ଓଡିଶା

odisha

ETV Bharat / bharat

ରାମ ମନ୍ଦିର ପ୍ରତିଷ୍ଠା ଦିନ ଆସାମରେ ମିଳିବନି ମଦ, ଘୋଷଣା ହେଲା ଡ୍ରାଏ ଡେ - ହିମନ୍ତ ବିଶ୍ବଶର୍ମା

Assam CM declares January 22 as dry day: ଆସନ୍ତା ୨୨ ତାରିଖରେ ପ୍ରତିଷ୍ଠା ହେବାକୁ ଯାଉଛି ଅଯୋଧ୍ୟାର ରାମ ମନ୍ଦିର । ଏହି ଦିନକୁ ଡ୍ରାଏ ଡେ ଭାବେ ଘୋଷଣା କଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଅଧିକ ପଢନ୍ତୁ

ରାମମନ୍ଦିର ପ୍ରତିଷ୍ଠା ଦିବସକୁ ଡ୍ରାଏ ଡେ ଭାବେ ଆସାମ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାat
ରାମମନ୍ଦିର ପ୍ରତିଷ୍ଠା ଦିବସକୁ ଡ୍ରାଏ ଡେ ଭାବେ ଆସାମ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାt

By ETV Bharat Odisha Team

Published : Jan 9, 2024, 7:07 AM IST

ଗୌହାଟୀ: ଆସନ୍ତା ୨୨ ତାରିଖରେ ପ୍ରତିଷ୍ଠା ହେବାକୁ ଯାଉଛି ଅଯୋଧ୍ୟାର ରାମ ମନ୍ଦିର । ଏନେଇ ସମଗ୍ର ଦେଶ ଓ ବିଦେଶରେ ଉତ୍ସବର ମାହୋଲ ରହିଛି । ଏହି କ୍ରମରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ରବିବାର ଦିନ ଆସନ୍ତା ଜାନୁଆରୀ ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଡ୍ରାଏ ଡେ ଭାବେ ଘୋଷଣା କରିଛନ୍ତି । ଏହି ଦିନ ରାଜ୍ୟରେ ସମସ୍ତ ପ୍ରକାର ମଦ ଦୋକାନ ବନ୍ଦ ରହିବ ।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ନିଜର ସୋସିଆଲ ମିଡିଆ ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟ ଜରିଆରେ ଜଣାଇଛନ୍ତି ଯେ, ଆସାମର ରାଜ୍ୟ କ୍ୟାବିନେଟ ବୈଠକରେ ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ରାଜ୍ୟରେ ଡ୍ରାଏ ଡେ ଭାବେ ଘୋଷଣା ପାଇଁ ନିଷ୍ପତ୍ତି ହୋଇଛି । ଏହାସହ ରାଜ୍ୟରେ ଗ୍ରାମୀଣ ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ବାବଲମ୍ବୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ମହିଳା ଉଦ୍ୟମିତା ଅଭିଯାନ ନାମକ ନୂଆ ଯୋଜନାକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି ।

ଏହା ମଧ୍ୟ ପଢନ୍ତୁ...1990-କରସେବକ ଆନ୍ଦୋଳନରେ ଖାଇଥିଲେ ଗୁଳି, ଏବେ ଅଯୋଧ୍ୟାରୁ ଆସିଲା ନିମନ୍ତ୍ରଣ

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବର ସମସ୍ତ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ଆସି ପହଞ୍ଚିଛି । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସମସ୍ତ ଆୟୋଜନର ଦାୟିତ୍ବ ଭାର ନେଇଛି । ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଉତ୍ସବରେ ଯୋଗଦେବେ । ସେହିପରି ଟ୍ରଷ୍ଟ ତରଫରୁ ଅଭିନେତା ରଜନୀକାନ୍ତ, ମାଧୁରୀ ଦୀକ୍ଷିତ, ଅମିତାଭ ବଚ୍ଚନ, ଅନୁପମ ଖେର, ସୁଭାଷ ଘାଇ, ସଞ୍ଜୟ ଲୀଳା ଭଂସାଲୀ, ଚିରଞ୍ଜୀବୀ, ମୋହନଲାଲ, ଧନୁଷ, ରିଷଭ ସେଟ୍ଟିଙ୍କ ଭଳି ଅନେକ ସେଲିବ୍ରିଟିମାନଙ୍କୁ ନିମନ୍ତ୍ରଣ କରାଯାଇଛି ।

ସେହିପରି ପ୍ରାଣ ପ୍ରତିଷ୍ଠା ଉତ୍ସବ ବୈଦିକ ରୀତିନୀତି ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହେବ । ଅଯୋଧ୍ୟାରେ ଜାନୁଆରୀ ୧୪ ଠାରୁ ୨୨ ତାରିଖ ଯାଏଁ ଅମୃତ ମହୋତ୍ସବ ଭାବେ ପାଳନ ହେବ । ବାରଣାସୀର ଲକ୍ଷ୍ମୀକାନ୍ତ ଦୀକ୍ଷିତ ନାମକ ପୂଜାରୀ ଏହି ପ୍ରାଣ ପ୍ରତିଷ୍ଠାରେ ମୁଖ୍ୟ ପୁରୋହିତ ଭାବେ ଦାୟିତ୍ବ ତୁଲାଇବେ । ସେହିପରି ୧୦୦୮ ହୁଣ୍ଡି ମହାଯଜ୍ଞ ଆୟୋଜନ ହେବ । ଅନେକ ଟେଣ୍ଟ ନଗରୀ ଅଯୋଧ୍ୟାରେ ନିର୍ମାଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details