ଓଡିଶା

odisha

ETV Bharat / bharat

70% ପ୍ରଭାବଶାଳୀ ଅକ୍ସଫୋର୍ଡ ଭ୍ୟାକ୍ସିନ, କ୍ଲିନିକାଲ ଟ୍ରାଏଲରେ ପରିଣାମ ପଜିଟିଭ - ଅକ୍ସଫୋର୍ଡ ଭ୍ୟାକ୍ସିନ

ଏଷ୍ଟ୍ରାଜେନେକାର ସୂତ୍ରରୁ ଜଣାପଡିଛି ଯେ ୟୁକେ ଓ ବ୍ରାଜିଲରେ AZD1222ର କ୍ଲିନିକାଲ ଟ୍ରାଏଲରେ ଅନ୍ତିମ ପରୀକ୍ଷଣରେ ମହାମାରୀ କୋରୋନାକୁ ପ୍ରତିହତ କରିବାରେ ଏହାର ସକାରାତ୍ମକ ପରିଣାମ ମିଳିଛି । ଏହା ହାରାହାରି 70 ପ୍ରତିଶତ ପ୍ରଭାବଶାଳୀ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

70% ପ୍ରଭାବଶାଳୀ ଅକ୍ସଫୋର୍ଡ ଭ୍ୟାକ୍ସିନ, କ୍ଲିନିକାଲ ଟ୍ରାଏଲରେ ପରିଣାମ ପଜିଟିଭ
70% ପ୍ରଭାବଶାଳୀ ଅକ୍ସଫୋର୍ଡ ଭ୍ୟାକ୍ସିନ, କ୍ଲିନିକାଲ ଟ୍ରାଏଲରେ ପରିଣାମ ପଜିଟିଭ

By

Published : Nov 23, 2020, 5:26 PM IST

ନୂଆଦିଲ୍ଲୀ: ଦେଶରେ ମହାମାରୀ ସଙ୍କଟ ମଧ୍ୟରେ ଭ୍ୟାକ୍ସିନକୁ ନେଇ ବିଭିନ୍ନ ସୂତ୍ରରୁ ଆସୁଛି ଖୁସି ଖବର । ଏହାରି ମଧ୍ୟରେ ଜାରି ରହିଛି ଏଷ୍ଟ୍ରାଜେନେକା ଓ ଅକ୍ସଫୋର୍ଡ କୋରୋନା ଟୀକା AZD1222ର ପରୀକ୍ଷଣ । ଏହି ଭ୍ୟାକ୍ସିନର ବେସ ଉତ୍ତମ ପରିଣାମ ମିଳୁଥିବା ଜଣାପଡିଛି ।

ଏଷ୍ଟ୍ରାଜେନେକାର ସୂତ୍ରରୁ ଜଣାପଡିଛି ଯେ ୟୁକେ ଓ ବ୍ରାଜିଲରେ AZD1222ର କ୍ଲିନିକାଲ ଟ୍ରାଏଲରେ ଅନ୍ତିମ ପରୀକ୍ଷଣରେ ମହାମାରୀ କୋରୋନାକୁ ପ୍ରତିହତ କରିବାରେ ଏହାର ସକାରାତ୍ମକ ପରିଣାମ ମିଳିଛି । ଏଷ୍ଟ୍ରାଜେନେକା କହିଛି ଯେ ଯେତେବେଳେ AZD1222ର ଅଧା ଡୋଜ ଦିଆଯାଇଥିଲା ସେତେବେଳେ କୋରୋନା ଭ୍ୟାକ୍ସିନ 90 ପ୍ରତିଶତ ପ୍ରଭାବଶାଳୀ ଥିଲା । ଏହାପରେ ମିଳିତ ବିଶ୍ଳେଷଣରୁ ଏହା ହାରାହାରି 70 ପ୍ରତିଶତ ପ୍ରଭାବଶାଳୀ ବୋଲି ଜଣାପଡିଛି ।

ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଫାର୍ମା କମ୍ପାନୀ ଏଷ୍ଟ୍ରାଜେନେକା ପକ୍ଷରକୁ ବିକଶିତ ହୋଇଥିବା କୋରୋନା ଭାଇରସ ଟୀକା ପାଇଁ ପୁଣେ ଭିତ୍ତିକ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (SII)କୁ ଭାରତ ସରକାର ଜରୁରୀକାଳୀନ ଅନୁମୋଦନ ପ୍ରଦାନ କରିପାରନ୍ତି । ଘରୋଇ ବଜାରରେ ଏହି ଟୀକାର ମୂଲ୍ୟ 500 ରୁ 600 ଟଙ୍କା ମଧ୍ୟରେ ହୋଇପାରେ | ସରକାର ଏହି ଟିକାକୁ ବହୁ ମାତ୍ରାରେ କିଣିବା ପରେ ଏହା ଅଧା ମୂଲ୍ୟରେ ଅର୍ଥାତ 3 ରୁ 4 ଡଲାର ତଥା 225 ରୁ 300 ଟଙ୍କା ପାଇବେ | ନୂଆ ବର୍ଷ ଆରମ୍ଭରେ ଅର୍ଥାତ ଜାନୁଆରୀ ଶେଷ ଏବଂ ଫେବୃଆରୀ ଆରମ୍ଭରେ ଭାରତ କୋଭିଡ୍ ଟୀକା ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ।

ABOUT THE AUTHOR

...view details