ବ୍ୟାଙ୍କ, ଉତରବଙ୍ଗ କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କ, ଆର୍ଯ୍ୟବର୍ତ ବ୍ୟାଙ୍କ, ବରୋଦା ଗୁଜରାଟ ଗ୍ରାମୀଣ ବ୍ୟାଙ୍କ, ଉତର ବିହାର ଗ୍ରାମୀଣ ବ୍ୟାଙ୍କ, ମହାରାଷ୍ଟ୍ର ଗ୍ରାମୀଣ ବ୍ୟାଙ୍କ, ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ମଧ୍ୟପ୍ରଦେଶ ଗ୍ରାମୀଣ ବ୍ୟାଙ୍କ, କର୍ଣ୍ଣାଟକ ବିକାଶ ଗ୍ରାମୀଣ ବ୍ୟାଙ୍କ, ଚୈତନ୍ୟ ଗୋଦାବରୀ ଗ୍ରାମୀଣ ବ୍ୟାଙ୍କ, ତେଲେଙ୍ଗାନା ଗ୍ରାମୀଣ ବ୍ୟାଙ୍କ, ଆନ୍ଧ୍ର ପ୍ରଦେଶ ଗ୍ରାମୀଣ ବିକାଶ ବ୍ୟାଙ୍କ, ବରୋଦା ରାଜସ୍ଥାନ କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କ, ରାଜସ୍ଥାନ ମରୁଧର ଗ୍ରାମୀଣ ବ୍ୟାଙ୍କ, ଦକ୍ଷିଣ ବିହାର ଗ୍ରାମୀଣ ବ୍ୟାଙ୍କ, ପ୍ରଥମ ୟୁପି ଗ୍ରାମୀଣ ବ୍ୟାଙ୍କ, ପଞ୍ଜାବ ଗ୍ରାମୀଣ ବ୍ୟାଙ୍କ, ପୁଡୁଭାଇ ଭାରତିଆର ଗ୍ରାମ ବ୍ୟାଙ୍କ, ଆନ୍ଧ୍ର ପ୍ରଗତି ଗ୍ରାମୀଣ ବ୍ୟାଙ୍କ, ମଣିପୁର ରୁରାଲ ବ୍ୟାଙ୍କ ଏବଂ ଉତ୍ତରାଖଣ୍ଡ ଗ୍ରାମୀଣ ବ୍ୟାଙ୍କ ବାର୍ଷିକ ଲକ୍ଷ୍ୟକୁ ହାସଲ କରିଛନ୍ତି ।
ଚଳିତ ବର୍ଷ ୩୧ ମାର୍ଚ୍ଚ ସୁଦ୍ଧା ଅଟଳ ପେନସନ ଯୋଜନାରେ ସମୁଦାୟ ନାମାଙ୍କନ ମଧ୍ୟରୁ, ପାଖାପାଖି ୮୦ ପ୍ରତିଶତ ଗ୍ରାହକମାନେ ୧୦୦୦ ଟଙ୍କା ପେନସନ ଯୋଜନା ଏବଂ ୧୩ ପ୍ରତିଶତ ଗ୍ରାହକ ୫୦୦୦ ଟଙ୍କିଆ ପେନସନ ଯୋଜନାର ବିକଳ୍ପକୁ ଚୟନ କରିଛନ୍ତି । ସମୁଦାୟ ଏପିୱାଇ ଗ୍ରାହକ ମାନଙ୍କ ମଧ୍ୟରୁ ୪୪ ପ୍ରତିଶତ ମହିଳା ଗ୍ରାହକ, ଯେତେବେଳେ କି ପୁରୁଷ ଗ୍ରାହକଙ୍କ ସଂଖ୍ୟା ୫୬ ପ୍ରତିଶତ ରହିଛି । ଏହା ବ୍ୟତୀତ, ସମୁଦାୟ ଏପିୱାଇ ଗ୍ରାହକମାନଙ୍କ ମଧ୍ୟରୁ ୪୫ ପ୍ରତିଶତ ଗ୍ରାହକଙ୍କର ବୟସ ୧୮ରୁ ୨୫ ବର୍ଷ ମଧ୍ୟରେ ରହିଛି ।