ଓଡିଶା

odisha

ETV Bharat / bharat

UNSCରେ ନାଁ ନନେଇ ପାକିସ୍ତାନକୁ ଭାରତର ଟାର୍ଗେଟ - ପାକିସ୍ତାନକୁ ଭାରତର ଟାର୍ଗେଟ

ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ପାକିସ୍ତାନକୁ ଟାର୍ଗେଟ କରିଛି ଭାରତ । ପାକିସ୍ତାନର ନାଁ ନନେଇ ଏହାକୁ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀ ବୋଲି ଭାରତ ଦେଇଛି ବୟାନ । ଅଧିକ ପଢନ୍ତୁ...

UNSC ରେ ନାଁ ନନେଇ ପାକିସ୍ତାନକୁ ଭାରତର ଟାର୍ଗେଟ
UNSC ରେ ନାଁ ନନେଇ ପାକିସ୍ତାନକୁ ଭାରତର ଟାର୍ଗେଟ

By

Published : Aug 7, 2021, 6:43 AM IST

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ବଢୁଥିବା ହିଂସା ମଧ୍ୟରେ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ପାକିସ୍ତାନକୁ ଟାର୍ଗେଟ କରିଛି ଭାରତ । ପାକିସ୍ତାନର ନାଁ ନ ନେଇ ଏହାକୁ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀ ବୋଲି ଭାରତ ଦେଇଛି ବୟାନ ।

ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ତଥା ଅଗଷ୍ଟ ମାସ ପାଇଁ ସୁରକ୍ଷା ପରିଷଦର ସଭାପତି ଟି.ଏସ ତିରୁମୁର୍ତ୍ତୀ କହିଛନ୍ତି ଯେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଦେଶର ଦାୟିତ୍ବ ନିର୍ଦ୍ଧାରଣ କରିବାର ଆବଶ୍ୟକତା ରହିଛି । ଭାରତର ସ୍ପଷ୍ଟ ବାର୍ତ୍ତା ହେଉଛି ଆଫଗାନିସ୍ତାନରେ ହୋଇଥିବା ହିଂସା ପଛରେ ପାକିସ୍ତାନର ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଏକ ପ୍ରମୁଖ କାରଣ ।

ଟିଏସ ତିରୁମୁର୍ତ୍ତୀ କହିଛନ୍ତି, ଆଫଗାନିସ୍ତାନରେ ସ୍ଥାୟୀ ଶାନ୍ତି ପାଇଁ ଏହି ଅଞ୍ଚଳରେ ଥିବା ଆତଙ୍କବାଦୀଙ୍କ ସୁରକ୍ଷିତ ଆଡ୍ଡାକୁ ତୁରନ୍ତ ନଷ୍ଟ ଆବଶ୍ୟକ। ଆତଙ୍କବାଦୀଙ୍କ ଯୋଗାଣ ଚେନ୍‌ ଭାଙ୍ଗିବାର ଆବଶ୍ୟକତା ରହିଛି । ଆଫଗାନିସ୍ତାନର ପଡୋଶୀ ଦେଶଗୁଡିକ ଆତଙ୍କବାଦ, ବିଚ୍ଛିନ୍ନତାବାଦ ଏବଂ ଉଗ୍ରବାଦରୁ କୌଣସି ବିପଦର ସମ୍ମୁଖୀନ ହେବେ ନାହିଁ ବୋଲି ସୁନିଶ୍ଚିତ କରିବା ଦରକାର ।

ଶୁକ୍ରବାର ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରକ୍ଷା ପରିଷଦର ଜରୁରୀ ବୈଠକରେ ଆଫଗାନିସ୍ତାନର ପରିସ୍ଥିତି ଉପରେ ଆଲୋଚନା ହୋଇଥିଲା। ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ମହମ୍ମଦ ହନିଫ ସୁରକ୍ଷା ପରିଷଦରେ ଦେଶର ପରିସ୍ଥିତି ଉପରେ ତୁରନ୍ତ ଆଲୋଚନା କରିବାକୁ ଦାବି କରିଥିଲେ।

ABOUT THE AUTHOR

...view details