ଓଡିଶା

odisha

ETV Bharat / bharat

ଆସାମ-ମିଜୋରାମ ସୀମାରେ ଫେରିବ ଶାନ୍ତି, ମୁତୟନ ହେବେ ପାରାମିଲିଟାରୀ ଫୋର୍ସ - ଆସାମ-ମିଜୋରାମ ସୀମା

ଅନେକ ବୁଝାମଣା ପରେ ଆସାମ ଓ ମିଜୋରାମ ଶାନ୍ତିପୂର୍ଣ୍ଣ ଢଙ୍ଗରେ ବିବାଦର ସମାଧାନ ପାଇଁ ସହମତି ପ୍ରକାଶ କରିଥିବା ଗୃହମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । ବୈଠକ ପରେ ନିଷ୍ପତ୍ତି ନିଆଯାଇଛି ଯେ ବର୍ତ୍ତମାନ ଉଭୟ ରାଜ୍ୟ ସୀମାରେ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ ମୁତୟନ କରାଯିବ। ଅଧିକ ପଢନ୍ତୁ...

ଆସାମ-ମିଜୋରାମ ସୀମାରେ ଫେରିବ ଶାନ୍ତି, ମୁତୟନ ହେବେ ପାରାମିଲିଟାରୀ ଫୋର୍ସ
ଆସାମ-ମିଜୋରାମ ସୀମାରେ ଫେରିବ ଶାନ୍ତି, ମୁତୟନ ହେବେ ପାରାମିଲିଟାରୀ ଫୋର୍ସ

By

Published : Jul 28, 2021, 9:18 PM IST

ନୂଆଦିଲ୍ଲୀ: ବହୁ ଦଶନ୍ଧି ପୁରୁଣା ଆସାମ ଓ ମିଜୋରାମ ସୀମା ବିବାଦ । ହେଲେ ସୋମବାର ଘଟିଥିବା ଘଟଣା ଆଗରୁ କେବେହେଲେ ଦେଖିବାକୁ ମିଳିନଥିଲା । ଫୁଟିଥିଲା ଗୁଳି । ଆଉ ଏଥିରେ ଶହୀଦ ହୋଇଯାଇଥିଲେ ୬ ପୋଲିସ । ଦୁଇ ରାଜ୍ୟ ମଧ୍ୟରେ ଆନ୍ତଃରାଜ୍ୟ ବିବାଦ ଏବେ ନେଇଛି ରକ୍ତ ସଂଘର୍ଷର ରୂପ ।

ସୀମାନ୍ତରେ ହିଂସା କାରଣରୁ ସୋମବାର ଆସାମ ପୋଲିସର ୬ ଯବାନ ଶହୀଦ ହୋଇଯାଇଥିବାବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଦୁଇ ରାଜ୍ୟ ମଧ୍ୟରେ ଜାରି ସଂଘର୍ଷର ସାମାଧାନ ପାଇଁ ଖୋଦ ଗୃହମନ୍ତ୍ରଣାଳୟକୁ ମାମଲାରେ ମୁଣ୍ଡ ପୁରାଇବାକୁ ପଡିଛି ।

ଅନେକ ବୁଝାମଣା ପରେ ଦୁଇ ରାଜ୍ୟ ଶାନ୍ତିପୂର୍ଣ୍ଣ ଢଙ୍ଗରେ ବିବାଦର ସମାଧାନ ପାଇଁ ସହମତି ପ୍ରକାଶ କରିଥିବା ଗୃହମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । ଏହାସହିତ ବିବାଦିତ ସ୍ଥଳରେ ମୁତୟନ ପୋଲିସକର୍ମୀଙ୍କୁ ପ୍ରତ୍ୟାହୃତ କରିବେ ଉଭୟ ରାଜ୍ୟ । ଆଉ ଏହା ପ୍ରତିବଦଳରେ ଏଠାରେ ମୁତୟନ ହେବେ ପାରାମିଲିଟାରୀ ଫୋର୍ସ ।

ବୁଧବାର ଦୁଇ ରାଜ୍ୟର ପ୍ରତିନିଧିଙ୍କ ସହ ଗୃହମନ୍ତ୍ରଣାଳୟର ହୋଇଛି ବୈଠକ । ପାରସ୍ପରିକ ସହମତି ସହିତ ବିବାଦର ସମାଧାନ ପାଇଁ ଉଭୟ ରାଜ୍ୟ ରାଜି ହୋଇଥିବା ଜଣାପଡିଛି । ଗୃହ ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ଉଭୟ ରାଜ୍ୟର ପ୍ରତିନିଧିଙ୍କ ବୈଠକ ପ୍ରାୟ ଅଢେଇ ଘଣ୍ଟା ଧରି ଚାଲିଥିଲା। ଏଥିରେ ଆସାମ ଏବଂ ମିଜୋରାମର ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟାନ୍ୟ ବହୁ ଉଚ୍ଚ ପଦାଧିକାରୀ ଉପସ୍ଥିତ ଥିଲେ।

ବୈଠକ ପରେ ନିଷ୍ପତ୍ତି ନିଆଯାଇଛି ଯେ ବର୍ତ୍ତମାନ ଉଭୟ ରାଜ୍ୟ ସୀମାରେ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ ମୁତୟନ କରାଯିବ। ଭବିଷ୍ୟତରେ ଉଭୟ ରାଜ୍ୟ କୌଣସି ବିବାଦୀୟ ସମସ୍ୟାର ସମାଧାନ ପାଇଁ ଅନେକ ପର୍ଯ୍ୟାୟ ଆଲୋଚନା ଜାରି ରଖିବେ। ସାମ୍ପ୍ରତିକ ପରିସ୍ଥିତିରେ ମଧ୍ୟସ୍ଥତା ପାଇଁ ଉଭୟ ରାଜ୍ୟ ରାଜି ହୋଇଥିଲେ। ଗୃହ ମନ୍ତ୍ରଣାଳୟରେ ଆଲୋଚନା ପରେ ବର୍ତ୍ତମାନ ଉଭୟ ରାଜ୍ୟର ବିବାଦୀୟ ସ୍ଥାନରୁ ପୋଲିସ ଫୋର୍ସକୁ ମଧ୍ୟ ହଟାଇ ଦିଆଯିବ।

ABOUT THE AUTHOR

...view details