ଗୌହାଟୀ: ଆସାମ ମତଦାନ ପୂର୍ବରୁ ଉଭୟ କଂଗ୍ରେସ ଏବଂ ବିଜେପିର ଜାତୀୟ ନେତାମାନେ ରାଜ୍ୟ ଗସ୍ତ କରିବାରେ ଲାଗିଛନ୍ତି । କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ଆସାମରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିଛନ୍ତି । ଆଜି ସେ ଏଠାରେ ଜୋରହାଟ, ନାଜିରା ଏବଂ ଖୁମାଇରେ ଅନେକ ନିର୍ବାଚନ ପ୍ରଚାର ରାଲିରେ ଜନତାଙ୍କୁ ସମ୍ବୋଧିତ କରିଛନ୍ତି ।
ଏହି ଅବସରର ସେ କେନ୍ଦ୍ର ସରକାର ଓ ନରେନ୍ଦ୍ର ମୋଦିଙ୍କୁ ସମାଲେଚନା କରିଥିବା ଦେଖିବାକୁ ମିଳିଛି । ପ୍ରିୟଙ୍କା କହିଛନ୍ତି ଆସାମ ସରକାର ଗୌହାଟୀରୁ ନୁହେଁ ବରଂ ଦିଲ୍ଲୀରୁ ପରିଚାଳିତ ହେଉଛି । ଆସାମରେ ଦୁଇଜଣ ମୁଖ୍ୟମନ୍ତ୍ରୀ ଅଛନ୍ତି । ପ୍ରିୟଙ୍କା କହିଛନ୍ତି,ଦିଲ୍ଲୀର ଅନୁମତି ବିନା ଏବଂ ଦିଲ୍ଲୀକୁ ନ ପଚାରି ଆସାମ ସରକାର କିଛି କରିପାରିବେ ନାହିଁ। ବିଜେପି କହିଛି ଯେ ଆସାମରେ ଜଣେ ମୁଖ୍ୟମନ୍ତ୍ରୀ ଗ୍ରହଣ କରିବେ ଯିଏ ଆସାମ ପାଇଁ କାମ କରିବେ, କିନ୍ତୁ ଏହା କରିବା ପରିବର୍ତ୍ତେ ସେମାନେ ଦୁର୍ବଳ ମୁଖ୍ୟମନ୍ତ୍ରୀ ଚୟନ କରିବେ ଓ ତାଙ୍କୁ ଦିଲ୍ଲୀରୁ ପରିଚାଳିତ କରିବେ ବୋଲି ପ୍ରିୟଙ୍କା କଟାକ୍ଷ କରିଥିବା ଦେଖାଯାଇଛି । ସେହିପରି ପୂର୍ବ ନିର୍ବାଚନରେ ବିଜେପି ଅନେକ ପ୍ରତିଶ୍ରୁତି ଦେଇଥିଲା। ସେମାନେ 25 ଲକ୍ଷ ନିଯୁକ୍ତି ସୃଷ୍ଟି କରିବାକୁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ,କିନ୍ତୁ ସେଥିରେ ସେ ବିଫଳ ହୋଇଛନ୍ତି ।