ନୂଆଦିଲ୍ଲୀ:ଦୀର୍ଘ ବର୍ଷ ଧରି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଆସାମ ଓ ମିଜୋରାମ ମଧ୍ୟରେ ସୀମା ବିବାଦ ଲାଗି ରହିଛି । ବର୍ତ୍ତମାନ ଏହା ଉଗ୍ର ରୂପ ଧାରଣ କରିଛି । ଏହାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଲୋକଙ୍କ ଜୀବନରେ ଘୃଣା ଓ ଅବିଶ୍ବାସର ମଞ୍ଜି ବୁଣି ପୁଣି ଥରେ ଦେଶକୁ ନିରାଶ କରିଛନ୍ତି ।
ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି ଗୃହମନ୍ତ୍ରୀ ଲୋକଙ୍କ ମଧ୍ୟରେ ଘୃଣା ଭାବ ସୃଷ୍ଟି କରିଛନ୍ତି । ଭାରତ ବର୍ତ୍ତମାନ ଭୟାଭୟ ସ୍ଥିତିରେ ରହିଛି । ସୀମା ବିବାଦକୁ ନେଇ ଲାଗି ରହିଥିବା ଏକ ଭିଡିଓ ଟ୍ବିଟରେ ସେୟାର କରି ସମସ୍ତ ସହିଦଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଏହା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ରାହୁଲ । ଅନ୍ୟପଟେ ସୀମାରେ ହୋଇଥିବା ଫାୟରିଂରେ ଆହତ ପୋଲିସକର୍ମୀଙ୍କୁ ଆଜି ଭେଟି ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ।