ଗୌହାଟୀ: ଗୁଜୁରାଟର ବିଧାୟକ ଜିଗ୍ନେଶ ମେଓ୍ବାନୀ(MLA Jignesh Mevani) ଗିରଫ ମାମଲା । ଆଜି ମୱାନୀଙ୍କ ଜାମିନ ଆବେଦନର ରାୟ ଶୁଣାଇବେ କୋର୍ଟ । ଆସାମ ବାରପେଟା ଜିଲ୍ଲାର ଏକ ସ୍ଥାନୀୟ ଅଦାଲତ ଗୁରୁବାର ତାଙ୍କ ଜାମିନ ଆବେଦନର ଶୁଣାଣି କରି ନିଜ ରାୟ ସଂରକ୍ଷିତ ରଖିଥିଲେ । ଆଜି ଏହି ରାୟ ଆସିବ ବୋଲି ମେୱାନୀଙ୍କ ଆଇନଜୀବୀ ଅଙ୍ଗସୁମନ ବୋରା ସୂଚନା ଦେଇଛନ୍ତି । ବିଧାୟକ ଜିଗ୍ନେଶ ମେଓ୍ବାନୀ ଏକ ମାରପିଟ୍ ମାମଲାରେ ବର୍ତ୍ତମାନ 5 ଦିନିଆ ପୋଲିସ ରିମାଣ୍ଡରେ ଅଛନ୍ତି ।
Jignesh Mevani Arrest: ଆଜି ଜିଗ୍ନେଶଙ୍କ ଜାମିନ ଆବେଦନର ରାୟ ଶୁଣାଇବେ କୋର୍ଟ - ଜିଗ୍ନେଶ ମେଓ୍ବାନୀଙ୍କ ଜାମିନ ଆବେଦନ ରାୟ
ବିଧାୟକ ଜିଗ୍ନେଶ ମେଓ୍ବାନୀ(MLA Jignesh Mevani) ଗିରଫ ମାମଲା । ଆଜି ଜାମିନ ଆବେଦନର ରାୟ ଶୁଣାଇବେ କୋର୍ଟ । ଅଧିକ ପଢନ୍ତୁ
କହିରଖୁଛୁ କି, ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଟ୍ବିଟ୍ ମାମଲାରେ ଏପ୍ରିଲ ୨୦ ତାରିଖ ରାତିରେ ବିଧାୟକ ଜିଗ୍ନେଶ ମେଓ୍ବାନୀ ଗିରଫ ହୋଇଥିଲେ । ଏହି ମାମଲାରେ ତାଙ୍କୁ ଜାମିନ ମଧ୍ୟ ମିଳିଥିଲା । ହେଲେ ଜାମିନ ମିଳିବାର ମାତ୍ର କିଛି ସମୟ ପରେ ଜଣେ ପୋଲିସ ଅଧିକାରୀଙ୍କୁ ମାରପିଟ୍ ମାମଲାରେ ବାରପେଟା ପୋଲିସ ତାଙ୍କୁ ପୁଣିଥରେ ଗିରଫ କରିଥିଲା । ମେଓ୍ବାନୀଙ୍କ ବିରୁଦ୍ଧରେ ଧାରା 120 ବି(ଅପରାଧିକ ଷଡଯନ୍ତ୍ର) ଧାରା 153 (ଏ)(ଦୁଇ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋସାହନ ଦେବା), 295(ଏ) ଏବଂ ଧାରା 504 ଅନୁଯାୟୀ ମାମଲା ରୁଜୁ କରାଯାଇଛି ।
ନିଜ ଗିରଫଦାରୀକୁ ନେଇ ମେୱାନୀ କହିଛନ୍ତି, ରାଜନୈତିକ ପ୍ରତିଶୋଧ ନେବା ପାଇଁ ତାଙ୍କୁ ଗିରଫ କରାଯାଇଛି । ଆସାମ ରାଜ୍ୟ କଂଗ୍ରେସ ମଧ୍ୟ ମୱାନୀଙ୍କୁ ଗିରଫଦାରୀକୁ ବିରୋଧ କରିଛି ।