ଓଡିଶା

odisha

ଆସାମ ନିର୍ବାଚନରେ 40 ଜଣିଆ ଷ୍ଟାର ପ୍ରଚାରକ; ପ୍ରଧାନମନ୍ତ୍ରୀଙ୍କ ସହ ବୈଜୟନ୍ତ ପଣ୍ଡା ବି ସାମିଲ

By

Published : Mar 10, 2021, 12:40 PM IST

ଆସାମ ବିଧାନସଭା ନିର୍ବାଚନ ପାଇଁ ବିଜେପିର 40 ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବିଜେପି ନିଜର ତାଲିକା ଜାରି କରିଛି । ଅଧିକ ପଢନ୍ତୁ...

ଆସାମ ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କ ସମେତ ରହିବେ 40 ଜଣିଆ ଷ୍ଟାର ପ୍ରଚାରକ
ଆସାମ ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କ ସମେତ ରହିବେ 40 ଜଣିଆ ଷ୍ଟାର ପ୍ରଚାରକ

ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ପାଇଁ ବିଜେପିର 40 ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବିଜେପି ନିଜର ତାଲିକା ଜାରି କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଓ ବିଜେପିର ବରିଷ୍ଠ ନେତା ସାମିଲ । ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଚାର କରିବେ ।

ବିଜେପିର ନିର୍ବାଚନ ପ୍ରଚାର ମୈଦାନରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ମୁକ୍ତର ଆବାସ ନକଭି ଓ ବିହାର ମନ୍ତ୍ରୀ ଓହ୍ଲାଇବେ । ଅନ୍ୟ ପ୍ରଚାରକ ମଧ୍ୟରେ ବିଜେପିର ସାଧାରଣ ସଚିବ ବିଏଲ ସନ୍ତୋଷ, ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଓ ମନ୍ତ୍ରୀ ହିମନ୍ତ ବିଶବ ଶର୍ମା । ଆସାମ ନିର୍ବାଚନ ରାଲିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ, ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ, ଅରୁଣାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା କାଣ୍ଡୁ ପ୍ରଚାର କରିବେ ।

ସେହିପରି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ଦାୟିତ୍ବରେ ଥିବା ବୈଜୟନ୍ତ ପଣ୍ଡା, ନିର୍ବାଚନ ଦାୟିତ୍ବରେ ଥିବା କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ଜିତେନ୍ଦ୍ର ସିଂ ମଧ୍ୟ ପ୍ରଚାର ରାଲିରେ ଦେଖାଦେବେ । ଭୋଜପୁର ଅଭିନେତା ମନୋଜ ତିୱାରୀ ଓ ରବି କିଶାନ ପ୍ରାର୍ଥୀଙ୍କ ପ୍ରଚାର ଦାୟିତ୍ବରେ ରହିବେ । ଚଳିତ ବିଧାନସଭା ନିର୍ବାଚନ ତୃତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ମାର୍ଚ୍ଚ 27, ଏପ୍ରିଲ 1, ଏପ୍ରିଲ 6 ରେ ହେବ ନିର୍ବାଚନ ।

@ANI

ABOUT THE AUTHOR

...view details