ଲକ୍ଷ୍ନୌ- ଉତ୍ତରପ୍ରଦେଶ ପଞ୍ଚାୟତ ନିର୍ବାଚନରେ କାର୍ଯ୍ୟରତ ପୋଲିଂ ଅଫିସରଙ୍କ କୋରୋନା ଜନିତ ମୃତ୍ୟୁ ଘଟଣା । ମୃତକଙ୍କ ପରିବାରକୁ ଦିଆଯାଉଥିବା କ୍ଷତିପୂରଣ ରାଶି ଉପରେ ପୁର୍ନବିଚାର କରିବାକୁ ମଙ୍ଗଳବାର ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ଆଲ୍ଲାହାବାଦ ହାଇକୋର୍ଟ । ଏଥିସହ କୋର୍ଟ ଏହି ଆର୍ଥିକ ରାଶି ଅତିକମରେ 1 କୋଟି ଟଙ୍କା କରିବାକୁ କହିଛନ୍ତି ।
କୋର୍ଟଙ୍କ କହିବାନୁଯାୟୀ, ମୃତକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବାକୁ ଥିବା କ୍ଷତିପୂରଣ ରାଶି ଅତ୍ୟନ୍ତ କମ୍ ଅଟେ । ତେବେ ଗତ 7 ତାରିଖରେ ଉତ୍ତରପ୍ରଦେଶ ସରକାର ମୃତକଙ୍କ ପରିବାରକୁ 30 ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିଷ୍ପତ୍ତି ନେଇଥିବା ନେଇ ହାଇକୋର୍ଟକୁ ଜଣାଇଥିଲେ ।