ଓଡିଶା

odisha

ETV Bharat / bharat

ବେଲ ଖାରଜ ପରେ 5 ଦିନିଆ ପୋଲିସ ରିମାଣ୍ଡରେ ଜିଗ୍ନେଶ - ପୋଲିସ ରିମାଣ୍ଡରେ ବିଧାୟକ ଜିଗ୍ନେଶ ମେଓ୍ବାନୀ

ଆସାମର ଏକ କୋର୍ଟରେ ବେଲ ଖାରଜ ପରେ 5 ଦିନିଆ ପୋଲିସ ରିମାଣ୍ଡରେ ଗଲେ ଗୁଜୁରାଟ ବିଧାୟକ ଜିଗ୍ନେଶ ମେଓ୍ବାନୀ । ଗତାକାଲି ପ୍ରଥମ ମାମଲାରେ ବେଲ ପାଇବାର କିଛି ସମୟ ପରେ ପୁଣି ହୋଇଥିଲେ ଗିରଫ । ଅଧିକ ପଢନ୍ତୁ

ବେଲ ଖାରଜ ପରେ 5 ଦିନିଆ ପୋଲିସ ରିମାଣ୍ଡରେ ଜିଗ୍ନେଶ ମେଓ୍ବାନୀ
ବେଲ ଖାରଜ ପରେ 5 ଦିନିଆ ପୋଲିସ ରିମାଣ୍ଡରେ ଜିଗ୍ନେଶ ମେଓ୍ବାନୀ

By

Published : Apr 26, 2022, 7:43 PM IST

ଗୌହାଟୀ: ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଟ୍ବିଟ କରି ଗିରଫ ହୋଇ ଜାମିନ ପାଇବା ପରେ ପୁଣିଥରେ ଗତକାଲି ଗିରଫ ହୋଇଥିବା ଗୁଜୁରାଟର ବିଧାୟକ ଜିଗ୍ନେଶ ମେଓ୍ବାନୀଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ଆସାମର ଏକ କୋର୍ଟ । ଏହା ସହ ତାଙ୍କୁ 5 ଦିନିଆ ପୋଲିସ ରିମାଣ୍ଡରେ ମଧ୍ୟ ପଠାଯାଇଛି । ଗତକାଲି ତାଙ୍କୁ ଟ୍ବିଟ୍‌ ମାମଲାରେ ବେଲ ମିଳିବାର ମାତ୍ର କିଛି କିଛି ସମୟ ପରେ ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଆଘାତ ଦେବା ମାମଲାରେ ପୁଣି ଗିରଫ କରାଯାଇଥିଲା ।

(ସୋମବାର) ଆସାମର କୋକରାଝର କୋର୍ଟରୁ ପ୍ରଥମ ମାମଲାରେ ବେଲ ପାଇଥିଲେ ମେଓ୍ବାନୀ । ତେବେ ବେଲ ପାଇବାର କିଛି ସମୟ ପରେ ଆସାମର ବାରପେଟା ପୋଲିସ ତାଙ୍କ ବିରୋଧରେ ପୂର୍ବୁର ଥିବା ଏକ ପୁରୁଣା ମାମଲାରେ ଗିରଫ କରିଥିଲା । ଆଜି ତାଙ୍କ ବେଲ ଆବେଦନ ଖାରଜ ହେବା ସହ 5 ଦିନିଆ ରିମାଣ୍ଡରେ ପଠାଇ ଦେଇଛନ୍ତି କୋର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details