ଓଡିଶା

odisha

ETV Bharat / bharat

କୋରୋନା ନାହିଁ, ମାସ୍କ ଲଗାଇଲେ ବିୟୁଟି ପାର୍ଲର ବନ୍ଦ ହୋଇଯିବ: ଆସାମ ସ୍ବାସ୍ଥ୍ୟମନ୍ତ୍ରୀ - himanta biswa sarma

ଆସାମ ସ୍ବାସ୍ଥ୍ୟମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମାଙ୍କ ଅଜବ ଯୁକ୍ତି । ମାସ୍କ ପିନ୍ଧିବା ଆବଶ୍ୟକତା ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମାସ୍କ ପିନ୍ଧିବା ଦ୍ବାରା ବିୟୁଟି ପାର୍ଲରର ବ୍ୟବସାୟ ବନ୍ଦ ହୋଇଯିବ। ଅଧିକ ପଢନ୍ତୁ...

ଆସାମ ସ୍ବାସ୍ଥ୍ୟମନ୍ତ୍ରୀ
ଆସାମ ସ୍ବାସ୍ଥ୍ୟମନ୍ତ୍ରୀ

By

Published : Apr 5, 2021, 4:45 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସ୍ଥିତି ଦିନକୁ ଦିନ ଚିନ୍ତାଜନକ ହେଉଥିବାବେଳେ ଏହାକୁ ନେଇ ଅଜବ ଯୁକ୍ତି ବାଢିଛନ୍ତି ଆସାମ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଭାଜପା ନେତା ହେମନ୍ତ ବିଶ୍ବ ଶର୍ମା। କୋରୋନା ସଂକ୍ରମଣ ନେଇ ପଚରା ଯାଇଥିବା ପ୍ରଶ୍ନରେ ସେ କହିଛନ୍ତି ଯେ, କୋରୋନା ଦେଶରେ ବର୍ତ୍ତମାନ ଚାଲିଯାଇଛି ।

ତେଣୁ କାହାକୁ ମାସ୍କ ପିନ୍ଧିବା ଆବଶ୍ୟକତା ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମାସ୍କ ପିନ୍ଧିବା ଦ୍ବାରା ବିୟୁଟି ପାର୍ଲରର ବ୍ୟବସାୟ ବନ୍ଦ ହୋଇଯିବ। ଆସାମ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଏହି ବିବୃତ୍ତି ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି। ହେମନ୍ତ ବିଶ୍ବ ଶର୍ମାଙ୍କୁ ଗଣମାଧ୍ୟମ ଦ୍ବାରା କୋରୋନା ସ୍ଥିତି ନେଇ ପଚରା ଯାଇଥିବା ପ୍ରଶ୍ନରେ, ସେ ଦେଇଥିବା ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସେ କହିଛନ୍ତି ଯେ, ଆମେ କାହିଁକି ମାସ୍କ ପିନ୍ଧିବା ଉଚିତ୍ । ଲୋକମାନେ ଏହାକୁ ନେଇ କାହିଁକି ଏତେ ଭୟଭୀତ ? 'ଯଦି ଲୋକମାନେ ମାସ୍କ ପିନ୍ଧନ୍ତି ତେବେ ବିୟୁଟିପାର୍ଲର କିପରି ଚାଲିବ? ଯେଉଁଦିନ ମୁଁ ଅନୁଭବ କରିବି କୋଭିଡ ବିପଦ ଅଛି, ସେହିଦିନ ପୁଣି ଲୋକଙ୍କୁ ମାସ୍କ ପିନ୍ଧିବାକୁ କୁହାଯିବ ।

ସାରା ଦେଶରେ ଦ୍ବିତୀୟ ଲହର କୋରୋନା ସଂକ୍ରମଣ ଦିନକୁ ଦିନ ବେକାବୁ ହେବାରେ ଲାଗିଛି। ଯାହାକୁ ନେଇ ଏବେ ଦେଶବାସୀ ଆତଙ୍କିତ। ଆଉ ସ୍ଥିତି ଏମିତି ହେଲାଣି ଯେ, ଗତ 24 ଘଣ୍ଟାମଧ୍ୟରେ ଏକ ଲକ୍ଷରୁ ଅଧିକ ନୂଆ ପଜେଟିଭ ମାମଲା ରିପୋର୍ଟ ହୋଇଛି, ଯାହା ଏପର୍ଯ୍ୟନ୍ତ ସବୁଠାରୁ ବଡ ରେକର୍ଡ । ଏହାସ୍ବତ୍ତ୍ବେ ବି ଦେଶର ଅନେକ ନେତା ଏହାକୁ ଗୁରୁତ୍ବ ଦେଉନାହାଁନ୍ତି ।

ABOUT THE AUTHOR

...view details