ଓଡିଶା

odisha

ETV Bharat / bharat

ଟିକା ନାହିଁ ତ ଦରମା ନାହିଁ ! - ମୁଖ୍ୟ ଶାସନ ସଚିବ ଜିସନୁ ବରୁହା

ଟିକା ନାହିଁ ତ ଦରମା ନାହିଁ । ଆସାମର ସରକାରୀ କର୍ମଚାରୀଙ୍କ ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ ଜିସନୁ ବରୁହା । ଯାହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

Assam CS draws flake for 'no vaccine no salary' order
ଟିକା ନାହିଁ ତ ଦରମା ନାହିଁ!

By

Published : Jun 25, 2021, 11:25 AM IST

ଗୌହାଟୀ: ଟିକା ନାହିଁ ତ ଦରମା ନାହିଁ । ଆସାମର ସରାକାରୀ କର୍ମଚାରୀଙ୍କ ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ ଜିସନୁ ବରୁହା । ବିଶେଷକରି ସରକାରୀ କର୍ମଚାରୀଙ୍କ ଠାରୁ ସେ ଏହି ମାସରୁ ଦରମା ଛାଡିବା ପୂର୍ବରୁ କର୍ମଚାରୀଙ୍କ ଟୀକାକରଣ ସ୍ଥିତି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟ, ଦିଲ୍ଲୀ ଓ କେରଳ କୋର୍ଟଙ୍କ ଦ୍ବାରା ଟୀକାକରଣକୁ ନେଇ ଏକ ଆଦେଶ ଦିଆଯାଇଥିଲା । ଯେଉଁଥିରେ କୁହାଯାଇଥିଲା ଯେ,ଟିକା ନେବା ପାଇଁ କାହାକୁ ବାଧ୍ୟ କରାଯାଇପାରିବ ନାହିଁ । ଏହା ଏକ ସ୍ବେଚ୍ଛାକୃତ କାର୍ଯ୍ୟ । ଯେଉଁମାନେ ଟିକା ନେଇ ନାହାଁନ୍ତି ସେମାନଙ୍କୁ ଦରମା ମିଳିବ ନାହିଁ । ଏ ନିର୍ଦ୍ଦେଶନାମାକୁ ନେଇ କେତେକ ସରକାରୀ ସଂଗଠନର ସଦସ୍ୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ମହାମାରୀ ବିରୋଧରେ ଦେଶରେ ଜାରି ରହିଛି ଟୀକାକରଣ । ଏପର୍ଯ୍ୟନ୍ତ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 କୋଟି 1ଲକ୍ଷ 34 ହଜାର 445ରେ ପହଞ୍ଚିଛି । 2 କୋଟି 91 ଲକ୍ଷ 28 ହଜାର 267 ଜଣ ସୁସ୍ଥ ହୋଇଥିବା ବେଳେ 30 କୋଟି 79 ଲକ୍ଷ 48 ହଜାର 744 ଜଣଙ୍କୁ ଟିକା ଦିଆଯାଇଛି ।

ABOUT THE AUTHOR

...view details