ଓଡିଶା

odisha

ETV Bharat / bharat

Assam Flood: ଗଲାଣି ୫୪ ଜୀବନ, ୧୮ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ - ବନ୍ୟାରେ ଉବୁଟୁବୁ ଆସାମ

ଆସାମରେ ଭୟଙ୍କର ବନ୍ୟା ପରିସ୍ଥିତି । ଏ ଯାଏଁ ବନ୍ୟା ଓ ଭୂସ୍ଖଳନରେ ଗଲାଣି ୫୪ ଜଣଙ୍କ ଜୀବନ । ୨,୯୩୦ ଗାଁ ଜଳମଗ୍ନ । ଅଧିକ ପଢନ୍ତୁ

Assam Flood: ଗଲାଣି ୫୪ ଜୀବନ, ୧୮ ଲକ୍ଷ ଲୋକ ପ୍ରଭାବିତ
Assam Flood: ଗଲାଣି ୫୪ ଜୀବନ, ୧୮ ଲକ୍ଷ ଲୋକ ପ୍ରଭାବିତ

By

Published : Jun 18, 2022, 8:26 AM IST

ଗୌହାଟୀ: ବନ୍ୟାରେ ଉବୁଟୁବୁ ଆସାମ । ପ୍ରବଳ ବର୍ଷା ଯୋଗୁଁ ଆସାମରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଘରଦ୍ବାର, ରାସ୍ତାଘଟ ସବୁ ଜଳମଗ୍ନ ହୋଇଯାଇଛି । ବନ୍ୟା ଯୋଗୁଁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେଉଛି । ଯେଉଁଥିରେ ଅନେକ ଲୋକ ମୃତ୍ୟୁ ଘଟିଛି । ଏ ପର୍ଯ୍ୟନ୍ତ ବନ୍ୟାରେ ୫୪ ଜଣ ପ୍ରାଣ ହରାଇଲେଣି । ଶୁକ୍ରବାର କେବଳ ୯ ଜଣଙ୍କ ମୃତ୍ୟୁ ଘଟିଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ(ASDMA) ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି ।

ଆସାମରେ ୩ରୁ ୪ ଦିନ ହେଲା ବର୍ଷା ଲାଗି ରହିଛି । ରାଜ୍ୟରେ ୨୮ ଜିଲ୍ଲାର ସ୍ଥିତି ଖୁବ୍ ସଙ୍ଗୀନ ରହିଛି । ଏଥିରେ ପ୍ରାୟ ୧୮ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଛନ୍ତି । ହୋଜାଇ, ନଲବରି, ବଜଲି, ଧୁବ୍ରି, କାମରୂପ, କୋକ୍ରାଝର ଏବଂ ସୋନିତପୁର ଆଦି ଜିଲ୍ଲାରେ ମୃତ୍ୟୁସଂଖ୍ୟା ରେକର୍ଡ ହୋଇଛି । ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଏବେସୁଦ୍ଧା ୫୪ ଜଣ ଜୀବନ ହରାଇଛନ୍ତି । ବର୍ତ୍ତମାନ ୨,୯୩୦ ଗାଁ ପାଣି ଭିତରେ ବୁଡି ରହିଛି । ବନ୍ୟା ପ୍ରଭାବିତ ଜିଲ୍ଲାର ପ୍ରାୟ ୪୩୩୩୮,୩୯ ହେକ୍ଟର ଚାଷ ଜମିରେ ପାଣି ମାଡି ଯାଇଛି । ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବେକି, ପୁଥିମାରି, ବ୍ରହ୍ମପୁତ୍ର, ଭରାଲି, କୋପିଲି ପ୍ରମୁଖ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।

Assam Flood: ଗଲାଣି ୫୪ ଜୀବନ, ୧୮ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ

ଜିଲ୍ଲା ପ୍ରଶାସନ ପକ୍ଷରୁ ପାଖାପାଖି ୧,୦୮,୧୦୪ ବନ୍ୟା ବିପନ୍ନଙ୍କୁ ୩୭୩ ଆଶ୍ରୟସ୍ଥଳୀରେ ଥଇଥାନ କରାଯାଇଛି । ରାଜ୍ୟର କାମରୂପ ଜିଲ୍ଲା ସ୍ଥିତି ବିଗିଡିବାରେ ଲାଗିଛି । ଏହି ଅଞ୍ଚଳର ପ୍ରାୟ ୭୦ ହଜାର ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି । ବିଭିନ୍ନ ଜିଲ୍ଲାରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସାଧାରଣ ପ୍ରଶାସନ ସହଯୋଗରେ ଭାରତୀୟ ସେନା ରିଲିଫ୍ ଅପରେସନରେ ସାମିଲ ହୋଇଛନ୍ତି । ଅନ୍ୟପଟେ ବନ୍ୟା ବିପନ୍ନଙ୍କ ସହାୟତା ପାଇଁ ବଲିଉଡରୁ ସହାୟତାର ହାତ ଲମ୍ବିଛି । ବଲିଉଡ ଅଭିନେତା ଅର୍ଜୁନ କପୁର ଏବଂ ନିର୍ଦ୍ଦେଶକ ରୋହିତ୍ ସଟ୍ଟୀ ଆସାମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି ।

ABOUT THE AUTHOR

...view details