ନୂଆଦିଲ୍ଲୀ:ମହାକାଶର ରହସ୍ୟ ଜାଣିବା ପାଇଁ ବୈଜ୍ଞାନିକମାନେ ଦିନରାତି ଅହରହ ଚେଷ୍ଟା କରୁଥିଲେ ମଧ୍ୟ ଅନେକ ରହସ୍ୟ ଏବେ ବି ରହସ୍ୟ ଘେରରେ ରହିଛି । ଏହାରି ଭିତରେ ଜ୍ୟୋତିର୍ବିଜ୍ଞାନୀମାନେ ଏକ ବଡ ଦାବି କରିଛନ୍ତି । ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ଗ୍ୟାଲେକ୍ସି ଆକାଶଗଙ୍ଗାର କେନ୍ଦ୍ରରେ ଏକ ବିଶାଳ ବ୍ଲାକ ହୋଲ ରହିଛି ।ଏହାସହ ଗ୍ୟାଲେକ୍ସି ଆକାଶ ଗଙ୍ଗାରେ ଥିବା ଏକ ବ୍ଲାକ ହୋଲର ଫଟୋ ସେୟାର କରିଛନ୍ତି । ଆକାଶ ଗଙ୍ଗା ସହ ମହାକାଶରେ ଉପସ୍ଥିତ ଅନ୍ୟ ଗ୍ୟାଲେକ୍ସିର କେନ୍ଦ୍ରରେ ଏକ ବିଶାଳ ବ୍ଲାକ ହୋଲ ରହିଛି । ଏହାର ଚିତ୍ର ସ୍ପଷ୍ଟ କରିବା କରିବା ମଧ୍ୟ ସହଜସାଧ୍ୟ ନୁହେଁ ।
Black hole in Milk Way: ଜ୍ୟୋତିର୍ବିଜ୍ଞାନୀମାନେ ଜାରିକଲେ ପ୍ରଥମ ଫଟୋ - ଆକାଶ ଗଙ୍ଗାରେ ବିଶାଳ ବ୍ଲାକ ହୋଲ
ମହାକାଶର ରହସ୍ୟ ଜାଣିବା ପାଇଁ ବୈଜ୍ଞାନିକମାନେ ଦିନରାତି ଅହରହ ଚେଷ୍ଟା କରୁଥିଲେ ମଧ୍ୟ ଅନେକ ରହସ୍ୟ ଏବେ ବି ରହସ୍ୟ ଘେରରେ ରହିଥିବାବେଳେ ଜ୍ୟୋତିର୍ବିଜ୍ଞାନୀମାନେ ଏକ ବଡ ଦାବି କରିଛନ୍ତି । ଅଧିକ ପଢନ୍ତୁ
ଆକାଶ ଗଙ୍ଗାରେ ଦେଖାଗଲା ବ୍ଲାକ ହୋଲ, ଜ୍ୟୋତିର୍ବିଜ୍ଞାନୀମାନେ ଜାରିକଲେ ପ୍ରଥମ ଫଟୋ
ବୈଜ୍ଞାନିକଙ୍କ ଅନୁସାରେ, ଆକାଶ ଗଙ୍ଗାର କେନ୍ଦ୍ରରେ ଥିବା ବ୍ଲାକ ହୋଲ ସୂର୍ଯ୍ୟ ତୁଳନାରେ ୪ ମିଲିୟନ ଅର୍ଥାତ ୪୦ ଲକ୍ଷ ଗୁଣ ଅଧିକ ବିଶାଳ । ବୈଜ୍ଞାନିକଙ୍କ ଦ୍ୱାରା ବ୍ଲାକ ହୋଲରେ ଏହା ପ୍ରଥମ ଫଟୋ ନୁହେଁ । ବୈଜ୍ଞାନିକମାନେ ବର୍ତ୍ତମାନ ଯେଉଁ ବ୍ଲାକ ହୋଲର ସୂଚନା ଦେଇଛନ୍ତି ତାହା ୨୭ ହଜାର ଆଲୋକ ବର୍ଷ ଦୂରରେ ରହିଛି । ଏହା ପୂର୍ବରୁ ଏହି ସଂସ୍ଥା ୨୦୧୯ରେ ଏକ ବ୍ଲାକ ହୋଲର ଫଟୋ ସେୟାର କରିଥିଲା ଯାହା ୫୩ ମିଲିୟନ ଆଲୋକ ବର୍ଷ ଦୂରରେ ରହିଥିଲା ।