ଓଡିଶା

odisha

ETV Bharat / bharat

ସିସୋଦିଆଙ୍କୁ ଆସାମ କୋର୍ଟରୁ ସମନ, ମାନହାନୀ ମକଦ୍ଦମା କରିଥିଲେ ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମା - ମନୀଷ ସିସୋଦିଆଙ୍କୁ ସମନ

ମନୀଷ ସିସୋଦିଆଙ୍କୁ ଆସାମ କୋର୍ଟରୁ ସମନ, ମାନହାନୀ ମକଦ୍ଦମା କରିଥିଲେ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା । କୋଭିଡ ମୁକାବିଲାରେ ହିମନ୍ତ ବିଶ୍ବଶର୍ମା ଦୁର୍ନୀତି କରିଥିବା ଅଭିଯୋଗ କରିଥିଲେ ସିସୋଦିଆ । ଅଧିକ ପଢନ୍ତୁ

ସିସୋଦିଆଙ୍କୁ ଆସାମ କୋର୍ଟରୁ ସମନ, ମାନହାନୀ ମକଦ୍ଦମା କରିଥିଲେ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା
ସିସୋଦିଆଙ୍କୁ ଆସାମ କୋର୍ଟରୁ ସମନ, ମାନହାନୀ ମକଦ୍ଦମା କରିଥିଲେ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା

By

Published : Aug 23, 2022, 8:16 PM IST

ଗୌହାଟୀ:ଗୋଟିଏ ପରେ ଗୋଟିଏ ମାମଲାରେ ଛନ୍ଦି ହେବାରେ ଲାଗିଛନ୍ତି ଆମ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ (Manish Sisodia controversy)। ଦିଲ୍ଲୀ ଅବକାରୀ ବିଭାଗରେ ଦୁର୍ନୀତି ମାମଲାରେ ସିବିଆଇର ତଦନ୍ତ ପରିସରରେ ଥିବା ସିସୋଦିଆଙ୍କୁ ଏକ ମାନହାନୀ ମକଦ୍ଦମା ମାମଲାରେ ଆସାମର ଏକ କୋର୍ଟ ସମନ ଜାରି କରିଥିବା ଘଟଣା ମଧ୍ୟ ସାମ୍ନାକୁ(Manish Sisodia in defamation suit) ଆସିଛି ।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ଦ୍ବାରା ଏହି ମାନହାନୀ ମକଦ୍ଦମା ଦାଏର କରାଯାଇଥିଲା । ସିସୋଦିଆ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ କରିବା ସହ ସମ୍ମାନହାନୀ କରିବା ପରି ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ସେପ୍ଟେମ୍ବର 29 ରେ କୋର୍ଟର ଆଶ୍ରୟ ନେଇଥିଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା (Assam court summons Manish Sisodia)।

ଗତ କିଛି ଦିନ ତଳେ ସିସୋଦିଆ କୋଭିଡ ମୁକାବିଲା ପ୍ରସଙ୍ଗରେ ପ୍ରେସମିଟ କରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କୁ ସାମଲୋଚନା କରିଥିଲେ । କୋଭିଡ ବିରୋଧୀ ଲଢେଇରେ ଆସାମରେ ସରକାର ବ୍ୟାପକ ଦୁର୍ନୀତି କରିଛନ୍ତି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ପିପିଇ କିଟ ଅର୍ଡର କରିବା ପାଇଁ ନିଜ ସମ୍ପର୍କୀୟଙ୍କୁ ଅନୁକମ୍ପା ଦେଖାଇଥିବା କହିଥିଲେ ସିସୋଦିଆ । ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ ଓ ତାଙ୍କ ସମ୍ପର୍କୀୟଙ୍କ ସମ୍ପାନୀଙ୍କୁ ପିପିଇ କିଟ ଅର୍ଡର ମିଳିଥିଲା । ମୁଖ୍ୟମନ୍ତ୍ରୀ ବଶ୍ବଶର୍ମା ନିଜେ କ୍ଷମତାର ଅପବ୍ୟବହାର କରି ଏପରି କରିଥିବା ଅଭିଯୋଗ କରିଥିଲେ ସିସୋଦିଆ ।

ପରେ ଏପରି ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଥିଲେ ବିଶ୍ବଶର୍ମା । ମନୀଷ ସିସୋଦିଆ ତାଙ୍କ ବିରୋଧରେ ଏପରି ମନ୍ତବ୍ୟ ଦେଇ ତାଙ୍କ ମାନହାନୀ କରିଥିବା ଅଭିଯୋଗରେ କୋର୍ଟର ଦ୍ବାରସ୍ଥ ହୋଇଥିଲେ ବିଶ୍ବଶର୍ମା । ଆଜି ଏହି ମାମଲାରେ ସିସୋଦିଆଙ୍କୁ ସମନ ଜାରି କରିଛି ଆସାମର ଏକ କୋର୍ଟ । ଗୋଟିଏ ପଟେ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତ ପରିସରରେ ରହିଛନ୍ତି ସିସୋଦିଆ । କୌଣସି ପରିସ୍ଥିତିରେ ତାଙ୍କୁ ଗିରଫ ମଧ୍ୟ କରାଯାଇପାରେ । ଏପରି ସ୍ଥଳେ ଆସାମର କୋର୍ଟ ସମନ ଜାରି କରିବା ପରେ ସିସୋଦିଆଙ୍କ ଅଡୁଆ ବଢିବାରେ ଲାଗିଛି ।

ଏହା ମଧ୍ୟ ପଢନ୍ତୁ:-ସିସୋଦିଆଙ୍କ ସଙ୍ଗୀନ ଅଭିଯୋଗ, ଦଳରେ ମିଶିଲେ କେଶ୍‌ କ୍ଲୋଜ୍‌ ଅଫର ଦେଇଥିଲା BJP

ଅନ୍ୟପଟେ ସିସୋଦିଆ ମଧ୍ୟ ବିଜେପି ବିରୋଧରେ ପ୍ରଥମରୁ ବର୍ଷିବାରେ ଲାଗିଛନ୍ତି । ତାଙ୍କ ବିରୋଧରେ ଜାରି ରହିଥିବା କାର୍ଯ୍ୟାନୁଷ୍ଠାନ ରାଜନୈତିକ ଆକ୍ରୋଶମୂଳକ କହିବା ସହ ବିଜେପି ତାଙ୍କୁ ଦଳରେ ମିଶିବା ପାଇଁ ପ୍ରଲୋଭନ ମଧ୍ୟ ଦେଇଥିବା ସେ କହିଥିଲେ । ସିସୋଦିଆ କହିଥିଲେ, ‘‘ଆପକୁ ଭାଙ୍ଗି ବିଜେପିରେ ସାମିଲ ହୋଇଯାଅ, ସମସ୍ତ CBI ଓ ED ମାମଲାର କାର୍ଯ୍ୟାନୁଷ୍ଠାନ ବନ୍ଦ କରି ଦିଆଯିବ । ମୁଁ ସେମାନଙ୍କୁ ଉତ୍ତର ଦେବାକୁ ଚାହେଁ, ମୁଁ ମହାରାଣା ପ୍ରତାପଙ୍କ ବଂଶଜ । ମୁଣ୍ଡ କଟିଯିବାକୁ ଉଚିତ ଭାବିବି ହେଲେ ଭ୍ରଷ୍ଟାଚାରୀ ଓ ଷଡଯନ୍ତ୍ରକାରୀଙ୍କ ନିକଟରେ ମୁଣ୍ଡ ନୁଆଇବା ପାଇଁ ପ୍ରସ୍ତୁତ ନୁହେଁ । ଯାହା କରିବାର ଅଛି କର ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details