ଓଡିଶା

odisha

ETV Bharat / bharat

Special Story: ଜହ୍ନର 55 ହଜାର ଆକର୍ଷଣୀୟ ଫଟୋ ନେଲେ ଯୁବକ - 3mp pkg

ପୁଣେର ଜ୍ୟୋତିର୍ବିଜ୍ଞାନ ପ୍ରେମୀ ଏକ ଚମତ୍କାର ଚିତ୍ର ସୃଷ୍ଟି କରିବାକୁ ଚନ୍ଦ୍ରର 55000 ଫଟୋ ଉଠାଇଛନ୍ତି । ପ୍ରଥମେଶ ଆଜି ପର୍ଯ୍ୟନ୍ତ ଅନ୍ତରୀକ୍ଷର ଅନେକ ଫଟୋ ଉତ୍ତୋଳନ କରିଛନ୍ତି । ଅଧିକ ପଢନ୍ତୁ...

Special Story: ଜହ୍ନର 55 ହଜାର ଆକର୍ଷଣୀୟ ଫଟୋ ନେଲେ ଯୁବକ
Special Story: ଜହ୍ନର 55 ହଜାର ଆକର୍ଷଣୀୟ ଫଟୋ ନେଲେ ଯୁବକ

By

Published : Jun 6, 2021, 9:03 AM IST

ପୁଣେ: 16 ବର୍ଷୀୟ ଯୁବକ, ଯିଏ ଜହ୍ନର ବିଭିନ୍ନ ଅଂଶର ନେଇଛନ୍ତି 55 ହଜାରରୁ ଅଧିକ ଫଟୋ । ଆଉ ଏସବୁର ସମାହାରରେ ସେ ତିଆରି କରିଛନ୍ତି ଜହ୍ନର ଏକ ଅସାଧାରଣ ଛବି ।

Special Story: ଜହ୍ନର 55 ହଜାର ଆକର୍ଷଣୀୟ ଫଟୋ ନେଲେ ଯୁବକ

ପ୍ରଥମେଶ ଜାଜୁ, ଏହି ପ୍ରତିଭାଶାଳୀ ଜ୍ୟୋତିଷ ଓ ଫଟୋଗ୍ରାଫରଙ୍କ ନାଁ.. ପୁଣେର ଏକ ଯ୍ୟୋତିର୍ବିଦ୍ୟା ସଂସ୍ଥା ସହ ଜଡିତ । ସେ ଜହ୍ନର ଛୋଟ ଛୋଟ ଅଂଶର ଫଟୋ ଉଠାଇ ଏହି ସୁନ୍ଦର ଛବି ତିଆରି କରିଛନ୍ତି ।

3 ମେ ଦିନ ଗୋଟାଏ 30ରୁ 5ଟା 30 ମଧ୍ୟରେ ଏହି ଫଟୋ ନିଜ ଘରର ଛାତରୁ ନେଇଥିଲେ ପ୍ରଥମେଶ ।

ପ୍ରଥମେଶଙ୍କ ଏହି କ୍ୟାମେରାରେ ଏକ ସ୍ବତନ୍ତ୍ରତା ହେଉଛି ଯେ ଯେଉଁଥିରେ ପ୍ରଥମେ ଏକ ଭିଡିଓ ସୁଟ୍‌ କରାଯାଏ । ଆଉ ଏଥିରେ 2000 ଫଟୋ ପ୍ରାପ୍ତ କରାଯାଏ ।

ପ୍ରଥମେଶ ଏଭଳି 38 ଭିଡିଓ ପ୍ରସ୍ତୁତ କରିଛନ୍ତି ଓ ଆକର୍ଷଣୀୟ ଫଟୋ ତିଆରି କରିବା ପରେ ସେ ଜହ୍ନର ଏହି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

55 ହଜାର ଫଟୋରୁ ନିଆଯାଇଥିବା ଜହ୍ନର ଏହି ପ୍ରଥମ ଚିତ୍ର କଳା ଓ କୌଶଳର ଆଦର୍ଶ ନିଦର୍ଶନ । ଏଭିଳି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଓ ଏହାକୁ ବେଶ ପ୍ରଶଂସା ମିଳୁଛି ।

ପ୍ରଥମେଶ ଆଜି ପର୍ଯ୍ୟନ୍ତ ଅନ୍ତରୀକ୍ଷର ଅନେକ ଫଟୋ ଉତ୍ତୋଳନ କରିଛନ୍ତି । ପ୍ରଥମେଶ ଆଷ୍ଟ୍ରୋ ଫଟୋଗ୍ରାଫିରେ ଏକ ଉଦୀୟମାନ ତାରା ଓ ଆମେ ଭବିଷ୍ୟତରେ ତାଙ୍କ ଉଜ୍ବଳ କ୍ୟାରିୟରର କାମନା କରୁଛୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details