ହାଇଦ୍ରାବାଦ:ଜାପାନ ସରକାରଙ୍କ ଅନୁରୋଧ ରକ୍ଷା କରି ପ୍ରାୟ 5ହଜାର ନର୍ସଙ୍କୁ ଜାପାନ ପଠାଇବେ ଆସାମ ସରକାର । ଜାପାନର ବିଭିନ୍ନ ହସ୍ପିଟାଲରେ ନର୍ସଙ୍କ ଆବଶ୍ୟକତା ରହିଛି । ଏହି ଖାଲି ପଦବୀ ପୂରଣ କରିବା ପାଇଁ ଏହି ନର୍ସଙ୍କୁ ଜାପାନ ଆବଶ୍ୟକ କରୁଛି (Assam Govt to send 5000 nurses to Japan)। ଏନେଇ ଜାପାନ ଆସାମ ସରକାରଙ୍କୁ ଏକାଧିକ ଚିଠି ମଧ୍ୟ ଲେଖିଛି । ତେବେ ଜାପାନର ଅନୁରୋଧ କ୍ରମେ ଆସାମ ସରକାର ପ୍ରାୟ 5 ହଜାର ନର୍ସଙ୍କୁ ଜାପାନ ପଠାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି । ସେହିପରି ଜାପାନ ସରକାରଙ୍କ ପ୍ରସ୍ତାବ ଅନୁସାରେ ପ୍ରତ୍ୟେକ ନର୍ସଙ୍କୁ ଭାରତୀୟ ମୁଦ୍ରାରେ ମାସିକ 2.50 ରୁ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ସୂଚନା ଦେଇଛନ୍ତି ।
ଜାପାନର ଅନୁରୋଧ କ୍ରମେ 5ହଜାର ନର୍ସ ପଠାଇବେ ଆସାମ ସରକାର - ଆସାମ ସରକାର ଖବର
ହସ୍ପିଟାଲରେ ନର୍ସଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଆସାମ ସରକାରଙ୍କୁ ଚିଠି ଲେଖିଲେ ଜାପାନ ସରକାର (Assam Govt to send 5000 nurses to Japan)। ପ୍ରାୟ 5ହଜାର ନର୍ସ ପଠାଇବା ପାଇଁ ଆସାମ ସରକାର ଯୋଜନା କରୁଥିବା ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମାଙ୍କ ସୂଚନା । ଅଧିକ ପଢନ୍ତୁ
ଗତକାଲି ବାଇହାଟା ଚାରିଆଲିରେ ଏକ ଜନ ସମାବେଶକୁ ସମ୍ବୋଧିତ କରିବା ବେଳେ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା ଏହି ସୂଚନା ଦେବା ସହ ରାଜ୍ୟରେ ନର୍ସିଂ ଶିକ୍ଷାର ସଫଳତାକୁ ମଧ୍ୟ ଉଲ୍ଲେଖ କରିଥିଲେ । ରଜ୍ୟରେ ନର୍ସି ଶିକ୍ଷାର ସଫଳ ରୂପାୟନ ଫଳରେ ଏହା ସମ୍ଭବ ହେବାକୁ ଯାଉଥିବା ସେ କହିଥିଲେ । ସେହିପରି ଜାପାନରେ ଜଣେ ନର୍ସ ଭାବେ କାର୍ଯ୍ୟ କରିବା ପାଇଁ ଜାପାନୀ ଭାଷା ଶିଖିବା ସେଠାକାର ସ୍ଥାନୀୟ ନୀତି ନିୟମାବଳୀ ମଧ୍ୟ ଜାଣିବା ଏକ ପ୍ରକାର ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା କହିଥିଲେ । ଚୟନ ହେବାକୁ ଥିବା ନର୍ସଙ୍କୁ ଏଥିନିମନ୍ତେ ସରକାର ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ