ଓଡିଶା

odisha

ETV Bharat / bharat

କିଛି ଲକ୍ଷଣ ନଥିଲେ ବି ଅବହେଳା କରନ୍ତୁ ନାହିଁ ! - କିଛି ଲକ୍ଷଣ ନଥିଲେ ବି ଅବହେଳା କରନ୍ତୁ ନାହିଁ !

ଭଗବାନଙ୍କୁ ଧନ୍ୟବାଦ, ଶେଷରେ ଟିକା ବି ଆସିଗଲା । ଏପରିକି ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଲା । କୋଭିଡ-19କୁ ବାଏ ବାଏ କରିବା ସମୟ ଆସିଲା। ଏପରି କିଛି ଆଶ୍ବସ୍ତିର ସୂଚନା ମିଳିବା ପୂର୍ବରୁ ଏବେ କୋରୋନାର ଦ୍ବିତୀୟ ଲହରୀ ଦ୍ରୁତ ବେଗରେ ବଢିବାରେ ଲାଗିଛି । ବିଶେଷଜ୍ଞଙ୍କ ମତରେ ବର୍ତ୍ତମାନ 95 ପ୍ରତିଶତ ସଂକ୍ରମିତଙ୍କ କ୍ଷେତ୍ରରେ କୌଣସି ପ୍ରକାର ଲକ୍ଷଣ ଦେଖିବାକୁ ମିଳୁନାହିଁ । ଏହା ହିଁ ମୁଖ୍ୟ କାରଣ ଯେଉଁଥିପାଇଁ ଭୂତାଣୁ ଅସ୍ବାଭାବିକ ଭାବେ ସଂକ୍ରମିତ ହେଉଛି ।

କିଛି ଲକ୍ଷଣ ନଥିଲେ ବି ଅବହେଳା କରନ୍ତୁ ନାହିଁ !
କିଛି ଲକ୍ଷଣ ନଥିଲେ ବି ଅବହେଳା କରନ୍ତୁ ନାହିଁ !

By

Published : Apr 21, 2021, 10:52 PM IST

ହାଇଦ୍ରାବାଦ: ଭଗବାନଙ୍କୁ ଧନ୍ୟବାଦ, ଶେଷରେ ଟିକା ବି ଆସିଗଲା । ଏପରିକି ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଲା । କୋଭିଡ-19କୁ ବାଏ ବାଏ କରିବା ସମୟ ଆସିଲା। ଏପରି କିଛି ଆଶ୍ବସ୍ତିର ସୂଚନା ମିଳିବା ପୂର୍ବରୁ ଏବେ କୋରୋନାର ଦ୍ବିତୀୟ ଲହରୀ ଦ୍ରୁତ ବେଗରେ ବଢିବାରେ ଲାଗିଛି । ବିଶେଷଜ୍ଞଙ୍କ ମତରେ ବର୍ତ୍ତମାନ 95 ପ୍ରତିଶତ ସଂକ୍ରମିତଙ୍କ କ୍ଷେତ୍ରରେ କୌଣସି ପ୍ରକାର ଲକ୍ଷଣ ଦେଖିବାକୁ ମିଳୁନାହିଁ । ଏହା ହିଁ ମୁଖ୍ୟ କାରଣ ଯେଉଁଥିପାଇଁ ଭୂତାଣୁ ଅସ୍ବାଭାବିକ ଭାବେ ସଂକ୍ରମିତ ହେଉଛି ।

ଅନ୍ୟପକ୍ଷରେ, ଲୋକେ ସାଧାରଣ ଜ୍ବର ଲକ୍ଷଣ ଏବଂ ସାମାନ୍ୟ ଅସୁସ୍ଥ ହେଲେ ଏହାକୁ ଗୁରୁତ୍ବ ଦେଇନଥାନ୍ତି ବା ଅଣଦେଖା କରିଥାନ୍ତି । ଏପରି ଅବହେଳା ବର୍ତ୍ତମାନର ସଂକ୍ରମିତ ମାମଲା ସଂଖ୍ୟା ବୃଦ୍ଧିର ଅନ୍ୟ ଏକ କାରଣ । ବାସ୍ତବରେ ଭୂତାଣୁ ଆମର ଅଜାଣତରେ ଆମ ଶରୀରକୁ ସଂକ୍ରମିତ କରିଥାଏ । ସୁତରାଂ ପ୍ରକୃତରେ ନିର୍ଦ୍ଦିଷ୍ଟ ଭାବେ କ’ଣ ସବୁ ଲକ୍ଷଣ ଦେଖାଦିଏ? ଆମ ଶରୀରରେ କ’ଣ ସବୁ ପରିବର୍ତ୍ତନ ହୁଏ ଯାହାକୁ ଗୁରୁତ୍ବର ସହ ନେବା ଉଚିତ୍? ଆମେ କେତେବେଳେ ଏହାର ପରୀକ୍ଷା କରିବା ଉଚିତ୍? ଏସବୁ ଜାଣିବା ଲାଗି ପଢନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞ କ’ଣ କହୁଛନ୍ତି ।

ଯାହାର ଜନ୍ମରୁ ଶରୀରରେ ରୋଗ ପ୍ରତିରୋଧକ ବ୍ୟବସ୍ଥା ଦୃଢ ରହିଛି ସେମାନଙ୍କ ଉପରେ କୋଭିଡ-19 ଭୂତାଣୁର ପ୍ରଭାବ ସାଧାରଣତଃ କମ୍ ରହିଥାଏ । କିନ୍ତୁ କିଛି ଲୋକଙ୍କ ମଧ୍ୟରେ ସାଧାରଣ ଥଣ୍ଡା, କାଶ ଏବଂ ଜ୍ବର କୋରୋନାଭାଇରସ ସଂକ୍ରମଣର ଲକ୍ଷଣ ହୋଇପାରେ । ଏମାନେ ଉପଯୁକ୍ତ ଚିକିତ୍ସା ନକରି ଏସବୁକୁ ଅବହେଳା କରିଥାନ୍ତି । ଯେଉଁମାନଙ୍କର ଅନ୍ୟାନ୍ୟ କିଛି ରୋଗ ରହିଛି ତାହା ସହିତ ସଂକ୍ରମଣର ଗମ୍ଭୀରତାର ସମ୍ପର୍କକୁ ଅନେକ ଗ୍ରହଣ କରୁନାହାଁନ୍ତି । ଏହି ତିନିଟି କାରଣରୁ ସଂକ୍ରମଣ ସଂଖ୍ୟା ଅଧିକ ବଢିଚାଲିଛି । ହେଲେ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏହା ଉପରେ ନଜର ରଖିବାକୁ କିଛି ଲକ୍ଷଣ ବାହାର କରିଛନ୍ତି । ସେହି ଉପାୟରେ ଲୋକେ ଟେଷ୍ଟିଂ, ଆଇସୋଲେସନ ଏବଂ ଟ୍ରିଟମେଣ୍ଟ କିପରି ହେବ ତାହା ସ୍ଥିର କରିପାରିବେ ।

ଆଖି ଲାଲ ପଡ଼ିବା
ସାଧାରଣତଃ ଆଖି ଲାଲ ହେବା, ଫୁଲିବା, କୁଣ୍ଡେଇ ହେବା ଏବଂ ଆଖିରେ ପାଣି ଆସିଲେ ଏହା ଆଖି ଆଲର୍ଜି କିମ୍ବା ସଂକ୍ରମଣ ହୋଇଥାଏ । ମୁଣ୍ଡବ୍ୟଥା କିମ୍ବା ଜ୍ବର ହେଲେ ଆଖିରେ ଏସବୁ ଅସୁସ୍ଥତା ଦେଖାଦେଇଥାଏ । କିନ୍ତୁ ବିଶେଷଜ୍ଞ ସତର୍କ କରି କହିଛନ୍ତି ଯେ, ସାମାନ୍ୟ ମୁଣ୍ଡ ବିନ୍ଧା ସହିତ ଆଖି ଲାଲ ପଡିଲେ ଏହା ସମ୍ଭବତଃ କୋଭିଡ-19 ସଂକ୍ରମଣର ଲକ୍ଷଣ ହୋଇପାରେ । ତେଣୁ ଯେତେଶୀଘ୍ର ସମ୍ଭବ ପରୀକ୍ଷା କରିନେବା ଭଲ ।
ସ୍ମରଣଶକ୍ତି ହରାଇବା

ଅନେକ ବୈଜ୍ଞାନିକ ଅଧ୍ୟୟନରୁ ଏହା ଜଣାପଡ଼ିଛି ଯେ, କୋରୋନା ଭାଇରସ କେବଳ ଯେ ଫୁସଫୁସକୁ ଆକ୍ରମଣ କରେ ତା ନୁହେଁ, ଏହା ଶରୀରର ଯେ କୌଣସି ଭାଗରେ କ୍ଷତି ପହଞ୍ଚାଇଥାଏ । ବାସ୍ତବରେ ମସ୍ତିଷ୍କ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡୁଥିବାର ଅନେକ ମାମଲା ରହିଛି । ସ୍ମରଣଶକ୍ତି କମିବା, ଚିନ୍ତା ବଢିବା ଏବଂ ଏକାଗ୍ରତା ସମସ୍ୟା ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ । ଏସବୁ ଲକ୍ଷଣ ଦେଖାଦେଲେ ଆରମ୍ଭରୁ ଏଥିପ୍ରତି ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ ।

ଭୋକ କମିବା
ଭୋକ କମିବା ଏବଂ ବାନ୍ତି ଦେଖାଇଲେ ଏହାକୁ ଗୁରୁତ୍ବ ଦେଇନଥାଉ, କିନ୍ତୁ ମହାମାରୀ ସମୟରେ ଖାଇବା ପ୍ରବୃତ୍ତିରେ ପରିବର୍ତ୍ତନ ଘଟିଲେ ଏଥିପାଇଁ ସତର୍କ ରହିବା ଜରୁରୀ । ଚୀନରେ 48 ପ୍ରତିଶତ କୋରୋନା ରୋଗୀଙ୍କ କ୍ଷେତ୍ରରେ ପ୍ରାଥମିକ ପର୍ଯ୍ୟାୟରେ ପେଟ ରୋଗ ଦେଖାଦେଇଥିଲା । ପେଟ ରୋଗ, ଝାଡ଼ାବାନ୍ତି, ଗ୍ୟାସଟ୍ରିକ ସମସ୍ୟା ଏବଂ ସ୍ବାଭାବିକଠାରୁ ଭୋକ କମିବା ଲକ୍ଷଣ ପରବର୍ତ୍ତୀ ସମୟରେ ବଡ଼ ଆକାର ନେଇଥାଏ । ଆଗକୁ ଅଧିକ ବିପଦ ଆସିବା ପୂର୍ବରୁ ପ୍ରାରମ୍ଭିକ ଅବସ୍ଥାରେ ପରୀକ୍ଷା ଓ ନିଦାନ ଅତ୍ୟନ୍ତ ଜରୁରୀ ।

ଥକ୍କା ଓ ଥକ୍କାପଣ

ଘରେ କିମ୍ବା ଅଫିସରେ କାମର ବୋଝ ଅଧିକ ହୋଇଗଲେ ହାଲିଆ ହୋଇଯିବା ସ୍ବାଭାବିକ । ଏବଂ ଦିନେ ଦୁଇ ଦିନରେ ଆମେ ପୁଣି ଥରେ ତାଜା ହୋଇ ଉଠନ୍ତି । କିନ୍ତୁ ଅତ୍ୟଧିକ ଥକ୍କାପଣ କିମ୍ବା ଅଧିକ ଦିନ ପାଇଁ ମାନ୍ଦା ହୋଇ ରହିବ ଏକ ବଡ ସମସ୍ୟା ହୋଇପାରେ । ବିଶେଷଜ୍ଞମାନେ ଏସବୁ ଲକ୍ଷଣକୁ ଗୁରୁତ୍ବର ସହ ନେବା ସହିତ ଯଥାଶୀଘ୍ର ଏହାର ପରୀକ୍ଷା କରିନେବାକୁ ପରାମର୍ଶ ଦେଇଛନ୍ତି । ବାସ୍ତବରେ କେବଳ ରୋଗ ସଂକ୍ରମଣ ସମୟରେ ନୁହେଁ, ଏପରିକି ଆରୋଗ୍ୟ ହେବାର ମାସ ମାସ ପରେ ବି ଅନେକ ରୋଗୀ ଅତ୍ୟନ୍ତ ଥକ୍କାପଣ ଅନୁଭବ କରିଥାନ୍ତି । ସୁତରାଂ, ବିଶେଷଜ୍ଞଙ୍କ ପରାମର୍ଶ ଗ୍ରହଣ କରିବା ସହିତ ଠିକଣା ସମୟରେ ଏହାର ଚିକିତ୍ସା କରାଇ ନେବା ଆବଶ୍ୟକ ।


ଏସବୁ ସହିତ ହାଇ ଫିଭର, ଶୁଖିଲା କାଶ ଲାଗି ରହିବା, ଛାତି ରୁନ୍ଧିଦେବା ଏବଂ ନିଶ୍ବାସ ନେବାରେ କଷ୍ଟ ଭୋଗିବା ମଧ୍ୟ କୋଭିଡ-19 ସଂକ୍ରମଣର ସୂଚନା ହୋଇପାରେ ।

ଯଦି ସନ୍ଦେହ ହେଉଛି, ପରୀକ୍ଷା କରି ନିଅନ୍ତୁ!

କୋରୋନା ଭାଇରସରେ ସଂକ୍ରମିତ କି ନୁହେଁ ତାହା ଜାଣିବାରେ ଆଣ୍ଟିବଡି ଟେଷ୍ଟ ଲୋକଙ୍କୁ ସହାୟତା କରିପାରିବ । ରକ୍ତ ପରୀକ୍ଷା ଦ୍ବାରା ଏସବୁ ଆଣ୍ଟିବଡି ଚିହ୍ନଟ କରାଯାଇପାରେ । ଆଗରୁ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ଶରୀରରେ ସଂକ୍ରମଣ କାରଣରୁ ରୋଗ ପ୍ରତିରୋଧକ ବ୍ୟବସ୍ଥାରୁ ଆଣ୍ଟିବଡି ସୃଷ୍ଟି ହୋଇଥାଏ । ସୁତରାଂ, ରକ୍ତରେ ଥିବା ଆଣ୍ଟିବଡି ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ପୂର୍ବରୁ କୋଭିଡ-19 ସଂକ୍ରମିତ ହୋଇଥିବା ସୂଚାଇ ଦେଇଥାଏ । କିନ୍ତୁ ଏସବୁ ଆଣ୍ଚିବଡି କେତେ ସମୟ ସୁରକ୍ଷା ଦେଇଥାଏ ସେନେଇ ନିର୍ଦ୍ଦିଷ୍ଟ ଭାବେ କିଛି କୁହାଯାଇନାହିଁ । କିନ୍ତୁ କିଛି ଅଧ୍ୟୟନରୁ ଜଣାପଡିଛି ଯେ, ଆଣ୍ଟିବଡି ଥିବା ଲୋକେ ପୁନଃ ସଂକ୍ରମିତ ହେବା ସମ୍ଭାବନା କମ୍ ।


ମୋଟ ଉପରେ ବିଶେଷଜ୍ଞମାନେ ଲୋକଙ୍କୁ ବେଳହୁଁ ନିରାପଦ ରହିବାକୁ ଅନୁରୋଧ କରୁଛନ୍ତି । ଦେହରେ କୌଣସି ପ୍ରକାର ରୋଗ ଦେଖାଗଲେ ଏହାର ଲକ୍ଷଣକୁ ଅଣଦେଖା କରିବା ବଦଳରେ ଏହା କୋଭିଡ-19ର କାରଣ ହୋଇପାରେ ବୋଲି ଭାବିବା ଉଚିତ ହେବ । ଏପରି କଲେ ଜଣେ ନିଜକୁ ଏବଂ ଆଖପାଖ ସମସ୍ତଙ୍କୁ ସୁରକ୍ଷା ଦେଇପାରିବ । ସିଧାସଳଖ କୋଭିଡ ଟେଷ୍ଟିଂ କରିବାକୁ ଯିବା କିମ୍ବା ପ୍ରଥମ ଲକ୍ଷଣରେ ଭୟଭୀତ ନହୋଇ ଜଣେ ସାଧାରଣ ଡାକ୍ତରଙ୍କ ପାଖରେ ପହଞ୍ଚି ତାଙ୍କର ପରାମର୍ଶ ନେବା ଭଲ ହେବ ।

For All Latest Updates

TAGGED:

ABOUT THE AUTHOR

...view details