ଓଡିଶା

odisha

ETV Bharat / bharat

Assembly Mandate ୨୦୨୨: ପଞ୍ଜାବରେ AAP ସୁନାମୀ, ଗୋଆ-ମଣିପୁରରେ BJP ଆଗରେ

By

Published : Mar 10, 2022, 9:50 AM IST

Updated : Mar 10, 2022, 4:57 PM IST

Assembly Mandate ୨୦୨୨: 4 ରାଜ୍ୟରେ ରେଜଲ୍ଟ LIVE UPDATES
Assembly Mandate ୨୦୨୨: 4 ରାଜ୍ୟରେ ରେଜଲ୍ଟ LIVE UPDATES

16:43 March 10

ମୋଗା ଆସନରେ ହାରିଲେ ସୋନୁ ସୁଦଙ୍କ ଭଉଣୀ ମାଲବିକା ସୁଦ୍‌

ଚଣ୍ଡିଗଡ଼: ପଞ୍ଜାବର ମୋଗା ବିଧାନସଭା ଆସନରେ ପରାଜୟବରଣ କରିଛନ୍ତି ସୋନୁ ସୁଦଙ୍କ ଭଉଣୀ ମାଲବିକା ସୁଦ୍‌ । ସେ ଆମ୍‌ ଆଦମୀ ପାର୍ଟିର ଅମନଦୀପ କୌରଙ୍କଠାରୁ ୨୦ ହଜାରରୁ ଅଧିକ ଭୋଟରେ ହାରିଛନ୍ତି ।

16:43 March 10

ପରାଜିତ ହେଲେ ଅକାଳି ଦଳର ନେତା ବିକ୍ରମ ସିଂହ ମଜିଥିଆ

ଚଣ୍ଡିଗଡ଼: ପୂର୍ବ ଅମୃତସର ବିଧାନସଭା ଆସନରେ ପରାଜିତ ହୋଇଛନ୍ତି ସିରୋମଣି ଅକାଳି ଦଳର ନେତା ବିକ୍ରମ ସିଂହ ମଜିଥିଆ । ସେ ୧୪ ହଜାର ୪୦୮ ଭୋଟ ବ୍ୟବଧାନରେ ସେ ନିକଟସ୍ଥ ଆପ୍‌ ପ୍ରାର୍ଥୀଙ୍କ ଠାରୁ ହାରିଛନ୍ତି ।

15:33 March 10

ସୁଖବିନ୍ଦର ରନ୍ଧାୱା ଡେରାବାବା ଆସନରୁ ବିଜୟୀ

ଚଣ୍ଡିଗଡ଼: ପଞ୍ଜାବର ଗୃହମନ୍ତ୍ରୀ ସୁଖବିନ୍ଦର ରନ୍ଧାୱା ଡେରାବାବା ଆସନରୁ ବିଜୟ ହାସଲ କରିଛନ୍ତି ।

15:30 March 10

ଖାତିମା ଆସନରୁ ହାରିଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ

ଡେରାଡୁନ୍‌: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଖାତିମା ବିଧାନସଭା ଆସନରୁ ହାରିଲେ । ସେ ଲଗାତାର ପଛୁଆ ରହି ଆସୁଥିଲେ ।

13:24 March 10

ଧୁରୀ ଆସନରୁ ଭଗୱନ୍ତ ସିଂହ ମାନ ବିଜୟୀ

ଚଣ୍ଡିଗଡ଼: ପଞ୍ଜାବର ଧୁରୀ ବିଧାନସଭା ଆସନରୁ AAPର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ସିଂହ ମାନ ବିଜୟୀ ହୋଇଛନ୍ତି ।

13:24 March 10

ଲାଲକୁଆ ଆସନରୁ ହରିଶ ରାୱତ ହାରିଲେ

ଡେରାଡୁନ: ଲାଲକୁଆ ଆସନରୁ ପରାଜିତ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ।

13:24 March 10

ପରାଜିତ ହେଲେ ନବଜ୍ୟୋତି ସିଂହ ସିଦ୍ଧୁ

ଚଣ୍ଡିଗଡ଼: ପୂର୍ବ ଅମୃତସର ବିଧାନସଭା ଆସନରୁ ପରାଜିତ ହେଲେ ପଞ୍ଜାବ କଂଗ୍ରେସର ହେଭିୱେଟ ନବଜ୍ୟୋତି ସିଂହ ସିଦ୍ଧୁ ।

12:25 March 10

ବିଜୟୀ ହେଲେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ

ପାନାଜୀ:ସାଙ୍କ୍‌ଲିମ୍‌ ବିଧାନସଭା ଆସନରେ ବିଜୟୀ ହେଲେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । ସେ ନିକଟସ୍ତ କଂଗ୍ରେସ ପ୍ରାର୍ଥୀଙ୍କୁ ପରାଜିତ କରିଛନ୍ତି ।

12:22 March 10

ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦ ସିଂହ ହାରିଲେ

ଚଣ୍ଡିଗଡ଼: ପଟିଆଲା ଆସନରୁ ପରାଜିତ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦ ସିଂହ । ଆପ୍‌ର ଅଜିତ ପଲ୍‌ କୋହଲିଙ୍କଠାରୁ ସେ ପରାଜିତ ହୋଇଛନ୍ତି । ୧୯ ହଜାର ୬୯୭ ହଜାର ଭୋଟରେ ହାରିଲେ କ୍ୟାପଟେନ ।

11:58 March 10

ପଛରେ ପଡ଼ିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ

ଡେରାଡୁନ: ଲାଲକୁଆରେ ୧୦ ହଜାର ଭୋଟରେ ପଛରେ ରହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ।

11:56 March 10

ଚଣ୍ଡିଗଡ଼: ପଞ୍ଜାବରେ ଆପ୍‌ର ଲିଡ୍‌ ପରେ ଆପ୍‌ ନେତା ରାଘବ ଚଢ୍ଡା ପ୍ରେସ୍‌ମିଟ କରିଛନ୍ତି । ସେ ପ୍ରେସ୍‌ମିଟ୍‌ କରି ପଞ୍ଜାବବୀସଙ୍କୁ ସମ୍ବୋଧନ କରିଛନ୍ତି । ସେ ପ୍ରତ୍ୟେକଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି ଯେ, "ଆମେ ସମସ୍ତଙ୍କ ପାଇଁ କାମ କରିବୁ । ଯିଏ ଭୋଟ ଦେଇଛନ୍ତି ତାଙ୍କ ପାଇଁ କାମ କରିବୁ ଓ ଯେଉଁମାନେ ଭୋଟ ଦେଇ ନାହାନ୍ତି ସେମାନଙ୍କୁ ମଧ୍ୟ ଭୋଟ ଦେବୁ ।"

11:56 March 10

୪୭ଟି ଆସନରେ ଲିଡ୍‌ କରୁଛି ବିଜେପି

ଡେରାଡୁନ:ଉତ୍ତରାଖଣ୍ଡରେ ବିଜେପି ୪୭ଟି ଆସନରେ ଲିଡ୍‌ କରୁଥିବା ବେଳେ କଂଗ୍ରେସ ୨୦ଟି ଆସନରେ ଲିଡ୍‌ କରୁଛି । ଅନ୍ୟାନ ୩ଟି ଆସନରେ ଲିଡ୍‌ କରୁଛି ।

11:40 March 10

ହେଙ୍ଗାଙ୍ଗ୍‌ରେ ୮ ହଜାର ଭୋଟରେ ଆଗୁଆ ମଣିପୁର ମୁଖ୍ୟମନ୍ତ୍ରୀ

ଇମ୍ଫାଲ:ମଣିପୁରରେ ହେଙ୍ଗାଙ୍ଗ୍‌ ଆସନରେ ୮ ହଜାର ଭୋଟରେ ଆଗୁଆ ରହିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ । ତାଙ୍କୁ ଆପ୍‌ ପ୍ରାର୍ଥୀ କଡ଼ା ଟକ୍କର ଦେଉଛନ୍ତି ।

11:38 March 10

ପଞ୍ଜାବରେ ବିଜୟ ଖାତା ଖୋଲିଲା କଂଗ୍ରେସ, ରାଣା ଗୁରୁଜିତ ସିଂହ ବିଜୟୀ

ଚଣ୍ଡିଗଡ଼:ପଞ୍ଜାବରେ ବିଜୟ ଖାତା ଖୋଲିଲା କଂଗ୍ରେସ । କପୁରତାଲା ଆସନରୁ ବିଜୟୀ ହେଲେ ରାଣା ଗୁରୁଜିତ ସିଂହ । ସେପଟେ ପଠାନକୋଟ ଆସନରୁ ବିଜେପି ପ୍ରାର୍ଥୀ ଅଶ୍ବିନୀ କୁମାର ଶର୍ମା ବିଜୟୀ ହୋଇଛନ୍ତି ।

11:37 March 10

ଉତ୍ତରାଖଣ୍ଡରେ ୪୪ଟି ଆସନରେ ବିଜେପି ଆଗୁଆ

ଡେରାଡୁନ: ଉତ୍ତରାଖଣ୍ଡର ସମସ୍ତ ବିଧାନସଭା ଆସନରୁ ଟ୍ରେଣ୍ଡିଂ ତାଲିକା ଜାରି କରିଛନ୍ତି ନିର୍ବାଚନ କମିଶନ । ୭୦ଟି ଆସନ ମଧ୍ୟରୁ ଏଠାରେ ୪୪ଟି ଆସନରେ ବିଜେପି ଲିଡ୍‌ କରୁଛି । ସେହିଭଳି ୨୨ଟି ଆସନରେ କଂଗ୍ରେସ ଆଗୁଆ ରହିଛି । ଅନ୍ୟାନ ୪ଟି ଆସନରେ ଆଗୁଆ ରହିଛି । ଟ୍ରେଣ୍ଡିଂ ମୁତାବକ ଉତ୍ତରାଖଣ୍ଡରେ ବହୁମତ ସାବ୍ୟସ୍ତ କରୁଛି ବିଜେପି ।

11:19 March 10

ସୋନୁ ସୁଦଙ୍କ ଭଉଣୀ ମାଲବିକା ସୁଦ ପଛୁଆ

ଚଣ୍ଡିଗଡ଼:ମୋଗା ବିଧାନସଭା ଆସନରେ ସୋନୁ ସୁଦଙ୍କ ଭଉଣୀ ମାଲବିକା ସୁଦ ପଛୁଆ ରହିଛନ୍ତି । ୧୧୭ଟି ଆସନରୁ ୯୦ଟି ଆସନରେ ଆପ୍ ଟ୍ରେଣ୍ଡଂ ରହିଛି । ପଞ୍ଜାବ ଆପ୍‌ କାର୍ଯ୍ୟାଳୟରେ ସମର୍ଥକଙ୍କ ଲାଗିଛି ଭିଡ଼ ।

11:19 March 10

ହରିଶ ରାୱତଙ୍କ ଝିଅ ଅନୁପମା ରାୱତ ଆଗୁଆ

ଡେରାଡୁନ: ହରିଦ୍ବାର ଆସନରେ କଂଗ୍ରେସ ନେତା ହରିଶ ରାୱତଙ୍କ ଝିଅ ଅନୁପମା ରାୱତ ଆଗୁଆ ରହିଛନ୍ତି । ଖାତିମାରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ପଛୁଆ ରହିଛନ୍ତି । ଟ୍ରେଣ୍ଡିଂରେ ଏଠାରେ ବିଜେପିକୁ ବହୁମତ ମିଳୁଛି ।

11:02 March 10

ସୁଖବୀର ସିଂହ ବାଦଲ ବିପୁଳ ଭୋଟରେ ପଛୁଆ

ଚଣ୍ଡିଗଡ଼: ଜରାଲାବାଗରେ ସିରୋମଳି ଅକାଳି ଦଳର ସୁଖବୀର ସିଂହ ବାଦଲ ବିପୁଳ ଭୋଟରେ ପଛୁଆ ରହିଛନ୍ତି ।

10:38 March 10

ଆପ୍‌ ପ୍ରାର୍ଥୀଙ୍କଠାରୁ ନବଜ୍ୟୋତ ସିଂହ ସିଦ୍ଧୁ ପଛୁଆ

ଚଣ୍ଡିଗଡ଼: ଆପ୍‌ର ଜୀବନ ଜ୍ୟୋତ କୌର ନବଜ୍ୟୋତ ସିଂହ ସିଦ୍ଧୁଙ୍କୁ ପଛରେ ପକାଇ ଲିଡ୍‌ କୁରଛନ୍ତି । ସେପଟେ ସିଦ୍ଧୁଙ୍କ ସହ ସିରୋମଣୀ ଅକାଳୀ ଦଳର ବିକ୍ରମ ମଜିଥା ମଧ୍ୟ ଅମୃତସର ବିଧାନସଭା ଆସନରେ ପଛରେ ପଡ଼ିଛନ୍ତି ।

10:38 March 10

ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଭୋଟରେ ଆଗୁଆ

ପାନାଜୀ:ଗୋଆର ସାଙ୍କ୍‌ଲିମ୍‌ ବିଧାନସଭା ଆସନରେ ପୂର୍ବରୁ କଂଗ୍ରେସର ଧର୍‌ମେଶ ସାଗ୍ଲାନୀ ଟ୍ରେଣ୍ଡରେ ଲିଡ୍‌ କରୁଥିଲେ । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ୧୪୭ ଭୋଟରେ ଆଗୁଆ ରହିଛନ୍ତି ।

10:38 March 10

ମଣିପୁରରେ ବିଜେପି ଆଗୁଆ

ଇମ୍ଫାଲ:ମଣିପୁରରେ ବିଜେପି ୧୨ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୫ଟି ଆସନରେ ଲିଡ୍‌ କରୁଛି । ସେହିଭଳି ଜନତା ଦଳ ୟୁନାଇଟେଡ ୪ଟି ଆସନରେ ଲିଡ୍‌ କରୁଛି । ହେଙ୍ଗାଙ୍ଗ୍‌ ଆସନରେ ମୁଖ୍ୟମନ୍ତ୍ରୀ ବିରେନ ସିଂହ ଆଗୁଆ ରହିଛନ୍ତି ।

10:02 March 10

ପଛରେ ପଡ଼ିଲେ ହରିଶ ରାୱତ

ଡେରାଡୁନ:ବିଜେପିର ପୁଷ୍କର ସିଂହ ଧାମୀ ଓ କଂଗ୍ରେସର ହରିସ ରାୱତ ଯଥାକ୍ରମେ ଖାତିମା ଓ ଲାଲ୍‌କୁଆରେ ଆସନରେ ପଛୁଆ ରହିଛନ୍ତି ।

10:00 March 10

ପଛରେ ପଡ଼ିଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ

ପାନାଜୀ: ପ୍ରାୟ ୪୦୦ ଭୋଟରେ ପଛରେ ପଡ଼ିଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ।

09:57 March 10

ପଛୁଆ ରହିଛନ୍ତି ନବଜ୍ୟୋତ ସିଂହ ସିଦ୍ଧୁ ଓ ଚରଣଜିତ ସିଂହ ଚନ୍ନୀ

ଚଣ୍ଡିଗଡ଼: ଚମ୍‌କୌର ସାହିବ ଆସନରେ ଆପ୍‌ ପ୍ରାର୍ଥୀ ଡକ୍ଟର ଚରଣଜିତ ସିଂହଙ୍କଠାରୁ ପ୍ରଥମ ରାଉଣ୍ଡରେ ଆଗୁଆ ରହିବା ପରେ ଏବେ ପଛରେ ପଡ଼ିଛନ୍ତି ଚରଣଜିତ ସିଂହ ଚନ୍ନୀ । ସେପଟେ ତୃତୀୟ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ପୂର୍ବ ଅମୃତସର ବିଧାନସଭା ଆସନରେ ପଛୁଆ ରହିଛନ୍ତି ନବଜ୍ୟୋତ ସିଂହ ସିଦ୍ଧୁ ।

09:56 March 10

ପଛରେ ପଡ଼ିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ

ଚଣ୍ଡିଗଡ଼: ପଟିଆଲା ଅର୍ବାନ ବିଧାନସଭା ଆସନରେ ପଛରେ ପଡ଼ିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ । ପ୍ରାୟ ୧୦ ହଜାର ଭୋଟରେ ସେ ପଛୁଆ ରହିଛନ୍ତି ।

09:41 March 10

ଉତ୍‌ପଲ ପାରିକର ଟ୍ରେଣ୍ଡରେ ଆଗୁଆ ରହିଛନ୍ତି

ପାନାଜୀ: ଗୋଆରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍‌ପଲ ପାରିକର ଟ୍ରେଣ୍ଡରେ ଆଗୁଆ ରହିଛନ୍ତି

09:40 March 10

ଧୁରି ଆସନରେ ଟ୍ରେଣ୍ଡରେ ଲିଡ୍‌ କରୁଛନ୍ତି ଭଗବତ ସିଂହ ମାନ

ଚଣ୍ଡିଗଡ଼: ଧୁରି ଆସନରେ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗବତ ସିଂହ ମାନ ଟ୍ରେଣ୍ଡରେ ଲିଡ୍‌ କରୁଛନ୍ତି ।

09:19 March 10

ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ ଆଗୁଆ

ଚଣ୍ଡିଗଡ଼: ଚମକୌର ସାହିବ ବିଧାନସଭା ଆସନରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ ଆପ୍‌ର ପ୍ରାର୍ଥୀଙ୍କ ଠାରୁ ଆଗୁଆ ରହିଛନ୍ତି । ୨୦୧୭ ମସିହାରେ ଏହି ଆସନରୁ ଚନ୍ନୀ ବିଜୟୀ ହୋଇଥିଲେ ।

Last Updated : Mar 10, 2022, 4:57 PM IST

ABOUT THE AUTHOR

...view details