ଓଡିଶା

odisha

ETV Bharat / bharat

Assembly Polls: ବିପୁଳ ମାତ୍ରାରେ ଭୋଟ୍ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ୍ - vote start in UP

ଗୋଆ ଏବଂ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଓ ଉତ୍ତରପ୍ରଦେଶରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟରଙ୍କୁ ରେକର୍ଡ ସଂଖ୍ୟାରେ ଭୋଟ୍ ଦେବାକୁ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ

ଗୋଆ-ଉତ୍ତରାଖଣ୍ଡ- ଉତ୍ତରପ୍ରଦେଶ ନିର୍ବାଚନ, ବିପୁଳ ମାତ୍ରାରେ ଭୋଟ୍ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ୍
ଗୋଆ-ଉତ୍ତରାଖଣ୍ଡ- ଉତ୍ତରପ୍ରଦେଶ ନିର୍ବାଚନ, ବିପୁଳ ମାତ୍ରାରେ ଭୋଟ୍ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ୍

By

Published : Feb 14, 2022, 7:58 AM IST

ନୂଆଦିଲ୍ଲୀ:ଆଜି(ସୋମବାର) ଗୋଆ ଏବଂ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟରଙ୍କୁ ରେକର୍ଡ ସଂଖ୍ୟାରେ ଭୋଟ୍ ଦେବାକୁ ଅନୁରୋଧ କରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି କହିଛନ୍ତି, ଆଜି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସହିତ ଉତ୍ତରାଖଣ୍ଡ ଏବଂ ଗୋଆରେ ସମସ୍ତ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ଗଣତନ୍ତ୍ରର ଏହି ପବିତ୍ର ପର୍ବରେ ଅଂଶଗ୍ରହଣ କରିବାକୁ ମୋର ଅନୁରୋଧ ଓ ସମସ୍ତେ ଆଜି ବିପୁଳ ମାତ୍ରାରେ ଭୋଟ ଦିଅନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ |

ସୂଚନାଅନୁଯାୟୀ, ଆଜି ଗୋଆରେ ମୋଟ ୪୦ ଆସନ ପାଇଁ ମତଦାନ ଆରମ୍ଭ ହୋଇଛି । ୩୦୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧୧ଲକ୍ଷ ଭୋଟର । ଏହି ଗୋଟିଏ ପର୍ଯ୍ୟାୟ ମତଦାନରେ ଗୋଆରେ ଶେଷ ହେବ ନିର୍ବାଚନ । ସେହିପରି ଉତ୍ତରାଖଣ୍ଡରେ ମୋଟ ୭୦ ଆସନରେ ମତଦାନ ଆରମ୍ଭ ହୋଇଛି । ଆଜି ୧୫୨ ସ୍ବାଧୀନ ପ୍ରାର୍ଥୀଙ୍କ ସମେତ ମୋଟ ୬୨୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୮୧ ଲକ୍ଷ ଭୋଟର ।

ଉତ୍ତରପ୍ରଦେଶରେ ମଧ୍ୟ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ନଅଟି ଜିଲ୍ଲାରେ 55 ଟି ଆସନରେ ୫୮୬ ପ୍ରାର୍ଥୀଙ୍କ ଆଜି ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ସକାଳ ୭ଟାରୁ ଭୋଟ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ । ରାଜ୍ୟର ବହୁ ଗୁରୁତ୍ବପୂର୍ଣ୍ଣ ଆସନରେ ଆଜି ମତଦାନ ଆରମ୍ଭ ହୋଇଛି ।

@ANI

For All Latest Updates

ABOUT THE AUTHOR

...view details