ଓଡିଶା

odisha

ETV Bharat / bharat

ବିଧାନସଭା ବିଗ ଫାଇଟ ଫଳାଫଳ: ପୁଣି ଦିଦିଙ୍କ ବଙ୍ଗ ଦଖଲ, ଆସାମରେ ବିଜୟମୁହାଁ ବିଜେପି - ତାମିଲନାଡୁ ବିଧାନସଭା ଜନାଦେଶ

ଚାଲିଛି ଚାରୋଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ବିଧାନସଭାର ଭୋଟଗଣତି । ମତଗଣନା ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳିଥିବା ବେଳେ, ତାମିଲନାଡୁରେ ଡିଏମକେ ଏକ ଦଶନ୍ଧି ପରେ କ୍ଷମତାକୁ ଫେରୁଛି ।

ବଙ୍ଗାଲରେ TMCର ବଲ୍ଲେ ବଲ୍ଲେ
ବଙ୍ଗାଲରେ TMCର ବଲ୍ଲେ ବଲ୍ଲେ

By

Published : May 2, 2021, 5:47 PM IST

Updated : May 2, 2021, 6:01 PM IST

ହାଇଦ୍ରାବାଦ:ଚାରୋଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଜାରି ରହିଛି ବିଧାନସଭା ଭୋଟଗଣତି । ମତଗଣନା ଜାରି ରହିଥିବା ବେଳେ ଆସିଥିବା ଫଳାଫଳରେ ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳିଥିବାବେଳେ ତାମିଲନାଡୁରେ ଡିଏମକେ ଏକ ଦଶନ୍ଧି ପରେ କ୍ଷମତାକୁ ଫେରୁଛି । ଆସାମରେ ବିଜେପି ପୁଣି କ୍ଷମତା ଦଖଲ କରୁଥିବା ବେଳେ ୟୁପିଏ ପଛରେ ପଡିଯାଇଛି । 140 ଆସନ ବିଶିଷ୍ଟ କେରଳ ବିଧାନସଭାରେ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ନେତୃତ୍ବାଧିନ ବାମମେଣ୍ଟ(ଏଲଡିଏଫ) 92 ସିଟ ଆଗରେ ଥିବାବେଳେ ୟୁଡିଏଫ 43 ଆସନରେ ଆଗୁଆ ଅଛି ।

ବଙ୍ଗରେ ପୁଣି ମମତା ସରକାର...

ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ପଶ୍ଚିମବଙ୍ଗରେ ପୁଣିଥରେ କ୍ଷମତା ବଜାୟ ରଖିବାକୁ ଯାଉଛି ମମତା ବାନାର୍ଜୀଙ୍କ ନେତୃତ୍ବାଧିନ ଟିଏମସି । ବର୍ତ୍ତମାନ ସୁଦ୍ଧା ଦଳ 206 ସିଟରେ ଆଗୁଆ ଥିବା ବେଳେ ବିଜେପି 84 ଟି ସିଟରେ ଆଗୁଆ ରହିଛି । ସେହିପରି ବାମଦଳ 3 ଟି ଆସନରେ ଆଗୁଆ ରହିଛି ।

ତାମିଲନାଡୁରେ DMK ଦରବାର

ତାମିଲନାଡୁ ବିଧାନସଭା ନିର୍ବାଚନର ମତଗଣନା ଜାରି ରହିଥିବା ବେଳେ ଶାସକ AIDMK କ୍ଷମତାଚ୍ୟୁତ ହେବାକୁ ଯାଉଛି । ରାଜ୍ୟର 2 ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ କରୁଣାନିଧି ଓ ଜୟଳଳିତାଙ୍କ ଅନ୍ତେ ଏହି ନିର୍ବାଚନ ହେଉଛି । ତେବେ ଜୟ ଳଳିତାଙ୍କ ଅନ୍ତେ ଦଳୀୟ ନେତା କ୍ଷମତା ଓ ପଦବୀକୁ ନେଇ ନିଜ ନିଜ ମଧ୍ୟରେ ବିବାଦରେ ମାତିବା ଏବେ ପଡିଲା ମହଙ୍ଗା । ସେହିପରି DMK ସ୍ପଷ୍ଟ ଭିଜନ ସହ ରାଜ୍ୟବାସୀଙ୍କ ପାଖରେ ପହଞ୍ଚି ଥିଲା । ଫଳରେ ରାଜ୍ୟବାସୀ ଆମ୍ମାଙ୍କ ଅନ୍ତେ ଦଳ ଠାରୁ ଦୂରେଇ ଗଲେ ।

କେରଳରେ LDF ଇତିହାସ...

କେରଳ ନିର୍ବାଚନ ଇତିହାସରେ ପ୍ରଥମଥର ପାଇଁ ନୂଆ ଇତିହାସ ସୃଷ୍ଟି କରିଛି ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ନେତୃତ୍ବାଧିନ ବାମ ଲୋକତାନ୍ତ୍ରିକ ମେଣ୍ଟ ଏଲଡିଏଫ । 140 ଆସନରୁ LDF ମେଣ୍ଟ 90 ରୁ ଅଧିକ ଆସନରେ ଆଗରେ ଥିବାବେଳେ UDF 40 ଆସନରେ ଆଗରେ ରହିଛି । ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ, ସ୍ବାସ୍ଥ୍ୟମନ୍ତ୍ରୀ କେକେ ସୈଲଜା, ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାନ ଚାଣ୍ଡୀ ବିରୋଧୀ ଦଳନେତା ରମେଶ ନିଜ ନିଜ ସିଟରେ ଆଗରେ ଅଛନ୍ତି ।

ଆସାମରେ ବିଜୟମୁହାଁ ବିଜେପି ...

ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଆସମରେ ବିଜେପି କ୍ଷମତା ବଜାୟ ରଖିବାକୁ ଯାଉଛି । ଏନଡିଏ ମେଣ୍ଟ 78 ଟି ଆସନରେ ବିଜେପି ଆଗରେ ଥିବାବେଳେ କଂଗ୍ରେସ 47 ଟି ଆସନରେ ଆଗରେ ଅଛି । ମୁଖ୍ୟମନ୍ତ୍ରୀ 30 ହଜାରରୁ ଅଧିକ ଭୋଟ ଆଗରେ ଥିବାବେଳେ ଅନ୍ୟତମ ବରିଷ୍ଠ ମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା 1 ଲକ୍ଷ ରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 2, 2021, 6:01 PM IST

ABOUT THE AUTHOR

...view details