ଓଡିଶା

odisha

ETV Bharat / bharat

ବଢୁଛି ଗ୍ରାହକଙ୍କ ବିଶ୍ବାସ, 6ଲକ୍ଷ କୋଟି ଟପିଲା ପେନସନ ପାଣ୍ଠି

ପେନସନ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) ର ପରିଚାଳନା ଅଧୀନରେ ଥିବା ସମ୍ପତ୍ତି 6 ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ଅଧିକ ପଢନ୍ତୁ...

By

Published : May 26, 2021, 11:02 PM IST

ବଢୁଛି ଗ୍ରାହକଙ୍କ ବିଶ୍ବାସ,  6 ଲକ୍ଷ କୋଟି ଟପିଲା ପେନସନ ପାଣ୍ଠି
ବଢୁଛି ଗ୍ରାହକଙ୍କ ବିଶ୍ବାସ, 6 ଲକ୍ଷ କୋଟି ଟପିଲା ପେନସନ ପାଣ୍ଠି

ନୂଆଦିଲ୍ଲୀ: ପେନସନ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) ର ପରିଚାଳନା ଅଧୀନରେ ଥିବା ସମ୍ପତ୍ତି 6 ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ଜାତୀୟ ପେନସନ ସ୍କିମ୍ ଏବଂ ଅଟଳ ପେନସନ ଯୋଜନାରେ ଗ୍ରାହକଙ୍କ ବିଶ୍ବାସର ସ୍ପଷ୍ଟ ସଙ୍କେତରେ ଏହାକୁ ଦେଖିବାକୁ ମିଳିଛି । ସରକାରୀ ତଥ୍ୟରୁ ଜଣାପଡିଛି ଯେ ଏଥିମଧ୍ୟରେ ଗତ ସାତ ମାସ ମଧ୍ୟରେ 1 ଲକ୍ଷ କୋଟି ଟଙ୍କା ଯୋଡା ଯାଇଛି ।

PFRDA ଅନୁସାରେ, ଏନପିଏସ ଓ ଅଟଳ ପେନସନ ଯୋଜନା ଅଧିନରେ ଗ୍ରାହକଙ୍କ ମୋଟ ସଂଖ୍ୟା ମେ 21 ପର୍ଯ୍ୟନ୍ତ 4.28 କୋଟି ଗ୍ରାହକଙ୍କୁ ପାର କରିଯାଇଛି । ଆଉଫ ପରିଚାଳନା ଅଧିନରେ ସମ୍ପତ୍ତି (ଏୟୁଏମ ) ବୃଦ୍ଧି ହୋଇ 603,667 କୋଟି ଟଙ୍କା ହୋଇଛି ।

ଏନପିଏସ ଯୋଜନାରେ ଅଣ ସରକାରୀ କ୍ଷେତ୍ରରୁ 74.10 ଲକ୍ଷ ସରକାରୀ କର୍ମଚାରୀ ଏବଂ 28.37 ଲକ୍ଷ ବ୍ୟକ୍ତିଗତ ଗ୍ରାହକ ଅଛନ୍ତି ।

PFRDA ଦ୍ବାରା ସେୟାର ହୋଇଥିବା ତଥ୍ୟ ଅନୁଯାୟୀ, 2021 ମେ 21 ସୁଦ୍ଧା 11.53 ଲକ୍ଷ ଗ୍ରାହକ ସହିତ 8,791 କର୍ପୋରେଟ ନାମାଙ୍କନ ରହିଛି। ଯେତେବେଳେ କି ଅଟଳ ପେନସନ ଯୋଜନା ଅଧୀନରେ 2.82 କୋଟି ଗ୍ରାହକ ନାମ ଲେଖାଇଛନ୍ତି ।

କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କ ପାଇଁ 2004 ରେ ଜାତୀୟ ପେନସନ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନା 2009 ରେ 18 ରୁ 65 ଆୟୁବର୍ଗର ଯୋଗ୍ୟ ଗ୍ରାହକଙ୍କ ପାଇଁ ଖୋଲା ଯାଇଥିଲା ।

ପ୍ରାୟ ସମସ୍ତ ରାଜ୍ୟ ସରକାର NPS ମଡେଲ ଗ୍ରହଣ କରଥିଲେ । କାରଣ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ନିର୍ଦ୍ଦିଷ୍ଟ ପେନସନ ସୁବିଧା ପ୍ରତ୍ୟାହାର କରିନେଇଥିଲେ । ଆଉ NPS ରେ ନାମଲେଖାକୁ ପ୍ରୋତ୍ସାହିତ କରିଥିଲେ ।

ABOUT THE AUTHOR

...view details