ଓଡିଶା

odisha

ETV Bharat / bharat

ତୁଟିଲା ଆସାମ-ଅରୁଣାଚଳ ସୀମା ବିବାଦ: ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷର

ଆସାମ ଓ ଅରୁଣାଚଳ ସୀମା ବିବାଦରେ ପଡିଲା ପୂର୍ଣ୍ଣଚ୍ଛେଦ । ଆନ୍ତଃରାଜ୍ୟ ସୀମା ବିବାଦର ସମାଧାନ ପାଇଁ ବୁଝାମଣା ପତ୍ର (MoU) ସ୍ବାକ୍ଷାର କଲେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଆସାମ-ଅରୁଣାଚଳ ସୀମା ବିବାଦ ସମାଧାନ
ଆସାମ-ଅରୁଣାଚଳ ସୀମା ବିବାଦ ସମାଧାନ

By

Published : Apr 21, 2023, 9:36 AM IST

ନୂଆଦିଲ୍ଲୀ: ତୁଟିଲା ଆସାମ ଓ ଅରୁଣାଚଳ ସୀମା ବିବାଦ । ଦୀର୍ଘ ଦଶନ୍ଧି ଧରି ଦୁଇ ଉତ୍ତରପୂର୍ବ ରାଜ୍ୟ ମଧ୍ୟରେ ଚାଲିଥିବା ସୀମା ବିବାଦର ଅନ୍ତ ଘଟିଛି । ଗତକାଲି(ଗୁରୁବାର) ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଏବଂ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମାଖାଣ୍ଡୁ ମଧ୍ୟରେ ଆନ୍ତଃରାଜ୍ୟ ସୀମା ବିବାଦର ସମାଧାନ ପାଇଁ ବୁଝାମଣା ପତ୍ର (MoU) ସ୍ବାକ୍ଷରିତ ହୋଇଛି । ଏହାରି ସହିତ ଦଶନ୍ଧି ଦଶନ୍ଧି ଧରି ଦୁଇ ରାଜ୍ୟ ଭିତରେ ଚାଲିଥିବା ସୀମା ବିବାଦରେ ପୂର୍ଣ୍ଣଚ୍ଛେଦ ପଡିଛି । ଏହାକୁ ଏକ ବଡ ଉପଲବ୍ଧି ବୋଲି କହିଛନ୍ତି ଗୃହମନ୍ତ୍ରୀ ଶାହ ।

ଆସାମ-ଅରୁଣାଚଳ ସୀମା ବିବାଦ ସମାଧାନ

ସୂଚନା ମୁତାବକ, ଗତକାଲି(ଗୁରୁବାର)ନୂଆଦିଲ୍ଲୀର ନର୍ଥ ବ୍ଲକ ସ୍ଥିତ ଗୃହ ମନ୍ତ୍ରଣାଳୟରେ ଦୁଇ ରାଜ୍ୟ ମଧ୍ୟରେ ଏହି ଚୁକ୍ତି ସ୍ବାକ୍ଷର ହୋଇଛି । ଆସାମ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା ଓ ଅରୁଣାଚଳ ମୁଖ୍ୟମନ୍ତ୍ରୀ ଖଣ୍ଡୁ ଆନ୍ତଃରାଜ୍ୟ ସୀମା ବିବାଦର ସମାଧାନ ପାଇଁ ବୁଝାମଣା ପତ୍ର ସ୍ବାକ୍ଷରିତ କରିଛନ୍ତି । ଏହି ଅବସରରେ ଅମିତ ଶାହ କହିଛନ୍ତି ଯେ, ଦୁଇ ରାଜ୍ୟ ମଧ୍ୟରେ ୧୯୭୨ରୁ ସୀମା ବିବାଦ ଚାଲିଥିଲା । ଉଭୟ ଆସାମ ଓ ଅରୁଣାଚଳ ପାଇଁ ଏହା ସ୍ମରଣୀୟ ଦିନ । ଆଜି ଆମେ ଏକ ବିକଶିତ, ଶାନ୍ତିପୂର୍ଣ୍ଣ ଏବଂ ସଂଘର୍ଷମୁକ୍ତ ପୂର୍ବୋତ୍ତର ସ୍ଥାପନ ପାଇଁ ମାଇଲଖୁଣ୍ଟ ଅତିକ୍ରମ କରିଛୁ । ଭାରତ ସ୍ବାଧୀନତାର ୭୫ ବର୍ଷ ପାଳନ କରୁଥିବାବେଳେ ଦଶନ୍ଧି ଦଶନ୍ଧି ଚାଲିଥିବା ବିବାଦର ସମାଧାନ ହୋଇଛି । ଏହା ଏକ ଐତିହାସିକ ଘଟଣା । ଏହାଦ୍ବାରା ଉତ୍ତରପୂର୍ବ ରାଜ୍ୟର ସର୍ବାଙ୍ଗୀନ ବିକାଶ ଓ ଶାନ୍ତି ପ୍ରତିଷ୍ଠା ହୋଇପାରିବ ବୋଲି ଶାହା ଆଶା ପୋଷଣ କରିଛନ୍ତି ।

ଆସାମ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା କହିଛନ୍ତି, ଦୁଇ ରାଜ୍ୟ ମଧ୍ୟରେ ବୁଝାମଣା ଶାନ୍ତି ଓ ସମୃଦ୍ଧିର ବାର୍ତ୍ତା ହେବ । ସେହିପରି ଅରୁଣାଚଳ ମୁଖ୍ୟମନ୍ତ୍ରୀ ଏହାକୁ ଐତିହାସିକ ମୁହୂର୍ତ୍ତ କହିଛନ୍ତି । ଦୁଇ ରାଜ୍ୟ ମଧ୍ୟରେ ବୁଝାମଣା ସମୟରେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ, ରାଷ୍ଟ୍ର ମନ୍ତ୍ରୀ ଅତୁଲ ବୋରା, ଜୟନ୍ତ ମାଲ୍ଲା ବରୁହା, କେଶବ ମହନ୍ତ, ବିମଲ ବୋରହା, ସଞ୍ଜୟ କିଶନ, ଆସାମ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ସମୀର ସିହ୍ନା, ଆସାମର ମୁଖ୍ୟ ଶାସନ ସଚିବ ପବନ କୁମାର ବୋରଥାକୁରଙ୍କ ସମେତ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ପ୍ରକାଶଥାଉ କି, ଗତ ବୁଧବାର ଦିନ ଆସାମ କ୍ୟାବିନେଟ ଅରୁଣାଚଳ ପ୍ରଦେଶ ସହ ସୀମା ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ଦ୍ବାରା ଗଠିତ ୧୨ ଆଞ୍ଚଳିକ କମିଟିର ସୁପାରିଶକୁ ଅନୁମୋଦନ କରିଥିଲା । ଦିସ୍‌ପୁର ଠାରେ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମାଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା । ସେହିପରି ବିଶ୍ବଶର୍ମା ମୁଖ୍ୟମନ୍ତ୍ରୀ ପେମାଖାଣ୍ଡୁଙ୍କ ସହ ଏକାଧିକ ଥର ବୈଠକ କରି ବିବାଦର ସମାଧାନ ପାଇଁ ଆଲୋଚନା କରିଥିଲେ । ଶେଷରେ ୫୦ ବର୍ଷ ଧରି ଚାଲିଥିବାର ବିବାଦର ଅନ୍ତ ହୋଇଛି ।

ABOUT THE AUTHOR

...view details