ଗୌହାଟୀ:ଆସାମରେ ଆରମ୍ଭ ହେବ 'ଦୁଇ ଶିଶୁ ନୀତି' ବା ଜନସଂଖ୍ୟା ନିୟନ୍ତ୍ରଣ ନୀତି । ରାଜ୍ୟରେ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବାକୁ ଏପରି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ସରମା । ରାଜ୍ୟରେ ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ଏହି ନୀତି ଆରମ୍ଭ ହେବ ।
ଗୌହାଟୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସିଏମ୍ ସରମା କହିଛନ୍ତି ଯେ ଋଣ ଛାଡ ହେଉ କି ସରକାରୀ ଯୋଜନା, ଜନସଂଖ୍ୟା ମାନଦଣ୍ଡକୁ ବିଚାରକୁ ନିଆଯାଇ ଧ୍ୟାନ ଦିଆଯିବ । ଚା ବଗିଚା କର୍ମଚାରୀ SC-ST ସମ୍ପ୍ରଦାୟ ପାଇଁ ଏହା ପ୍ରଯୁଜ୍ୟ ହେବ ନାହିଁ । ଭବିଷ୍ୟତରେ ସରକାରୀ ସୁବିଧା ପାଇଁ ଯୋଗ୍ୟତା ଭାବରେ ଜନସଂଖ୍ୟା ନିୟମକୁ ବିଚାରକୁ ନିଆଯିବ |