ନୂଆଦିଲ୍ଲୀ:ଆସନ୍ତା ବର୍ଷ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ନିଜର ସଂଗଠନକୁ ମଜବୁତ କରିବା ପାଇଁ ନୂତନ ନିଯୁକ୍ତି ଦେଇଛି । ଆସାମ ଓ କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ନୂତନ ସଚିବ ନିଯୁକ୍ତ କରାଯାଇଛି । ଏନେଇ କଂଗ୍ରେସ ଦଳର ସଂଗଠନ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଳ ସୂଚନା ଦେଇଛନ୍ତି ।
ଆସାମ ଓ କେରଳ ପାଇଁ ନୂତନ ସଚିବ ନିଯୁକ୍ତି କଲା କଂଗ୍ରେସ - six new secretary appoint by aicc
ଆସାମ ଓ କେରଳ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି । ଉଭୟ ରାଜ୍ୟ ପାଇଁ ତିନି ତିନି ଜଣ ନୂତନ ସଚିବ ନିଯୁକ୍ତ । ଅଧିକ ପଢନ୍ତୁ...
ଆସନ୍ତା ବର୍ଷ ଏପ୍ରିଲ ଓ ମେ’ ମାସରେ ଆସାମ ଏବଂ କେରଳର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଉଭୟ ରାଜ୍ୟ ପାଇଁ ତିନି ତିନି ଜଣ ସଚିବ ନିଯୁକ୍ତ କରିଛି । ଆସାମ ପାଇଁ ସର୍ବଭାରତୀୟ କଂଗ୍ରେସ କମିଟିର ସଚିବ ଭାବରେ ଅନିରୁଦ୍ଧ ସିଂ, ବିକାଶ କୁମାର ଉପାଧ୍ୟାୟ ଏବଂ ପ୍ରୀତିରାଜ ସାଥେ ନିଯୁକ୍ତ ହୋଇଛନ୍ତି । ଏହି ତିନି ଜଣ ଆସାମ ଦାୟିତ୍ୱରେ ଥିବା ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ସହକାରୀ ଭୂମିକାରେ ରହିବେ ।
ସେହିପରି କେରଳ ପାଇଁ ମଧ୍ୟ ତିନ ଜଣ ନୂତନ ସଚିବ ନିଯୁକ୍ତ କରାଯାଇଛି। ପି ବିଶ୍ୱନାଥନ୍, ଇଭାନ୍ ଡି ସୁଜା ଏବଂ ପିଭି ମୋହନଙ୍କୁ କେରଳ ପାଇଁ ସଚିବ କରାଯାଇଛି । ସେମାନେ କଂଗ୍ରେସର ସାଧାରଣ ସମ୍ପାଦକ ତଥା କେରଳ ପ୍ରଭାରୀ ଦାୟିତ୍ୱରେ ଥିବା ତାରିକ୍ ଅନୱାରଙ୍କ ସହ କାମ କରିବେ । ଆସାମ ଏବଂ କେରଳରେ ଏପ୍ରିଲ-ମେ ମାସରେ ବିଧାନସଭା ନିର୍ବାଚନ ହେବ । ଏହି ଦୁଇ ରାଜ୍ୟରେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ଭାବରେ କାର୍ଯ୍ୟ କରୁଛି ।