ନୂଆଦିଲ୍ଲୀ: ବାଜିଲା ହିମାଚଳ ବିଧାନସଭା ନିର୍ବାଚନର ବିଗୁଲ । ଜାତୀୟ ନିର୍ବାଚନ ଆୟୋଗ ରାଜୀବ କୁମାର ପ୍ରେସମିଟ କରି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଆୟୋଗ ପୁରା ନିର୍ବାଚନର ପ୍ରକ୍ରିୟା ଆବଶ୍ୟକ ନୀତି ନିୟମନ ସମ୍ପର୍କରେ ସୂଚନା ଦେଇଛନ୍ତି ।
Himachal Assembly Poll: ନିର୍ବାଚନ ତାରିଖ ଘୋଷଣା, ଗୋଟିଏ ପର୍ଯ୍ୟାୟରେ ମତଦାନ - ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ
ବାଜିଲା ହିମାଚଳ ବିଧାନସଭା ନିର୍ବାଚନର ବିଗୁଲ (Assembly poll in Himachal Pradesh) । ଜାତୀୟ ନିର୍ବାଚନ ଆୟୋଗ ରାଜୀବ କୁମାର ପ୍ରେସମିଟ କରି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ
ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ । ଆସନ୍ତା ନଭେମ୍ବର 12 ତାରିଖରେ ନିର୍ବାଚନ ପାଇଁ ମତଦାନ ହେବ । ଆସନ୍ତା (ଅକ୍ଟୋବର) 17 ତାରିଖରେ ବିଦ୍ଧିବଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । 25 ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । 27 ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ । 29 ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର ହେବ । 8 ଡିସେମ୍ବରରେ ଭୋଟ ଗଣତି ହେବ । ଡିସେମ୍ବର 10 ତାରିଖରେ ପୁରା ନିର୍ବାଚନ ପ୍ରକ୍ରିୟା ଶେଷ ହେବ ।
68ଟି ଆସନ ବିଶିଷ୍ଟ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ରେ ବର୍ତ୍ତମାନ ବିଜେପି 44 ଟି ଆସନ ସହ ଶାସନ କରୁଛି । କଂଗ୍ରେସ 22 ଟି ଆସନ ସହ ବିରୋଧୀ ଦଳରେ ଅଛି ।