ଗୌହାଟି:ବିଜେପି ବରିଷ୍ଠ ନେତା ହିମନ୍ତ ବିଶ୍ବଶର୍ମା ଆଜି ଆସାମର 15 ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଜଗଦୀଶ ମୁଖି ହିମନ୍ତ ଓ ତାଙ୍କ ଟିମକୁ ଶପଥ ପାଠ କରାଇଛନ୍ତି ।
ଶପଥ ଗ୍ରହଣ ପାଇଁ ଆଜି ଗୌହାଟିରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପୂର୍ବାହ୍ନ 12.30 ରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ହିମନ୍ତ ବିଶ୍ବଶର୍ମା ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ପରେ ରାଜ୍ୟ ବିଜେପି ସଭାପତି ରଣଜୀତ ଦାସ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏହାବାଦ ବିଜେପି ସଞ୍ଜୟ କିଶନ, ଜଗନ ମୋହନ, ଅଜନ୍ତା ନିୟୋଙ୍ଗ, ଅଶୋକ ସଂଘଲ, ପିୟୁଷ ହଜାରିକା, ବିମଳ ବୋରା ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ସେହିପରି ଏଜିପି ମୁଖ୍ୟ ଅତୁଲ ବୋରା, କେଶବ ମହନ୍ତା, ୟୁପିପିଏଲ ବିଧାୟକ ୟୁଜି ବ୍ରହ୍ମା ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।
ଶପଥ ଗ୍ରହଣ ପୂର୍ବରୁ ହିମନ୍ତ ବିଶ୍ବଶର୍ମା ମା କାମାକ୍ଷାଙ୍କ ମନ୍ଦିର ଯାଇ କରିଛନ୍ତି ପୂଜାର୍ଚ୍ଚନା । ସେହିପରି ଡୋଉଲ ଗୋବିନ୍ଦ ମନ୍ଦିର ଯାଇ ମଧ୍ୟ ହିମନ୍ତ କରିଛନ୍ତି ପୂଜା । ସପରିବାର ଶପଥ ଗ୍ରହଣ ସ୍ଥଳକୁ ଆସିଥିଲେ ହିମନ୍ତ ।
ପୂ୍ର୍ବାଞ୍ଚଳ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ ରାଜସାକ୍ଷୀ...