ଓଡିଶା

odisha

ETV Bharat / bharat

ଆସାମରେ ପ୍ରତ୍ୟାହାର ହେବ ୧ ଲକ୍ଷ ସାମାନ୍ୟ ଅପରାଧ ମାମଲା - ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା

ଆସାମରେ ଏକ ଲକ୍ଷ ସାମାନ୍ୟ ଅପରାଧ ମାମଲା ପ୍ରତ୍ୟାହାର କରିବେ ସରକାର । ସ୍ବାଧୀନତା ଦିବସ ପାଳନ ଅବସରରେ ସମ୍ବୋଧନରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଅଧିକ ପଢନ୍ତୁ

ସ୍ବାଧୀନତା ଦିବସରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ପ୍ରତ୍ୟାହୃତ ହେବ ଏକ ଲକ୍ଷ ବାଳ ଅପରାଧ ମାମଲା
ସ୍ବାଧୀନତା ଦିବସରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ପ୍ରତ୍ୟାହୃତ ହେବ ଏକ ଲକ୍ଷ ବାଳ ଅପରାଧ ମାମଲା

By

Published : Aug 15, 2022, 6:40 PM IST

ଗୌହାଟୀ:ରାଜ୍ୟରେ ବିଚାରାଧୀନ ଥିବା ଏକ ଲକ୍ଷ୍ୟ ସାମାନ୍ୟ ତଥା ସାଧାରଣ ଅପରାଧ ମାମଲା ପ୍ରତ୍ୟାହୃତ କରିବେ ଆସାମ ସରକାର (Assam to withdraw 1 lakh minor cases)। ଆଜି 76ତମ ସ୍ବାଧୀନତା ଦିବସ (Independence Day) ପାଳନ ଅବସରରେ ଏହି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ପ୍ରତ୍ୟାହୃତ ହେବାକୁ ଥିବା ମାମଲା ମଧ୍ୟରେ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କରିବା ଏକାଧିକ ସାମାନ୍ୟ ଅପରାଧ ଶ୍ରେଣୀଭୁକ୍ତ ମାମଲା ରହିଛି । ଆଜି (ସୋମବାର) ରାଜଧାନୀ ଗୌହାଟୀରେ ଜାତୀୟ ପତାକା ଉତ୍ତୋଳନ ପରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା (Assam cm announces on Independence Day )।

ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା କହିଛନ୍ତି, ରାଜ୍ୟରେ ବର୍ତ୍ତମାନ 4 ଲକ୍ଷ ମାମଲା ବିଚାରାଧୀନ ରହିଛି । ତେଣୁ ନ୍ୟାୟିକ ବ୍ୟବସ୍ଥାକୁ ସାମାନ୍ୟ ହାଲୁକା କରିବା ପାଇଁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ସାମାନ୍ୟ ତଥା ଛୋଟମୋଟ ଅପରାଧ ମାମଲା ପ୍ରତ୍ୟାହୃତ ହେବା ପରେ ନ୍ୟାୟିକ ପ୍ରକ୍ରିୟା ପୂର୍ବାପେକ୍ଷା ଅନ୍ୟ ବଡ ଅପରାଧିକ ମାମଲାର ତ୍ବରିତ ଶୁଣାଣି କ୍ରିୟାଶୀଳ ଭାବେ ହୋଇପାରିବ । ଅତ୍ୟଧିକ ମାମଲା ପଞ୍ଜୀକରଣ ହେତୁ ରାଜ୍ୟରେ ବର୍ତ୍ତମାନ ହତ୍ୟା, ଦୁଷ୍କର୍ମ, ଡକାୟତି ପରି ଲକ୍ଷାଧିକ ହାର୍ଡକୋର ମାମଲାର ବିଚାର ପ୍ରକ୍ରିୟାରେ ବିଳମ୍ବ ହେଉଛି । ତେଣୁ ସାଧାରଣ ତଥା ସାମାନ୍ୟ ଅପରାଧ ଶ୍ରେଣୀଭୁକ୍ତ ମାମଲାଗୁଡିକୁ ହ୍ରାସ କରାଯିବା ଫଳରେ ବିଚାର ପ୍ରକ୍ରିୟା ତ୍ବାରାନ୍ବିତ ହୋଇପାରିବା ନେଇ ଆଶା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା ।

ଆଜିର କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ସ୍ବାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରିଛନ୍ତି । ଆସାମର 1 ହଜାର ଛାତ୍ରଛାତ୍ରୀଙ୍କ ଷ୍ଟଡି ଟୁରରେ ଆଣ୍ଡାମାନର କଳାପାଣି ଜେଲ (ସେଲୁଲାର ଜେଲ) ପଠାଇବାର ବ୍ୟବସ୍ଥା କରିବ ଆସାମ ସରକାର । ଫଳରେ ଛାତ୍ରଛାତ୍ରୀ ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ବଳିଦାନର ଗାଥାକୁ ପାଖରୁ ଦେଖି ପାରିବେ ବୋଲି ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା କହିଛନ୍ତି ।

ସେହିପରି ଆଜାଦୀ କା ଅମୃତ ମହତ୍ସୋବ କାର୍ଯ୍ୟକ୍ରମରେ ରାଜ୍ୟର ମହିଳାମାନେ ଭଲ କାର୍ଯ୍ୟ କରିଛନ୍ତି । ରାଜ୍ୟରେ ସ୍ବଂୟ ସହାୟିକା ଗୋଷ୍ଠୀର ମହିଳାମାନେ ‘ହର ଘର ତ୍ରିରଙ୍ଗା’ କ୍ୟାମ୍ପେନରେ ପ୍ରାୟ 42 ଲକ୍ଷ ତ୍ରିରଙ୍ଗା ପତାକା ପ୍ରସ୍ତୁତ କରିବା ସହ ବିକ୍ରି କରିଛନ୍ତି । ଏହି ବିକ୍ରି ହୋଇଥିବା ରାଶି ପ୍ରାୟ 17 କୋଟି ବୋଲି ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା କହିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ବାରା ଆହୁତ ଏହି କ୍ୟାମ୍ପେନ ଭାରତୀୟଙ୍କ ମଧ୍ୟରେ ଦେଶପ୍ରେମ ସୃଷ୍ଟି କରିଛି । କୋଟି କୋଟି ଭାରତୀୟଙ୍କୁ ଜାତୀୟ ପତାକା ସହ ଯୋଡିବାରେ ସଫଳ ହୋଇଛି ବୋଲି ମଧ୍ୟ ସେ ମତ ରଖିଛନ୍ତି ।

ABOUT THE AUTHOR

...view details