ନୂଆଦଲ୍ଲୀ: ରାତି ପାହିଲେ 5 ରାଜ୍ୟ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର, ଗୋଆ ଓ ପଞ୍ଜାବରେ ପ୍ରକାଶ ପାଇବ ବିଧାନସଭା ନିର୍ବାଚନ ଜନାଦେଶ । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ସକାଳ ୮ ଟାରୁ ପ୍ରଥମେ ବାଲାଟ ପେପର ଗଣତି ପ୍ରକ୍ରିୟା ଆରମ୍ଭ ହେବ । ସେହିପରି ଉତ୍ତର ପ୍ରଦେଶରେ ୮ ଟା ୩୦ରୁ ଆରମ୍ଭ ହେବ ଇଭିଏମ ଗଣତି । ସ୍ପଷ୍ଟ ହେବ କାହା ମୁଣ୍ଡରେ ଜନତା ଢାଳିଛନ୍ତି କ୍ଷମତାର ଆଶୀର୍ବାଦ । ସମସ୍ତ ରୀଜନୈତିକ ଦଳ ଦମ୍ଭୋକ୍ତି ଓ ଆଶଙ୍କାରେ ।
ଅନ୍ୟପଟେ ଅନ୍ତିମ ପର୍ଯ୍ୟାୟ ମତଦାନ ପରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ କରାଯାଇଥିବା ବୁଥ ବାହୁଡା ଜନମତ ସର୍ଭେ ମଧ୍ୟ କାହାକୁ ଉତ୍ସାହିତ କରିଛି ତ କାହାକୁ ନିରାଶ କରିଛି । ତେବେ ସବୁପରେ ମଧ୍ୟ ଜନତାଙ୍କ ସମର୍ଥନ ତାଙ୍କୁ ମିଳିବା ନେଇ ବେଶ୍ ଆଶାବାଦୀ ପ୍ରାର୍ଥୀ ଠାରୁ ଆରମ୍ଭ କରି ଦଳୀୟ ହାଇକମାଣ୍ଡ ।
ଅନ୍ୟପଟେ ଗଣତନ୍ତ୍ରର ମହାପର୍ବର ଅନ୍ୟତମ ପ୍ରମୁଖ ପର୍ଯ୍ୟାୟ ହେଉଛି ମତଗଣନା ଓ ଜନାଦେଶ ପ୍ରକାଶ । ସମସ୍ତ ୫ ରାଜ୍ୟରେ କାଁଭାଁ ହିଂସା ଓ ଉତ୍ତେଜନା ମଧ୍ୟରେ ମତଦାନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ମତ ଗଣନା ଓ ଜନାଦେଶ ଘୋଷଣାକୁ ମଧ୍ୟ ଶାନ୍ତିପୂର୍ଣ୍ଣ ଓ ସ୍ବଚ୍ଛତାର ସହ ଶେଷ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି ନିର୍ବାଚନ ଆୟୋଗଙ୍କ ଠାରୁ ଆରମ୍ଭ କରି ସମସ୍ତ ସ୍ଥାନୀୟ ପ୍ରଶାସନ । ଗଣତି କେନ୍ଦ୍ରରେ ସ୍ବଚ୍ଛ, ନିରପେକ୍ଷ ତଥା ପାରଦର୍ଶୀ ଭାବେ ଗଣନା କରିବା ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ପ୍ରର୍ଯ୍ୟାୟ କ୍ରମେ ଭୋଟିଂ ସରିବା ପରେ ଇଭିିଏମକୁ କଡା ସୁରକ୍ଷା ମଧ୍ୟରେ ନିର୍ଦ୍ଧାରିତ ଷ୍ଚ୍ରଙ୍ଗରୁମରେ ରଖାଯାଇଛି । ଏଥିପାଇଁ ସମସ୍ତ ମତଗଣନା କେନ୍ଦ୍ରରେ ନିୟୋଜିତ ହେବାକୁ ଥିବା ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯିବା ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ମତଦାନ କେନ୍ଦ୍ରରେ ଶସସ୍ତ୍ର ସୁରକ୍ଷା ବାହିନୀ ମୂତୟନ କରାଯାଇଛି ।
ଅନ୍ୟପଟେ ୫ ରାଜ୍ୟର ଫଳାଫଳ ନେଇ ପ୍ରକାଶ ପାଇଛି ଭିନ୍ନଭିନ୍ନ ପୂର୍ବାକଳନ । ୨୦୨୪ ରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ଏହି ୫ ରାଜ୍ୟରେ ଫଳାଫଳ ଉପରେ ରହିଛି ସମଗ୍ର ଦେଶର । ଏହି ଫଳାଫଳ ହିଁ ଦେଶବାସୀଙ୍କ ମୁଡକୁ ସ୍ପଷ୍ଟ କରିବ । ତେବେ ସମସ୍ତ ୫ ରାଜ୍ୟଙ୍କ ମଧ୍ୟରେ ଦେଶବାସୀଙ୍କ ଉତ୍କଣ୍ଠାର କେନ୍ଦ୍ରରେ ରହିଛି ୪୦୩ ବିଧାନସଭା ଆସନ ବିଶିଷ୍ଟ ଉତ୍ତର ପ୍ରଦେଶର ଫଳାଫଳ । ଏକଜିଟ ପୋଲର ଫଳାଫଳ ମଧ୍ୟ ନେତା ଓ ଭୋଟରଙ୍କ ଉତ୍ସୁକତାକୁ ବୃଦ୍ଧି କରିଛି । ତେବେ ନଜର ପକାନ୍ତୁ ବିଭିନ୍ନ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ସ୍ଥିତି ଉପରେ ।
ଉତ୍ତର ପ୍ରଦେଶ:-
ସର୍ବାଧିକ ଚର୍ଚ୍ଚାରେ ଥିବା ଉତ୍ତର ପ୍ରଦେଶରେ ବିଜେପି ପୁଣି ଥରେ କ୍ଷମତା ବଜାୟ ରଖିବା ନେଇ ସଙ୍କେତ ଦେଇଛନ୍ତି ଏକାଧିକ ଜାତୀୟ ଗଣମାଧ୍ୟମ ସଂସ୍ଥା (12ଟି) । ମୁଖ୍ୟ ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିଛି ଯୋଗୀ ଆଦିତ୍ୟନାଥ ଓ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ମଧ୍ୟରେ । ରାଜ୍ୟରେ ମୋଟ ୪୦୩ ଆସନରେ ଭୋଟିଂ ଶେଷ ହୋଇଥିବା ବେଳେ ଏକାଧିକ ସଂସ୍ଥା ଦ୍ବାରା କରାଯାଇଥିବା ପୂର୍ବାକଳନ ଅନୁସାରେ ବିଜେପି ପୁଣିଥରେ କ୍ଷମତା ବଜାୟ ରଖିବ । ଇଣ୍ଡିଆ ନ୍ୟୁୁଜ, ନ୍ୟୁଜ-୧୮, CNN NEWS-18 ର ପୂର୍ବାକଳନ ଅନୁସାରେ ବିଜେପି ପୁଣି ଥରେ କ୍ଷମତା ବଜାୟ ରଖିବାକୁ ଯାଉଛି । ୨୦୧୭ ରେ ଦଳ ପାଇଥିବା ସଂଖ୍ୟାକୁ ମଧ୍ୟ ଅତିକ୍ରମ କରିପାରେ ବୋଲି କେହି କେହି ଆକଳନ ମଧ୍ୟ କରିଛନ୍ତି । ସେହିପରି ମୁଖ୍ୟ ପ୍ରତିଦ୍ବନ୍ଦୀ ଭାବେ ଯୋଗୀଙ୍କ କ୍ୟାମ୍ପକୁ ମୁକାବିଲା କରୁଥିବା ଅଖିଳେଶଙ୍କ ସମାଜବାଦୀ ପାର୍ଟି ପୂର୍ବଥର ଠାରୁ ଯଥେଷ୍ଟ ଭଳ ପ୍ରଦର୍ଶନ କରିବା ସହ ବିରୋଧୀ ଦଳ ଭାବେ ସ୍ଥାନ ପାଇବାକୁ ଯାଉଥିବା ଅନୁମାନ କରାଯାଉଛି ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଭାବେ ଯୋଗୀଙ୍କୁ ପୁର୍ବାବର ଦଳ ଦାୟିତ୍ବ ଦେବ ନା ଆଉ କେହି ନୂଆ ମୁଖ୍ୟମନ୍ତ୍ରୀ ମିଳିବ ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।
ପଞ୍ଜାବ:-