ଲକ୍ଷ୍ନୌ:ପାଖଉଛି ୫ ରାଜ୍ୟର ବିଧାନସଭା ନିର୍ବାଚନ । ବଢୁଛି ନିର୍ବାଚନୀ ଉଷ୍ମତା । କୌଣସି ରାଜନୈତିକ ଦଳକୁ ସମର୍ଥନ କରୁନଥିବା କହିଛନ୍ତି ଭାରତୀୟ କିଶାନ ୟୁନିୟନ ନେତା ରାକେଶ ଟିକାୟତ (Rakesh Tikait denies extending support to any political party) ।
କୃଷକଙ୍କ ତିନି ଦିନିଆ ଚିନ୍ତନ ଶିବିରରେ ଯୋଗ ଦେବା ପାଇଁ ମାଘ ମେଳାରେ ପହଞ୍ଚିଥିବା ଟିକାୟତ କହିଛନ୍ତି ଏହି ନିର୍ବାଚନରେ ଆମେ କେଉଁ ଦଳର ସମର୍ଥନରେ ନାହୁଁ । ଉତ୍ତରପ୍ରଦେଶରେ ରାଷ୍ଟ୍ରୀୟ ଲୋକ ଦଳ ସମାଜବାଦୀ ପାର୍ଟିକୁ ସମର୍ଥନ କରିବା ନେଇ ବିକେୟୁ ସଭାପତି ନରେଶ ଟିକାୟତଙ୍କ ଅନୁରୋଧ ପରେ ଏପରି ମନ୍ତବ୍ୟ ଦେଇଛନ୍ତି ରାକେଶ । କୌଣସି ଦଳକୁ ସମର୍ଥନ କରୁଥିବା କଥାକୁ ଅସ୍ବୀକାର କରିଛନ୍ତି ବିକେୟୁ ନେତା ରାକେଶ ଟିକାୟତ । କୃଷକଙ୍କ ଚିନ୍ତନ ଶିବିରରେ କୃଷକଙ୍କ ସମସ୍ୟା ଉପରେ ଆଲୋଚନା ହୋଇଥିବା କହିଛନ୍ତି ରାକେଶ ।