ଶିଲଂ/କୋହିମା:ଦୁଇ ଉତ୍ତର-ପୂର୍ବ ରାଜ୍ୟ ମେଘାଳୟ ଓ ନାଗାଲାଣ୍ଡରେ ଗୋଟିଏ ପର୍ଯ୍ୟାୟରେ ଆଜି ବିଧନସଭା ନିର୍ବାଚନ ପାଇଁ ମତାଦନ ଶେଷ ହୋଇଛି । ସକାଳ 7 ଟାରୁ ଭୋଟିଂ ଆରମ୍ଭ ହୋଇ ସଂଧ୍ୟା 5 ଟାରେ ଶେଷ ହୋଇଛି । ମେଘାଳୟରେ 77 ପ୍ରତିଶତ ଓ ନାଗାଲାଣ୍ଡରେ ରେକର୍ଡ ସଂଖ୍ୟକ 85 ପ୍ରତିଶତ ଭୋଟିଂ ରେକର୍ଡ ହୋଇଛି । ମେଘାଳୟରେ ମୋଟ 60 ଆସନରୁ 59 ଆସନରେ ଭୋଟିଂ ହୋଇଛି । ଉଭୟ ରାଜ୍ୟରେ ପ୍ରାୟ 33 ଲକ୍ଷ ମତଦାତା ସେମାନଙ୍କ ଭୋଟିଂ ଅଧିକାର ସାବ୍ୟସ୍ତ କରିଛନ୍ତି । ମାର୍ଚ୍ଚ 2 ତାରିଖରେ ଏହି ଦୁଇ ରାଜ୍ୟ ସହ ତ୍ରିପୁରାର ମଧ୍ୟ ମତଗଣନା ଓ ଜନାଦେଶ ପ୍ରକାଶ ପାଇବ ।
ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମେଘାଳୟରେ 60 ଆସନରୁ 59 ଆସନରେ ମତଦାନ ହୋଇଛି । ସମସ୍ତ 12 ଜିଲ୍ଲାରେ ସକାଳ 7 ଟାରୁ ଭୋଟିଂ ଆରମ୍ଭ ହୋଇ ସଂଧ୍ୟା 5 ଟା ପର୍ଯ୍ୟନ୍ତ ଜାରି ରହିଥିଲା । ରାଜ୍ୟରେ ମୋଟ 77 ପ୍ରତିଶତ ଭୋଟିଂ ହୋଇଛି । ରାଜ୍ୟରେ ବିଭିନ୍ନ ଦଳର 36 ମହିଳା ପ୍ରାର୍ଥୀଙ୍କ ସମେତ ମୋଟ 369 ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ କରିଛନ୍ତି ମତଦାତା । ମେଘାଳୟରେ ପ୍ରାୟ 10.92 ମହିଳାଙ୍କ ସମେତ ମୋଟ 21 ଲକ୍ଷ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି । ନିର୍ବାଚନୀ ମୈଦାନରେ ବିଜେପି, କଂଗ୍ରେସ, ଏନପିପି ଓ ଟିଏମସି ସମେତ ମୋଟ 13 ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଛନ୍ତି ।