ଓଡିଶା

odisha

ETV Bharat / bharat

ଆସାମ ନିର୍ବାଚନ: ବିଜେପି ବିଧାୟକଙ୍କ ଗାଡିରୁ ଇଭିଏମ ମେସିନ ଠାବ - ଇଭିଏମ ମେସିନ ଠାବ

ଆସାମରେ ବିଜେପି ବିଧାୟକଙ୍କ ବୋଲେରୋ ଗାଡିରୁ ଏକ ଇଭିଏମ ମେସିନ ଠାବ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଆସିଛି ଆସାମର କରିମଗଞ୍ଜରୁ । ଭୋଟ ଗ୍ରହଣ ସରିବା ପରେ ଏକ ଇଭିଏମ ମେସିନ ବିଜେପି ବିଧାୟକଙ୍କ ଗାଡିରୁ ଠାବ କରିଥିଲେ ସାଧାରଣଜନତା । ଅଧିକ ପଢନ୍ତୁ...

ଆସାମ ନିର୍ବାଚନ: ବିଜେପି ବିଧାୟକଙ୍କ ଗାଡିରୁ ଇଭିଏମ ମେସିନ ଠାବ
ଆସାମ ନିର୍ବାଚନ: ବିଜେପି ବିଧାୟକଙ୍କ ଗାଡିରୁ ଇଭିଏମ ମେସିନ ଠାବ

By

Published : Apr 2, 2021, 11:59 AM IST

Updated : Apr 2, 2021, 3:45 PM IST

ଗୌହାଟୀ: ନିର୍ବାଚନୀ ଋତୁରେ ମାହୋଲ ସରଗରମ । 5ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ କ୍ଷମତା ପାଇଁ ପ୍ରମୁଖ ଦଳ କଷୁଛନ୍ତି ବଳ। ଚଳିତ ଥର ଆସାମରେ 3ଟି ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ବେଳେ ଗତକାଲି (ଗୁରୁବା) ଥିଲା ଦ୍ବିତୀୟ ପର୍ଯ୍ୟାୟ ମତଦାନ। ଏହି ସମୟରେ ନିର୍ବାଚନୀ ମୈଦାନରୁ ସାରା ଦେଶକୁ ହଇଚଇ କଲା ଭଳି ଗୋଟିଏ ଖବର ଆସିଛି ।

ଆସାମ ନିର୍ବାଚନ: ବିଜେପି ବିଧାୟକଙ୍କ ଗାଡିରୁ ଇଭିଏମ ମେସିନ ଠାବ

ଆସାମରେ ବିଜେପି ବିଧାୟକଙ୍କ ବୋଲେରୋ ଗାଡିରୁ ଏକ ଇଭିଏମ ମେସିନ ଠାବ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଆସିଛି ଆସାମର କରିମଗଞ୍ଜରୁ। ଗୁରୁବାର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଥିବା ବେଳେ ସବୁ କିଛି ସୁରୁଖୁରୁରେ ଚାଲିଥିଲା। ହେଲେ ଭୋଟ ଗ୍ରହଣ ସରିବା ପରେ ଏକ ଇଭିଏମ ମେସିନ ବିଜେପି ବିଧାୟକଙ୍କ ଗାଡିରୁ ଠାବ କରିଥିଲେ ସାଧାରଣଜନତା ।

ମିଳିଥିବା ଖବର ମୁତାବକ, ଇଭିଏମ ମେସିନ ମିଳିଥିବା ଗାଡି ସେଠାକାର ବିଜେପି ବିଧାୟକ କ୍ରିଷ୍ଣେନ୍ଦୁ ପାଲଙ୍କ ବୋଲି ସୂଚନା। ତେବେ ଦ୍ବିତୀୟ ପର୍ଯ୍ୟାୟ ପୋଲିଂ ଶେଷ ହେବାର କିଛି ସମୟ ପୂର୍ବରୁ ଗାଡିରୁ ଇଭିଏମ୍ ମିଳିଥିଲା। ବର୍ତ୍ତମାନ ସୁଦ୍ଧା ଏହି ଘଟଣାର ସତ୍ୟାସତ୍ୟ ଜଣାପଡିନଥିବା ବେଳେ ତଦନ୍ତ ଚାଲିଛି।

ଇଭିଏମ୍ ମିଳିବା ପରେ ଜନସାଧାରଣ ଏହି ପ୍ରସଙ୍ଗକୁ ନେଇ ବିରୋଧ ଆରମ୍ଭ କରିବା ପରେ ଏକ ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳିଥିଲା। ରାସ୍ତା ଅବରୋଧ କରିବା ସହ ବିକ୍ଷୋଭକାରୀମାନେ ଇଭିଏମ୍ ମେସିନ୍ ନେଇଥିବା ଗାଡି ଡ୍ରାଇଭରକୁ ଅଟକ ରଖିବା ସହ ଭଙ୍ଗାରୁଜା କରିଥିଲେ। ଏପରିକି କିଛି ଲୋକ ଡ୍ରାଇଭରକୁ ପଚରାଉଚରା କରିବା ସହ ଭିଡିଓ ରେକର୍ଡିଂ କରିଥିଲେ। ଘଟଣା ବିଷୟରେ ସୂଚନା ପାଇ, ପୋଲିସ ପହଁଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଲାଠି ଚାର୍ଜ କରିଥିଲା।

ଏହି ଘଟଣାକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଟ୍ବିଟ କରିବା ସହ ଘଟଣାର ନିର୍ବାଚନ ଆୟୋଗ ତଦନ୍ତ କରିବା ସହ ସମସ୍ତ ଜାତୀୟ ଦଳ ଦ୍ବାରା ଇଭିଏମ୍ ବ୍ୟବହାରର ଏକ ପୁନଃ ମୂଲ୍ୟାଙ୍କନ କରାଯିବା ଆବଶ୍ୟକ ବୋଲି କହିଛନ୍ତି। ଏପରି ଘଟଣା ନିର୍ବାଚନ ସମୟରେ ବାରମ୍ବାର ଘଟୁଛି ହେଲେ ଏଥିପ୍ରତି କୌଣସି ତଦନ୍ତ ଗ୍ରହଣ କରାଯାଉନଥିବା ପ୍ରିୟଙ୍କା ଟ୍ବିଟ କରି ଲେଖିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 2, 2021, 3:45 PM IST

ABOUT THE AUTHOR

...view details