ଓଡିଶା

odisha

Texts.com: ଆସାମ ଯୁବକଙ୍କ ପ୍ରସ୍ତୁତ ମେସେଜିଂ ଆପକୁ 416 କୋଟିରେ କିଣିଲା ଆମେରିକୀୟ କମ୍ପାନୀ

By ETV Bharat Odisha Team

Published : Nov 2, 2023, 10:48 PM IST

ଆସାମ ଯୁବକଙ୍କ ପ୍ରସ୍ତୁତ ମେସେଜିଂ ଆପକୁ 416 କୋଟିରେ କିଣିଲା ଆମେରିକୀୟ କମ୍ପାନୀ । ଅପରେସନ ହେଡ ଭାବେ ରହିବାକୁ ମଧ୍ୟ ପ୍ରସ୍ତାବ । ଅଧିକ ପଢନ୍ତୁ

Texts.com: ଆସମ ଯୁବକଙ୍କ ପ୍ରସ୍ତୁତ ମେସେଜିଂ ଆପକୁ 416 କୋଟିରେ କିଣିଲା ଓ୍ବାର୍ଡପ୍ରେସ
Texts.com: ଆସମ ଯୁବକଙ୍କ ପ୍ରସ୍ତୁତ ମେସେଜିଂ ଆପକୁ 416 କୋଟିରେ କିଣିଲା ଓ୍ବାର୍ଡପ୍ରେସ

ଗୌହାଟୀ:ଆସାମର ଜଣେ ଯୁବକ ପ୍ରସ୍ତୁତ କରିଥିବା ମେସେଜିଂ ଆପ୍ଲିକେସନକୁ ଆମେରିକାର ଏକ ପ୍ରତିଷ୍ଠିତ କମ୍ପାନୀ 416 କୋଟି ଟଙ୍କାରେ କ୍ରୟ କରିଛି । ଏହି ଯୁବ ସଫ୍ଟଓ୍ବେର ଏକ୍ସପର୍ଟ ହେଉଛନ୍ତି ଆସାମର ଦିବ୍ରୁଗଡର 26 ବର୍ଷୀୟ କିଶାନ ବାଗାରିଆ । ସେ ବିକଶିତ କରିଥିବା ସିଙ୍ଗଲ ପ୍ଲାଟଫର୍ମ ମେସେଜିଂ ଆପ୍ଲିକେସନ ଟେକସ୍ଟ .କମ (Texts.com)କୁ ଆମେରିକାର ପ୍ରତିଷ୍ଠିତ ଟେକନୋଲୋଜି କମ୍ପାନୀ ‘ଅଟୋମେଟିକ’ 50 ମିଲିୟନ ଆମେରିକୀୟ ଡଲାର ବା 416 କୋଟି ଟଙ୍କାରେ କ୍ରୟ କରିଛି । ଆମେରିକାର ଏହି କମ୍ପାନୀ ବିଶିଷ୍ଟ ଉଦ୍ୟୋଗପତି ତଥା ଓ୍ବାର୍ଡପ୍ରେସ.କମ ଓ ଟମଲର (Tumblr) ପରି ପ୍ରତିଷ୍ଠିତ କମ୍ପାନୀର ମାଲିକ ମଟ୍ଟ ମିଲେଙ୍ଗଙ୍କ ମାଲିକାନାର ଏକ ଶାଖା କମ୍ପାନୀ ।

କେବଳ ଏତିକି ନୁହେଁ, ଏହାକୁ ଆମେରିକୀୟ କମ୍ପାନୀ କ୍ରୟ କରିନେବା ପରେ ଏହାର ପରିଚାଳନା ଦାୟିତ୍ବ କିଶନଙ୍କ ହାତରେ ରଖିବାକୁ କମ୍ପାନୀ ପ୍ରସ୍ତାବ ଦେଇଛି । କିଶନ ହିଁ ଆପର ଅପରେସନ ହେଡ ଭାବେ ଦାୟିତ୍ବ ତୁଲାଇବାକୁ ଯାଉଛନ୍ତି । ଏ ସମ୍ପର୍କରେ ନିଜେ ଯୁବ ଉଦ୍ୟୋଗୀ କିଶାନ ବାଗାରିଆ ଏକ୍ସରେ ସୂଚନା ଦେଇଛନ୍ତି । ଟ୍ବିଟ କରି ଏହି ଘୋଷଣା କରିବା ସହ କହିଛନ୍ତି, ଜଣେ ଯଦି ଏହି ଆପ୍ଲିକେସନର ୟୁଜର୍ସ ଅଛନ୍ତି, ତେବେ ଏଥିରେ କୌଣସି ପରିବର୍ତ୍ତନ ମିଳିବ ନାହିଁ । ବରଂ ପୂର୍ବାପେକ୍ଷା ଅଧିକ ଫିଚର ସହ ଏହା ୟୁଜର୍ସଙ୍କ ନିକଟରେ ଉପଲବ୍ଧ ହେବ । ଏହି ଆପ୍ଲିକେସନ ଏକାଧିକ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ସିଙ୍ଗଲ ଦାସବୋର୍ଡକୁ ଆଣିପାରିବ । ଯାହା ୟୁଜର୍ସଙ୍କୁ ଏକ ସରଳ ଓ ସହଜ ସୋସିଆଲ ମିଡିଆ ବ୍ୟବହାର ପ୍ରଣାଳୀ ପ୍ରଦାନ କରିବ ।

ଏହା ମଧ୍ୟ ପଢନ୍ତୁ:- ଅନ୍ତର୍ଜାତୀୟ ଫର୍ମୁଲା-ଓ୍ବାନ ଚାମ୍ପିଅନ ହେବା ଲକ୍ଷ୍ୟରେ କେରଳର ପାହାଡି ଝିଅ

ଆସାମର ଦିବ୍ରୁଗଡର ଚରିଆଲି ଥାନା କ୍ଷେତ୍ରର ବ୍ୟବସାୟୀ ମହେନ୍ଦ୍ର ବଗାରିଆ ଓ ନମିତାଙ୍କ ପୁଅ ହେଉଛନ୍ତି କିଶନ । ଏବେ ସେ ଗତ 9 ମାସ ଧରି ଆମେରିକାରେ କାର୍ଯ୍ୟରତ । ସେଠାରେ ସେ ଏହି ଆପ୍ଲିକେସନ ପ୍ରସ୍ତୁତ କରିବା ସହ ଏହାକୁ ବିକଶିତ ମଧ୍ୟ କରିଛନ୍ତି । ‘ଅଟୋମେଟିକ’ କମ୍ପାନୀ ସହ ଏହି ଡିଲ୍‌ ସଫଳ ହେବା ପରେ ସେ ଆସାମ ଫେରିଛନ୍ତି । ତାଙ୍କୁ ଦିବ୍ରୁଗଡର ମୋହନବାରି ବିମାନ ବନ୍ଦରରେ ଭବ୍ୟ ସ୍ବାଗତ ମଧ୍ୟ କରିଛନ୍ତି ସ୍ଥାନୀୟ ଲୋକେ । ସେ ପିଲାବେଳୁ ପରିଶ୍ରମୀ ଥିଲେ ଓ ତାଙ୍କର ଏହି ସ୍ବଭାବ ତାଙ୍କ ପାଇଁ ଆଜି ସଫଳତା ଆଣିଛି । ଦୁର୍ଗାପୂଜା ସମୟରେ ଏହି ଖୁସି ଖବର ମିଳିଛି ବୋଲି ପରିବାର ସଦସ୍ୟ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details